ଜିଓମାର୍ଟ ଓ ସ୍ମାର୍ଟ ଷ୍ଟୋରର ‘ବେଷ୍ଟିଭାଲ୍ ସେଲ୍’
ମୁମ୍ବାଇ: ରିଲାଏନ୍ସ ରିଟେଲ୍ ଜିଓମାର୍ଟ ଓ ସ୍ମାର୍ଟ ଷ୍ଟୋର ‘ବେଷ୍ଟିଭାଲ୍ ସେଲ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛନ୍ତି । ଏହା ଭାରତର ସର୍ବବୃହତ ଓମନିଚାନେଲ୍ ଦୀପାବଳି ପର୍ବ ଯାହାକି ୧୪ ରୁ ୨୪ ଅକେଫାବର ପର୍ଯ୍ୟନ୍ତ ଚାଲୁ ରହିବ । ଏଥିରେ ଇ-ମାର୍କେଟେ¬୍ଳସର ଦ୍ରୁତ ସଂପ୍ରସାରଣ ହେଉଛି ଯେଉଁଥିରେ ଅନେକ ଗୁଡ଼ିଏ ନୂଆ ବର୍ଗ ଗୁଡ଼ିକୁ ସାମିଲ୍ କରାଯାଇଛି । ଏଗୁଡ଼ିକ ହେଉଛି ଫେସନ ଓ ଲାଇଫଷ୍ଟାଇଲ୍, କଞ୍ଜୁମର ଇଲେକେଫ୍ରାନିକ୍ସ, ହୋମ୍ ଓ କିଚେନ୍ । ଏହି […]
ମୁମ୍ବାଇ: ରିଲାଏନ୍ସ ରିଟେଲ୍ ଜିଓମାର୍ଟ ଓ ସ୍ମାର୍ଟ ଷ୍ଟୋର ‘ବେଷ୍ଟିଭାଲ୍ ସେଲ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛନ୍ତି । ଏହା ଭାରତର ସର୍ବବୃହତ ଓମନିଚାନେଲ୍ ଦୀପାବଳି ପର୍ବ ଯାହାକି ୧୪ ରୁ ୨୪ ଅକେଫାବର ପର୍ଯ୍ୟନ୍ତ ଚାଲୁ ରହିବ । ଏଥିରେ ଇ-ମାର୍କେଟେ¬୍ଳସର ଦ୍ରୁତ ସଂପ୍ରସାରଣ ହେଉଛି ଯେଉଁଥିରେ ଅନେକ ଗୁଡ଼ିଏ ନୂଆ ବର୍ଗ ଗୁଡ଼ିକୁ ସାମିଲ୍ କରାଯାଇଛି । ଏଗୁଡ଼ିକ ହେଉଛି ଫେସନ ଓ ଲାଇଫଷ୍ଟାଇଲ୍, କଞ୍ଜୁମର ଇଲେକେଫ୍ରାନିକ୍ସ, ହୋମ୍ ଓ କିଚେନ୍ । ଏହି ସେଲ୍ ଜିଓମାର୍ଟରେ, ଇ-ମାର୍କେଟପ୍ଲେସ ପ୍ଲାଟଫର୍ମରେ ତଥା ୩୦୦୦ରୁ ଅଧିକ ସ୍ମାର୍ଟ ଷ୍ଟୋରରେ ଉପଲବ୍ଧ ହେବ ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ସାରା ଦେଶର ସ୍ମାର୍ଟ ବଜାର, ସ୍ମାର୍ଟ ସୁପର ଷ୍ଟୋର ଓ ସ୍ମାର୍ଟ ପଏଣ୍ଟ ।

ଗତ ୨ ବର୍ଷ ଧରି, ସ୍ମାର୍ଟ ଷ୍ଟୋର ଭାଲ୍ୟୁ ସପିଂ, ଡେଷ୍ଟିନେସନ ସପିଂ ଓ ସୁବିଧାଜନକ ସପିଂ ଫର୍ମାଟକୁ ସଂପ୍ରସାରିତ କରିଛି । ଫିଜିକାଲ୍ ଷ୍ଟୋରର ବ୍ୟାପକ ନେଟୱର୍କ ସହିତ ଦୃଢ଼ ପାର୍ଟନର ନେଟୱର୍କ, ଗ୍ରହଣ କରିବା କ୍ଷମତା ଓ ଡିପ୍ ଇନ୍ସାଇଟ୍ ଆଦି ସୁବିଧା ସହିତ ରିଲାଏନ୍ସ ରିଟେଲର ୨୦ କୋଟି ରୁ ଅଧିକ ପଞ୍ଜୀକୃତ ଗ୍ରାହକଙ୍କୁ ଏହାର ସେବା ପ୍ରଦାନ କରୁଛି ।

ଦାମୋଦଲ୍ ମଲ୍, ସିଇଓ, ଗ୍ରୁପ୍ ରିଲାଏନ୍ସ ରିଟେଲ୍, ଏହି ଅବସରରେ କହିଛନ୍ତି ଯେ, ୩୦୦୦ରୁ ଅଧିକ ସ୍ମାର୍ଟ ଷ୍ଟୋରର ଶକ୍ତିଶାଳୀ ସମନ୍ୱ୍ୱୟ ଓ ଜିଓମାର୍ଟ ଭାରତୀୟ ଗ୍ରାହକମାନଙ୍କୁ ଅନେକ ସୁବିଧା ପ୍ରଦାନ କରୁଛି । ଷ୍ଟୋର ଓ ଜିଓମାର୍ଟର ଗ୍ରହଣ କରିବା କ୍ଷମତା ଚଳିତ ବେଷ୍ଟିଭାଲ୍ ସେଲରେ ଅତୁଳନୀୟ ମୂଲ୍ୟ ସୁବିଧା ପ୍ରଦାନ କରୁଛି । ଏହି ଦେଶବ୍ୟାପୀ ନେଟୱର୍କର ସମାହାର ଓ ଡିଜିଟାଲ୍ ସପିଂ ଗ୍ରାହକମାନଙ୍କୁ ଅନେକ ଅଫର ପ୍ରଦାନ କରୁଛି ଓ ଏହା ରିଟେଲ୍ କ୍ଷେତ୍ରରେ ସ୍ୱତନ୍ତ୍ର ଅଟେ । ମୁଁ ନିଶ୍ଚିତ ଯେ, ଗ୍ରାହକମାନେ ସେମାନଙ୍କର ଗ୍ରୋସେରି ସାମଗ୍ରୀକୁ ଉଭୟ ଇନ-ଷ୍ଟୋର ଓ ଆପ୍ ମାଧ୍ୟମରେ ଚଳିତ ଋତୁରେ କିଣାକିଣି କରିପାରିବେ । କ୍ରେତାମାନେ ବିଭିନ୍ନ ବର୍ଗରେ ୮୦% ପର୍ଯ୍ୟନ୍ତ ରିହାତି ପାଇ ପାରିବେ ଓ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ଦିୱାଲି ସ୍ପେଶିଆଲ୍ ଡିଲରୁ ବାଛି ପାରିବେ । ଏଥିରେ ରହିଛି ଦିୟା, କ୍ୟାଣ୍ଡେଲ୍, ଉପହାର, ମିଠା, ସ୍ନାକ୍ସ ଓ ରଙ୍ଗୋଲି ଯାହାକି ଗ୍ରାହକମାନଙ୍କର ସମସ୍ତ ପାର୍ବଣ ଆବଶ୍ୟକତାକୁ ପୂରଣ କରିବ । ଏହା ସହିତ ସେମାନେ ଭାରତୀୟ ମିଠାଇ ଓ ଡ୍ରାଏ ଫ୍ରୁଟ୍ ଗିଫଫ ପ୍ୟାକରେ ୫୦% ପର୍ଯ୍ୟନ୍ତ ରିହାତି ସୁବିଧା ପାଇପାରିବେ । ସନ୍ଦୀପ ଭରଗଣ୍ଟି, ସିଇଓ, ଜିଓମାର୍ଟ କହିଛନ୍ତି ଯେ, ଆମେ ଆମର କ୍ରସ-କାଟେଗୋରି ସଂପ୍ରସାରଣର ସଫଳତା ନେଇ ବହୁତ ଉତ୍ସାହୀ ଅଛୁ ଯାହାକୁ ସାରା ଦେଶରେ ଗ୍ରହଣ କରାଯାଇଛି ।





