ଏକାକୀ ନିର୍ବାଚନ ଲଢ଼ିବ ଜେଏମ୍‌ଏମ୍‌, ୬ ଆସନରେ ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ଶନିବାର ଘୋଷଣା କରିଛି ଯେ ଏହା ଏକାକୀ ବିହାର ବିଧାନସଭା ନିର୍ବାଚନ ଲଢ଼ିବ। ଜେଏମ୍‌ଏମ କହିଛି ପଡ଼ୋଶୀ ରାଜ୍ୟରେ ନିର୍ବାଚନ ପରେ ଏହା କଂଗ୍ରେସ ଏବଂ ଆର୍‌ଜେଡି ସହ ଝାଡ଼ଖଣ୍ଡରେ ଏହାର ‌ମେଣ୍ଟକୁ ସମୀକ୍ଷା କରିବ। ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଜେଏମ୍‌ଏମ୍‌ ସମ୍ପାଦକ ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଦଳ ବିହାର ନିର୍ବାଚନ ଲଢ଼ିବ ବୋଲି ନିଷ୍ପତ୍ତି ନେଇଛି। ଭଟ୍ଟାଚାର୍ଯ୍ୟ କହିଛନ୍ତି, ଆମେ ଦୃଢ଼ତାର ସହ ନିର୍ବାଚନ […]

ଏକାକୀ ନିର୍ବାଚନ ଲଢ଼ିବ ଜେଏମ୍‌ଏମ୍‌, ୬ ଆସନରେ ପ୍ରାର୍ଥୀ ଘୋଷଣା
Samaya Live Picture
Published On

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ଶନିବାର ଘୋଷଣା କରିଛି ଯେ ଏହା ଏକାକୀ ବିହାର ବିଧାନସଭା ନିର୍ବାଚନ ଲଢ଼ିବ। ଜେଏମ୍‌ଏମ କହିଛି ପଡ଼ୋଶୀ ରାଜ୍ୟରେ ନିର୍ବାଚନ ପରେ ଏହା କଂଗ୍ରେସ ଏବଂ ଆର୍‌ଜେଡି ସହ ଝାଡ଼ଖଣ୍ଡରେ ଏହାର ‌ମେଣ୍ଟକୁ ସମୀକ୍ଷା କରିବ। ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଜେଏମ୍‌ଏମ୍‌ ସମ୍ପାଦକ ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଦଳ ବିହାର ନିର୍ବାଚନ ଲଢ଼ିବ ବୋଲି ନିଷ୍ପତ୍ତି ନେଇଛି। ଭଟ୍ଟାଚାର୍ଯ୍ୟ କହିଛନ୍ତି, ଆମେ ଦୃଢ଼ତାର ସହ ନିର୍ବାଚନ ଲଢ଼ିବୁ। ଆମେ କୌଣସି ବନ୍ଧୁତ୍ବପୂର୍ଣ୍ଣ ଲଢ଼େଇ ଲଢ଼ିବୁ ନାହିଁ। ଶତ୍ରୁ ହେଉଛନ୍ତି ଶତ୍ରୁ। ଦଳ ଚକାଇ, ଧମଦାହା, କାଟୋରିଆ, ମଣିହାରି, ଜାମୁଇ ଏବଂ ପୀରପୈନ୍ତୀରେ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଭଟ୍ଟାଚାର୍ଯ୍ୟ କହିଛନ୍ତି , ‌ଜେଏମ୍‌ଏମ୍‌ ଅକ୍ଟୋବର ୧୧ ତାରିଖରେ ଇଣ୍ଡି ମେଣ୍ଟକୁ ସୂଚନା ଦେଇଥିଲା ଯେ ଯଦି ଅକ୍ଟୋବର ୧୪ ସୁଦ୍ଧା ଆମକୁ ସମ୍ମାନଜନକ ଆସନ ସଂଖ୍ୟା ନମିଳେ ତେବେ ଆମେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବୁ। ସେ କହିଛନ୍ତି, ଆାମେ ଲଢ଼ିବୁ ଏବଂ ଜିତିବୁ। ଆମେ ନିଶ୍ଚିତ ଯେ ଜେଏମ୍‌ଏମ୍‌ ବିନା ବିହାରରେ ସରକାର ଗଠନ ହେବନାହିଁ।

Tags: