ଜଷ୍ଟିସ ସଂଜୀବ ଖାନ୍ନା ଦେଶର ପରବର୍ତ୍ତୀ CJI ନିଯୁକ୍ତ
ନୂଆଦିଲ୍ଲୀ :ଦେଶର ପରବର୍ତ୍ତୀ ସର୍ବୋଚ୍ଚ ବିଚାରପତି ଭାବରେ ନିଯୁକ୍ତି ପାଇଛନ୍ତି ଜଷ୍ଟିସ ସଞ୍ଜୀବ ଖାନ୍ନା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି । ନଭେମ୍ବର ୧୧ରେ ଦାୟିତ୍ବ ଗ୍ରହଣ କରିବେ ଜଷ୍ଟିସ ଖାନ୍ନା । ବର୍ତ୍ତମାନର ପ୍ରଧାନ ବିଚାରପତି ବହବରେ କାର୍ଯ୍ୟକରୁଥିବା ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼ ତାଙ୍କ ଉତ୍ତରାଧିକାରୀ ଭାବରେ ବରିଷ୍ଠତା ଦୃଷ୍ଟିରୁ ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନାଁ ସୁପାରିଶ କରିଥିଲେ । ଆସନ୍ତା ନଭେମ୍ବର […]
ନୂଆଦିଲ୍ଲୀ :ଦେଶର ପରବର୍ତ୍ତୀ ସର୍ବୋଚ୍ଚ ବିଚାରପତି ଭାବରେ ନିଯୁକ୍ତି ପାଇଛନ୍ତି ଜଷ୍ଟିସ ସଞ୍ଜୀବ ଖାନ୍ନା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି । ନଭେମ୍ବର ୧୧ରେ ଦାୟିତ୍ବ ଗ୍ରହଣ କରିବେ ଜଷ୍ଟିସ ଖାନ୍ନା । ବର୍ତ୍ତମାନର ପ୍ରଧାନ ବିଚାରପତି ବହବରେ କାର୍ଯ୍ୟକରୁଥିବା ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼ ତାଙ୍କ ଉତ୍ତରାଧିକାରୀ ଭାବରେ ବରିଷ୍ଠତା ଦୃଷ୍ଟିରୁ ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନାଁ ସୁପାରିଶ କରିଥିଲେ । ଆସନ୍ତା ନଭେମ୍ବର ୧୦ ରେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ସରିବା ପରେ ନଭେମ୍ବର ୧୧ ତାରିଖରେ ଜଷ୍ଟିସ ଖାନ୍ନା ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି ଭାବରେ ଶପଥ ନେବେ । ଏନେଇ ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକ୍ସ ରେ ସୂଚନା ଦେଇଛନ୍ତି । ଜଷ୍ଟିସ ସଂଜୀବ ଖାନ୍ନାଙ୍କ କାର୍ଯ୍ୟକାଳ ୬ ମାସ ରହିବ । ଆସନ୍ତା ବର୍ଷ ମେ ୧୩ରେ ତାଙ୍କର କାର୍ଯ୍ୟକାଳ ସରିବ ।




