ଜେଏନୟୁ ହିଂସାକାଣ୍ଡ: ଜେଏନୟୁଏସୟୁ ସଭାପତିଙ୍କ ସହ ୧୯ ଛାତ୍ରଙ୍କ ନାଁରେ ଏତଲା
ନୂଆଦିଲ୍ଲୀ,୭/୧: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ହିଂସାକାଣ୍ଡ ମାମଲାରେ ଛାତ୍ର ସଭାପତିଙ୍କ ନାଁରେ ଏତଲା ଦିଆଯାଇଛି। ଜେଏନୟୁଏସୟୁ ସଭାପତି ଆଇଷୀ ଘୋଷଙ୍କ ସମେତ ୧୯ ଛାତ୍ରଙ୍କ ନାଁରେ ଜେଏନୟୁ ପ୍ରଶାସନ ଏତଲା ଦେଇଛି। ଜେଏନୟୁର ପ୍ରଶାସନର ଅଭିଯୋଗ ପରେ ମାମଲା ରୁଜୁ ହୋଇଛି। ତେବେ ରବିବାର ସନ୍ଧ୍ୟାରେ କିଛି ମୁଖା ପିନ୍ଧା ଗୁଣ୍ଡା ଜେଏନୟୁ କ୍ୟାମ୍ପସ ଭିତରେ ପଶି ରଡ୍ ଓ ବାଡିରେ ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୩୪ ଛାତ୍ରଛାତ୍ରୀ ଆହତ ହେବା ସହ ଏମ୍ସରେ […]
ନୂଆଦିଲ୍ଲୀ,୭/୧: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ହିଂସାକାଣ୍ଡ ମାମଲାରେ ଛାତ୍ର ସଭାପତିଙ୍କ ନାଁରେ ଏତଲା ଦିଆଯାଇଛି। ଜେଏନୟୁଏସୟୁ ସଭାପତି ଆଇଷୀ ଘୋଷଙ୍କ ସମେତ ୧୯ ଛାତ୍ରଙ୍କ ନାଁରେ ଜେଏନୟୁ ପ୍ରଶାସନ ଏତଲା ଦେଇଛି। ଜେଏନୟୁର ପ୍ରଶାସନର ଅଭିଯୋଗ ପରେ ମାମଲା ରୁଜୁ ହୋଇଛି। ତେବେ ରବିବାର ସନ୍ଧ୍ୟାରେ କିଛି ମୁଖା ପିନ୍ଧା ଗୁଣ୍ଡା ଜେଏନୟୁ କ୍ୟାମ୍ପସ ଭିତରେ ପଶି ରଡ୍ ଓ ବାଡିରେ ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୩୪ ଛାତ୍ରଛାତ୍ରୀ ଆହତ ହେବା ସହ ଏମ୍ସରେ ଭର୍ତ୍ତି ହୋଇଥିଲେ। ସେହିପରି ଆହତମାନଙ୍କ ମଧ୍ୟରେ ଜେଏନୟୁଏସୟୁ ଛାତ୍ର ସଭାପତି ଆଇଷୀ ଘୋଷ ମଧ୍ୟ ସାମିଲ ଥିଲେ।




