ଜେଲ୍‌ ଅନ୍ତେବାସୀ ହତ୍ୟା ମାମଲାରେ ଝାଡଖଣ୍ଡ କୋର୍ଟ ଦେଲା ୧୫ ଜଣଙ୍କୁ ମୃତୁ୍ୟଦଣ୍ଡ

ଜାମସେଦପୁର: ଏହା ସାଙ୍ଗରେ ୧୫ଜଣଙ୍କୁ ମିଳିଲା ମୃତ୍ୟୁ ଦଣ୍ଡ । ଜେଲ ଭିତରେ ରହି ଜଣେ କଏଦୀଙ୍କୁ ମାଡ଼ ମାରି ହତ୍ୟା କରିଥିବାରୁ ୧୫ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଛନ୍ତି ଝାଡଖଣ୍ଡ କୋର୍ଟ । ୨୦୧୯ରେ ଜେଲ ଭିତରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସମୟରେ ଜାମସେଦପୁରର ଘାଗିଡିହ ସେଣ୍ଟ୍ରାଲ ଜେଲର ଜଣେ ଅନ୍ତେବାସୀଙ୍କୁ ହତ୍ୟା କରାଯାଇଥିଲା । ଏହାର ଶୁଣାଣି କରି ଗୁରୁବାର ଦିନ ଝାଡଖଣ୍ଡର ପୂର୍ବ ସିଂହବୁମ ଜିଲ୍ଲାର ଏକ କୋର୍ଟ ଦ୍ୱାରା […]

Samaya Live Picture
Published On

ଜାମସେଦପୁର: ଏହା ସାଙ୍ଗରେ ୧୫ଜଣଙ୍କୁ ମିଳିଲା ମୃତ୍ୟୁ ଦଣ୍ଡ । ଜେଲ ଭିତରେ ରହି ଜଣେ କଏଦୀଙ୍କୁ ମାଡ଼ ମାରି ହତ୍ୟା କରିଥିବାରୁ ୧୫ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଛନ୍ତି ଝାଡଖଣ୍ଡ କୋର୍ଟ । ୨୦୧୯ରେ ଜେଲ ଭିତରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସମୟରେ ଜାମସେଦପୁରର ଘାଗିଡିହ ସେଣ୍ଟ୍ରାଲ ଜେଲର ଜଣେ ଅନ୍ତେବାସୀଙ୍କୁ ହତ୍ୟା କରାଯାଇଥିଲା । ଏହାର ଶୁଣାଣି କରି ଗୁରୁବାର ଦିନ ଝାଡଖଣ୍ଡର ପୂର୍ବ ସିଂହବୁମ ଜିଲ୍ଲାର ଏକ କୋର୍ଟ ଦ୍ୱାରା ୧୫ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ।

ଅତିରିକ୍ତ ଜିଲ୍ଲା ଜଜ-୪ ରାଜେନ୍ଦ୍ର କୁମାର ସିହ୍ନାଙ୍କ କୋର୍ଟ ଆଇପିସି ଧାରା ୩୦୨ (ହତ୍ୟା) ଏବଂ ୧୨୦ବି (ଅପରାଧିକ ଷଡଯନ୍ତ୍ର) ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେବା ପରେ ୧୫ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି ବୋଲି ଅତିରିକ୍ତ ସରକାରୀ ଓକିଲ ରାଜୀବ କୁମାର କହିଛନ୍ତି । ଆଇପିସି ଧାରା ୩୦୭ (ହତ୍ୟା ଉଦ୍ୟମ) ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ଅନ୍ୟ ୭ ଜଣଙ୍କୁ ୧୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବୋଲି ସେ କହିଛନ୍ତି ।

 ଜେଲ୍‌ ଅନ୍ତେବାସୀ ହତ୍ୟା ମାମଲାରେ ଝାଡଖଣ୍ଡ କୋର୍ଟ ଦେଲା ୧୫ ଜଣଙ୍କୁ ମୃତୁ୍ୟଦଣ୍ଡ

ସୂଚନା ମୁତାବକ, ଜୁନ୍‌ ୨୫, ୨୦୧୯ ଘାଘିଦିହ କେନ୍ଦ୍ରୀୟ କାରାଗାରରେ ଦୁଇ ଗୋଷ୍ଠୀ ଅନ୍ତେବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ଘଟଣାରେ ମନୋଜ କୁମାର ସିଂଙ୍କ ସମେତ ଦୁଇ ଜଣ ଅନ୍ତେବାସୀ ଗୁରୁତର ଆହତ ହୋଇଥିଲେ । ପରେ ସେମାନଙ୍କୁ ଡାକ୍ତରଖାନା ନିଆଯିବା ବାଟରେ ହିଁ ମନୋଜ କୁମାର ସିଂଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଏଭଳି ହିଂସାକୁ ନେଇ ପାର୍ସୁଦି ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା ।