ଆସନ୍ତା ନଭେମ୍ବର୯ରେ ସିଜିଆଇ ଭାବେ ଶପଥ ନେବେ ବିଚାରପି ଡି.ୱାଇ ଚନ୍ଦ୍ରଚୂଡ଼
ଦିଲ୍ଲୀ: ଆସନ୍ତା ମାସ ନଭେମ୍ବର ୯ ତାରିଖରେ ଦେଶର ୫୦ ତମ ପ୍ରଧାନ ବିଚାରପତି ଭାବେ ବିଚାରପତି ଧନଞ୍ଜୟ ୟଶୱନ୍ତ ଚନ୍ଦ୍ରନୂଡ଼ ଶପଥ ନେବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ଜଷ୍ଟିସ ଉଦୟ ଉମେଶ ଲଳିତଙ୍କ ସ୍ଥାନ ନେବେ ଚନ୍ଦ୍ରଚୂଡ଼ । ୟୁୟୁ ଲଳିକ ସବୁଠାରୁ କମ ଦିନ ମାତ୍ର ୭୪ ଦିନ ପାଇଁ ଦେଶର ପ୍ରଧାନ ବିଚାରପତି ଦାୟିତ୍ୱରେ ରହିଛନ୍ତି । ସୂଚନା ଥାଉଯେ, କେନ୍ଦ୍ର […]
ଦିଲ୍ଲୀ: ଆସନ୍ତା ମାସ ନଭେମ୍ବର ୯ ତାରିଖରେ ଦେଶର ୫୦ ତମ ପ୍ରଧାନ ବିଚାରପତି ଭାବେ ବିଚାରପତି ଧନଞ୍ଜୟ ୟଶୱନ୍ତ ଚନ୍ଦ୍ରନୂଡ଼ ଶପଥ ନେବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ଜଷ୍ଟିସ ଉଦୟ ଉମେଶ ଲଳିତଙ୍କ ସ୍ଥାନ ନେବେ ଚନ୍ଦ୍ରଚୂଡ଼ । ୟୁୟୁ ଲଳିକ ସବୁଠାରୁ କମ ଦିନ ମାତ୍ର ୭୪ ଦିନ ପାଇଁ ଦେଶର ପ୍ରଧାନ ବିଚାରପତି ଦାୟିତ୍ୱରେ ରହିଛନ୍ତି ।
ସୂଚନା ଥାଉଯେ, କେନ୍ଦ୍ର ସରକାର ବର୍ତ୍ତମାନର ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କୁ ନିଜର ଆଗାମୀ ଉତ୍ତରାଧିକାରୀଙ୍କୁ ଚୟନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଚାରପତି ଲଲିତ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ନାମ ସୁପାରିଶ କରିଥିଲେ । ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଦୁଇବର୍ଷ ପାଇଁ ଏହି ଦାୟିତ୍ୱରେ ରହିବେ । ୨୦୨୪ ନଭେମ୍ବର ୧୦ ଯାଏଁ ସେ ଏହି ଦାୟିତ୍ୱରେ ରହିବେ ।




