ଯୋଧପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ

ଜୟପୁର: ରାଜସ୍ଥାନରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଯୋଧପୁରର ଭାରତମାଳା ଏକ୍ସପ୍ରେସ୍‌ୱେରେ ପାର୍କିଂ ହୋଇଥିବା ଟ୍ରେଲର ଉପରକୁ ଏକ ଟେମ୍ପୋ ଟ୍ରାଭେଲର ମାଡ଼ିଯିବା ଫଳରେ ଏତେବଡ଼ ଦୁର୍ଘଟଣା ଘଟିଯାଇଛି। ଫଲୋଦି ଏସ୍‌ପି କୁନ୍ଦନ କନୱାରିଆ କହିଛନ୍ତି, ଟ୍ରାଭେଲରରେ ଥିବା ଶ୍ରଦ୍ଧାଳୁମାନେ ବିକାନେରର କୋଲାୟତ ମନ୍ଦିରରୁ ଦର୍ଶନ ସାରି ଯୋଧପୁର ଫେରୁ୍‌ଥିବାବେଳେ ଦୁର୍ଘଟଣା ଘଟିଛି। ସମସ୍ତ ମୃତକମାନେ ଫଲୋଦି ଅଞ୍ଚଳର। ଆହତମାନଙ୍କୁ ପ୍ରଥମେ ନିକଟସ୍ଥ […]

ଯୋଧପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ
Samaya Live Picture
Published On

ଜୟପୁର: ରାଜସ୍ଥାନରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଯୋଧପୁରର ଭାରତମାଳା ଏକ୍ସପ୍ରେସ୍‌ୱେରେ ପାର୍କିଂ ହୋଇଥିବା ଟ୍ରେଲର ଉପରକୁ ଏକ ଟେମ୍ପୋ ଟ୍ରାଭେଲର ମାଡ଼ିଯିବା ଫଳରେ ଏତେବଡ଼ ଦୁର୍ଘଟଣା ଘଟିଯାଇଛି। ଫଲୋଦି ଏସ୍‌ପି କୁନ୍ଦନ କନୱାରିଆ କହିଛନ୍ତି, ଟ୍ରାଭେଲରରେ ଥିବା ଶ୍ରଦ୍ଧାଳୁମାନେ ବିକାନେରର କୋଲାୟତ ମନ୍ଦିରରୁ ଦର୍ଶନ ସାରି ଯୋଧପୁର ଫେରୁ୍‌ଥିବାବେଳେ ଦୁର୍ଘଟଣା ଘଟିଛି। ସମସ୍ତ ମୃତକମାନେ ଫଲୋଦି ଅଞ୍ଚଳର। ଆହତମାନଙ୍କୁ ପ୍ରଥମେ ନିକଟସ୍ଥ ହସ୍ପିଟାଲ୍‌କୁ ନିଆଯାଇଥିଲା ଏବଂ ପରେ ସେମାନଙ୍କୁ ଉତ୍ତମ ଚିକିତ୍ସା ପାଇଁ ଗ୍ରିନ୍‌ କରିଡରରେ ଯୋଧପୁର ପଠାଯାଇଥିଲା ଡିଏସ୍‌ପି ଆଚଲ ସିଂହ କହିଛନ୍ତି, ଦ୍ରୁତଗାମୀ ‌ଟେମ୍ପୋ ଟ୍ରାଭେଲର ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଟ୍ରେଲର ଉପରକୁ ମାଡ଼ି ଯାଇଥିଲା। ଦୁର୍ଘଟଣାର ପ୍ରଭାବ ଏତେ ଅଧିକ ଥିଲା ‌ଯେ ଯାତ୍ରୀମାନେ ଭଙ୍ଗା ଗାଡ଼ି‌ରେ ଚାପି ହୋଇଯାଇଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ସହ ପୁଲିସ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ଏବଂ ଏଭଳି ଦୁଃଖଦାୟକ ପରିସ୍ଥିତିରେ ସରକାର ଲୋକମାନଙ୍କ ସହ ଅଛନ୍ତି ବୋଲି କହିଛନ୍ତି।

Tags: