ସିଜେଆଇ ଗୋଗୋଇଙ୍କ ସୁପାରିଶ ଉପରେ ରାଷ୍ଟ୍ରପତିଙ୍କ ମୋହର

ସମୟ ଲାଇଭ୍‍,୨୯/୧୦:  ଆସନ୍ତା ନଭେମ୍ବର ୧୭ ତାରିଖରେ ସୁପ୍ରିମ୍‍କୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଅବସର ନେଉଥିବାବେଳେ ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ବିଚାରପତି ଶରଦ ଅରବିନ୍ଦ ବୋବଡ଼େଙ୍କ ନାମ ସୁପାରିଶ କରିଥିଲେ। ତେବେ ଏହି ସୁପାରିଶ ଉପରେ ରାଷ୍ଟ୍ରପତି ମୋହର ମାରିଛନ୍ତି। ସିଜେଆଇ ଗୋଗୋଇ ୨୦୧୮ ମସିହା ଅକ୍ଟୋବର ୩ ତାରିଖରେ ୪୬ ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ସୁପ୍ରିମ୍‍କୋର୍ଟର ବରିଷ୍ଠ ବିଚାରପତି ବୋବଡ଼େ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେଲେ ସେ […]

Samaya Live Picture
Published On

ସମୟ ଲାଇଭ୍‍,୨୯/୧୦:  ଆସନ୍ତା ନଭେମ୍ବର ୧୭ ତାରିଖରେ ସୁପ୍ରିମ୍‍କୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଅବସର ନେଉଥିବାବେଳେ ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ବିଚାରପତି ଶରଦ ଅରବିନ୍ଦ ବୋବଡ଼େଙ୍କ ନାମ ସୁପାରିଶ କରିଥିଲେ। ତେବେ ଏହି ସୁପାରିଶ ଉପରେ ରାଷ୍ଟ୍ରପତି ମୋହର ମାରିଛନ୍ତି। ସିଜେଆଇ ଗୋଗୋଇ ୨୦୧୮ ମସିହା ଅକ୍ଟୋବର ୩ ତାରିଖରେ ୪୬ ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ସୁପ୍ରିମ୍‍କୋର୍ଟର ବରିଷ୍ଠ ବିଚାରପତି ବୋବଡ଼େ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେଲେ ସେ ୪୭ ତମ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟଭାର ସମ୍ଭାଳିବେ। ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ରହିସାରିଥିବା ବୋବଡ଼େ ୨୦୧୩ ଏପ୍ରିଲମାସରେ ସୁପ୍ରିମକୋର୍ଟ ବିଚାରପତି ଭାବେ ଯୋଗ ଦେଇଥିଲେ। ୨୦୨୧ ଏପ୍ରିଲ ୨୩ରେ ଅବସର ନେବେ।

Tags: