ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି
ନୂଆଦିଲ୍ଲୀ : ବିଜେପି ର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି I ସେ ୨୦୨୪ ଜୁନ୍ ମାସ ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷ ପଦରେ ରହିବେ। ଏନେଇ ମଙ୍ଗଳବାର ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ, ୨୦୨୪ ମସିହା ଜୁନ୍ ମାସ ଯାଏ ନଡ୍ଡା ବିଜେପିର ଅଧ୍ୟକ୍ଷ ଭାବେ କାମ କରିବେ। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି । ତେବେ ନଡ୍ଡାଙ୍କ […]
ନୂଆଦିଲ୍ଲୀ : ବିଜେପି ର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି I ସେ ୨୦୨୪ ଜୁନ୍ ମାସ ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷ ପଦରେ ରହିବେ। ଏନେଇ ମଙ୍ଗଳବାର ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ, ୨୦୨୪ ମସିହା ଜୁନ୍ ମାସ ଯାଏ ନଡ୍ଡା ବିଜେପିର ଅଧ୍ୟକ୍ଷ ଭାବେ କାମ କରିବେ। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି । ତେବେ ନଡ୍ଡାଙ୍କ ଅଧ୍ୟକ୍ଷତାରେ ହିଁ ଦଳ ୨୦୨୪ ସାଧାରଣ ନିର୍ବାଚନ ଲଢିବ ବୋଲି ସ୍ପଷ୍ଟ କରିଛି ବିଜେପି।
ଗତ କାଲିଠାରୁ ଦିଲ୍ଲୀରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ଏଥିରେ ବିଜେପି ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ। ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଓ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏଥିରେ ମାନସମନ୍ଥନ ହୋଇଛି। ସୂଚନାଯୋଗ୍ୟ, ୨୦୨୦ ମସିହା ଜାନୁଆରୀ ୨୦ରୁ ନଡ୍ଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ଅଛନ୍ତି।




