ସରକାରୀ ବିଦ୍ୟାଳୟରେ ନମାଜ ପାଠ: ହିନ୍ଦୁ ସଙ୍ଗଠନଙ୍କ ବିରୋଧ ପରେ ଯାଞ୍ଚ ଆଦେଶ
କର୍ଣ୍ଣାଟକ: ଜାନୁଆରୀ ୨୪: କର୍ଣ୍ଣାଟକ କୋଲାର ଜିଲ୍ଲାର ଏକ ବିଦ୍ୟାଳୟରେ ପ୍ରତି ଶୁକ୍ରବାର ନମାଜ ପାଠ ହେଉଥିଲା । ଏହି ଖବର ପ୍ରଘଟ ହେବା ପରେ ହିନ୍ଦୁ ସଙ୍ଗଠନଙ୍କ ସହିତ ସ୍ଥାନୀୟ ଲୋକ ବିରୋଧ କରିଥିଲେ । ତେବେ ସେମାନଙ୍କୁ ନମାଜ ପାଠ କରିବା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିର୍ଦ୍ଦେଶ ଦେଇଥିଲେ ବୋଲି ଛାତ୍ରମାନେ କହିଛନ୍ତି । ସୂଚନା ଅନୁସାରେ, କୋଲାର ଜିଲ୍ଲାରେ ଥିବା ମୁଲବାଗଲ ସୋମେଶ୍ୱାରା ପାଲାୟା କନ୍ନଡ ସରକାରୀ ବିଦ୍ୟାଳୟରେ ପ୍ରାଇମେରୀ ଛାତ୍ର ନମାଜ […]
କର୍ଣ୍ଣାଟକ: ଜାନୁଆରୀ ୨୪: କର୍ଣ୍ଣାଟକ କୋଲାର ଜିଲ୍ଲାର ଏକ ବିଦ୍ୟାଳୟରେ ପ୍ରତି ଶୁକ୍ରବାର ନମାଜ ପାଠ ହେଉଥିଲା । ଏହି ଖବର ପ୍ରଘଟ ହେବା ପରେ ହିନ୍ଦୁ ସଙ୍ଗଠନଙ୍କ ସହିତ ସ୍ଥାନୀୟ ଲୋକ ବିରୋଧ କରିଥିଲେ । ତେବେ ସେମାନଙ୍କୁ ନମାଜ ପାଠ କରିବା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିର୍ଦ୍ଦେଶ ଦେଇଥିଲେ ବୋଲି ଛାତ୍ରମାନେ କହିଛନ୍ତି ।
ସୂଚନା ଅନୁସାରେ, କୋଲାର ଜିଲ୍ଲାରେ ଥିବା ମୁଲବାଗଲ ସୋମେଶ୍ୱାରା ପାଲାୟା କନ୍ନଡ ସରକାରୀ ବିଦ୍ୟାଳୟରେ ପ୍ରାଇମେରୀ ଛାତ୍ର ନମାଜ ପାଠ କରୁଥିଲେ । ବିଦ୍ୟାଳୟରେ ପ୍ରାୟ ୨୦ ଜଣ ଛାତ୍ର ପ୍ରତି ଶୁକ୍ରବାର ନମାଜ ପାଠ କରୁଥିଲେ । ସରକାରୀ ସ୍କୁଲ ହୋଇଥିବା ସେ‰ ଏଠାରେ ନମାଜ ପାଠ କାହିଁକି ଚାଲିଛି ବୋଲି ହିନ୍ଦୁ ସଙ୍ଗଠନ ପ୍ରଶ୍ନ ଉଠାଇଥିଲେ । ହିନ୍ଦୁ ସଙ୍ଗଠନ ସହିତ ସ୍ଥାନୀୟ ଲୋକମାନେ ମଧ୍ୟ ଏହାକୁ କଡ଼ା ବିରୋଧ କରିଥିଲେ ।

ଏନେଇ ଛାତ୍ରମାନଙ୍କୁ ପଚରା ଯିବାରୁ, ପ୍ରଧାନଶିକ୍ଷୟତ୍ରୀ ଉମା ଦେବୀଙ୍କ ଆଦେଶରେ ସେମାନେ ନମାଜ ପାଠ କରୁଛନ୍ତି ବୋଲି କହିଥିଲେ । ଏହାହସିତ ଦୀର୍ଘ ଦୁଇ ମାସ ଧରି ଏହିପରି ପାଠ ଚାଲୁଛି ବୋଲି ସେମାନେ କହିଥିଲେ ।
ଏହି ଖବର ପ୍ରଚାର ହେବା ପରେ ଜିଲ୍ଲା କଲେକ୍ଟର ଉମେଶ କୁମାର ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ପାଇଁ ଆଦେଶ ଦେଇଛନ୍ତି ।
ଏନେଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚରାଯିବାରୁ ସେ ଏବିଷୟରେ କିଛି ଜାଣିନଥିବା କହିଛନ୍ତି । ନମାଜ ପାଠ ସମୟରେ ସେ ବିଦ୍ୟାଳୟରେ ନଥାନ୍ତି ବୋଲି କହି ସଫେଇ ଦେଇଛନ୍ତି ।




