ଜିଓର 5G ସେବା ଦିୱାଲୀରୁ ଆରମ୍ଭ ହେବ : ମୁକେଶ ଅମ୍ବାନୀ ଦାବି କରିଛନ୍ତି
ଆସନ୍ତା ଦୀପାବଳୀରୁ ଆରମ୍ଭ ହେବାକୁ ଯାଉଛି ଜିଓର 5G ସେବା I କମ୍ପାନୀର ୪୫ତମ ବାର୍ଷିକ ମିଟିଂ (AGM 2022) ରେ ଏହା ଘୋଷଣା କରିଛନ୍ତି ଅଧ୍ୟକ୍ଷ ମୁକେଶ ଅମ୍ବାନୀ I ପ୍ରଥମେ ଦେଶରେ ଥିବା ପ୍ରମୁଖ ମହା ନଗର ଗୁଡିକ ରେ ଏହି ସେବା ଆରମ୍ଭ କରାଯିବ ବୋଲି ମୁକେଶ ଅମ୍ବାନୀ ସୂଚନା ଦେଇଛନ୍ତି I ଏହା ସହିତ ରିଲାଏନ୍ସ କମ୍ପାନୀ ଜିଓ ଫୋନ୍ 5G ଲଞ୍ଚ କରିବାକୁ ମଧ୍ୟ ଘୋଷଣା କରିଛି। ଗୁଗୁଲ୍ ଏବଂ […]
ଆସନ୍ତା ଦୀପାବଳୀରୁ ଆରମ୍ଭ ହେବାକୁ ଯାଉଛି ଜିଓର 5G ସେବା I କମ୍ପାନୀର ୪୫ତମ ବାର୍ଷିକ ମିଟିଂ (AGM 2022) ରେ ଏହା ଘୋଷଣା କରିଛନ୍ତି ଅଧ୍ୟକ୍ଷ ମୁକେଶ ଅମ୍ବାନୀ I ପ୍ରଥମେ ଦେଶରେ ଥିବା ପ୍ରମୁଖ ମହା ନଗର ଗୁଡିକ ରେ ଏହି ସେବା ଆରମ୍ଭ କରାଯିବ ବୋଲି ମୁକେଶ ଅମ୍ବାନୀ ସୂଚନା ଦେଇଛନ୍ତି I
ଏହା ସହିତ ରିଲାଏନ୍ସ କମ୍ପାନୀ ଜିଓ ଫୋନ୍ 5G ଲଞ୍ଚ କରିବାକୁ ମଧ୍ୟ ଘୋଷଣା କରିଛି। ଗୁଗୁଲ୍ ଏବଂ କ୍ୱାଲକମ୍ ପାର୍ଟନରସିପ ରେ ଜିଓ ଫୋନ୍ 5G ଲଞ୍ଚ ହେବ I ଏଥିରେ 5G କନେକ୍ସନ ରହିବା ସହ ଏହା ସବୁଠାରୁ ଶସ୍ତା ଫୋନ୍ ହେବ I ଏହି ଫୋନ୍ କ୍ୱାଲକମ୍ ର ସ୍ନାପଡ୍ରାଗନ୍ 480 5G ସଞ୍ଚାଳକ ସହିତ ପ୍ରଦାନ କରାଯିବ I
ଜିଓ ଫୋନ୍ 5G ର ବୈଶିଷ୍ଟ୍ୟ ଗୁଡିକ ଭିତରେ ରହିବ 6.5-ଇଞ୍ଚ HD IPS LCD I ଯାହା 1600×720 ପିକ୍ସେଲ ରିଜୋଲ୍ୟୁସନ ସହିତ ମିଳିବ I ଫୋନ୍ ସ୍ନାପଡ୍ରାଗନ୍ 480 5 ଜି ପ୍ରୋସେସର୍ ଏବଂ 4 ଜିବି ରାମ୍ ସହିତ 32 ଜିବି ଷ୍ଟୋରେଜ୍ ପାଇବେ I ଆସନ୍ତୁ ଆପଣଙ୍କୁ କହିବା ଯେ ଏହା ହେଉଛି ସବୁଠାରୁ ଶସ୍ତା 5G ଫୋନ I
ମୁକେଶ ଅମ୍ବାନୀ କହିଛନ୍ତି ଯେ ଦୁଇମାସ ପରେ ଦିୱାଲୀ ସମୟରେ ଜିଓ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ଭଳି ମେଟ୍ରୋ ବ୍ୟତୀତ ଦେଶର ଅନେକ ପ୍ରମୁଖ ସହରରେ 5G ସେବା ଆରମ୍ଭ କରିବ । ଏହା ପରେ,ପର୍ଯ୍ୟାୟକ୍ରମେ ଦେଶର ଅନ୍ୟ ସହରକୁ କନେକ୍ସନ ଦିଆଯିବ I ଡିସେମ୍ବର ୨୦୨୩ ସୁଦ୍ଧା ଜିଓର 5G ସେବା ଦେଶର ସମସ୍ତ ଇଲାକାରେ ପହଞ୍ଚିବ ।




