ଗୋହତ୍ୟା ନିଷେଧ ପାଇଁ କଠୋର ନିୟମ କଲେ କର୍ଣ୍ଣାଟକ ପ୍ରାଣୀ ପାଳକ ମନ୍ତ୍ରୀ
ବେଙ୍ଗାଲୁରୁ: ଜୁଲାଇ ୦୭: ସମଗ୍ର ରାଜ୍ୟରେ ଗୋ-ହତ୍ୟା ନିଷେଧ କରାଯାଇଥିବାରୁ ବକ୍ରିଦ୍ ପର୍ବରେ ଗୋରୁ ହତ୍ୟା ନ କରିବା ଲାଗି କର୍ଣ୍ଣାଟକ ପ୍ରାଣୀ ପାଳନ ମନ୍ତ୍ରୀ ପ୍ରଭୁ ବି. ଚୱନ ଜନସାଧାରଣଙ୍କୁ ସ୍ମରଣ କରାଇ ଦେବା ସହ ଅନୁରୋଧ କରିଛନ୍ତି । ଏହି ନିୟମ ଅମାନ୍ୟକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି । ରାଜ୍ୟରେ ଗୋ-ହତ୍ୟା ନିଷେଧ ଆଇନ ଲାଗୁ ହୋଇ ସାରିଥିବାରୁ ଜନସାଧାରଣ ଏଥିରୁ ବିରତ […]
ବେଙ୍ଗାଲୁରୁ: ଜୁଲାଇ ୦୭: ସମଗ୍ର ରାଜ୍ୟରେ ଗୋ-ହତ୍ୟା ନିଷେଧ କରାଯାଇଥିବାରୁ ବକ୍ରିଦ୍ ପର୍ବରେ ଗୋରୁ ହତ୍ୟା ନ କରିବା ଲାଗି କର୍ଣ୍ଣାଟକ ପ୍ରାଣୀ ପାଳନ ମନ୍ତ୍ରୀ ପ୍ରଭୁ ବି. ଚୱନ ଜନସାଧାରଣଙ୍କୁ ସ୍ମରଣ କରାଇ ଦେବା ସହ ଅନୁରୋଧ କରିଛନ୍ତି । ଏହି ନିୟମ ଅମାନ୍ୟକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି । ରାଜ୍ୟରେ ଗୋ-ହତ୍ୟା ନିଷେଧ ଆଇନ ଲାଗୁ ହୋଇ ସାରିଥିବାରୁ ଜନସାଧାରଣ ଏଥିରୁ ବିରତ ରହିବା ଉଚିତ ବୋଲି ସେ କହିଛନ୍ତି । ଏହାଛଡ଼ା, ବେଆଇନ ଭାବେ ରାଜ୍ୟରୁ କିମ୍ବା ରାଜ୍ୟ ବାହାରୁ ହେଉଥିବା ବେଆଇନ ଗୋରୁ/ଗୋମାଂସ ଚାଲାଣ ଉପରେ କଡ଼ା ନଜର ରଖିବା ପାଇଁ ସେ ପ୍ରାଣୀ ପାଳନ ବିଭାଗ ଏବଂ ପୁଲିସ ବିଭାଗର କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ଚୱନ୍ ଆହୁରି ମଧ୍ୟ କହିଛନ୍ତି, ବକ୍ରିଦ୍ ପର୍ବ ଅବସରରେ ପ୍ରାଣୀ ହତ୍ୟା ପ୍ରଥା ଥିବାରୁ ଗାଈ, ବଳଦ, ବାଛୁରୀ ଏବଂ ଓଟ ଆଦି ପ୍ରାଣୀ ସମ୍ପଦ ଆବଶ୍ୟକ ହୋଇଥାଏ । ତେଣୁ, ରାଜ୍ୟର କେଣସି ପ୍ରାନ୍ତରେ ଯେଭଳି ଗୋ-ହତ୍ୟା ନ ହୁଏ ସେଥିପ୍ରତି ସୁନିଶ୍ଚିତ ହେବାକୁ ପୁଲିସ ବିଭାଗ ଏବଂ ଜିଲ୍ଲା କମିସନର୍ମାନଙ୍କୁ ସୂଚନା ଦିଆ ସରିଛି । ଯଦି କୌଣସି ସ୍ଥାନରେ ଗୋ-ହତ୍ୟା କରାଯାଇଥିବା ଜଣାପଡ଼େ ତେବେ, ସ୍ଥାନୀୟ ଥାନାରେ ଏଫ୍ଆଇଆର୍ ରେଜିଷ୍ଟ୍ରି କରାଯାଇ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।




