ଦିଲ୍ଲୀରେ ୫ଜି ସେବା ଆରମ୍ଭ କରିବାରେ ଜିଓ ପ୍ରଥମ

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଦିଲ୍ଲୀ ପରେ ନୋଏଡ଼ା, ଗାଜିଆବାଦ, ଗୁରୁଗ୍ରାମ ଏବଂ ଫରିଦାବାଦରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଘୋଷଣା କରାଯାଇଛି । ଏଥି ସହିତ ସମଗ୍ର ଦିଲ୍ଲୀ-ଏନ୍ସିଆର୍‌ ଅଞ୍ଚଳରେ ଟ୍ରୁ-୫ଜି ସେବା ଆରମ୍ଭ କରିବାରେ ଜିଓ ହେଉଛି ଦେଶର ଏକମାତ୍ର ଟେଲିକମ୍‌ ଅପରେଟର । ଜିଓ ପକ୍ଷରୁ ଦ୍ରୁତ ଗତିରେ ବିଭିନ୍ନ ସ୍ଥାନରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଉଛି । ଦିଲ୍ଲୀ ବ୍ୟତୀତ ମୁମ୍ବାଇ, କୋଲକାତା, ବାରାଣାସୀ, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ନାଥଦ୍ୱାରାରେ […]

Samaya Live Picture
Published On

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଦିଲ୍ଲୀ ପରେ ନୋଏଡ଼ା, ଗାଜିଆବାଦ, ଗୁରୁଗ୍ରାମ ଏବଂ ଫରିଦାବାଦରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଘୋଷଣା କରାଯାଇଛି । ଏଥି ସହିତ ସମଗ୍ର ଦିଲ୍ଲୀ-ଏନ୍ସିଆର୍‌ ଅଞ୍ଚଳରେ ଟ୍ରୁ-୫ଜି ସେବା ଆରମ୍ଭ କରିବାରେ ଜିଓ ହେଉଛି ଦେଶର ଏକମାତ୍ର ଟେଲିକମ୍‌ ଅପରେଟର । ଜିଓ ପକ୍ଷରୁ ଦ୍ରୁତ ଗତିରେ ବିଭିନ୍ନ ସ୍ଥାନରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଉଛି । ଦିଲ୍ଲୀ ବ୍ୟତୀତ ମୁମ୍ବାଇ, କୋଲକାତା, ବାରାଣାସୀ, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ନାଥଦ୍ୱାରାରେ ରିଲାଏନ୍ସ ଜିଓ ପକ୍ଷରୁ ପୂର୍ବରୁ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇସାରିଛି । ଏହି ତାଲିକାରେ ଦିଲ୍ଲୀ-ଏନ୍ସିଆର୍‌ ହେଉଛି ସବୁଠୁ ନୂଆ ସ୍ଥାନ । ଜିଓର ଟ୍ରୁ-୫ଜି ନେଟ୍‌ୱର୍କ ସିଗ୍ନାଲ୍‌ ଦିଲ୍ଲୀ-ଏନ୍ସିଆର୍ର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଏବଂ କ୍ଷେତ୍ରରେ ମିଳିବ ।

ଅଧିକାଂଶ ଆବାସିକ ଅଞ୍ଚଳ, ହସ୍ପିଟାଲ୍‌, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ସରକାରୀ କୋଠା, ମଲ୍‌, ପ୍ରମୁଖ ବଜାର, ଟେକ୍‌ ପାର୍କ ଏବଂ ମେଟ୍ରୋ ଷ୍ଟେସନରେ ଜିଓର ଟ୍ରୁ-୫ଜି ନେଟ୍‌ୱର୍କ ଉପଲବ୍ଧ ହେବ । ଏହା ପୂର୍ବରୁ ଦିଲ୍ଲୀରେ ଲକ୍ଷ ଲକ୍ଷ ଗ୍ରାହକ ଜିଓ ଟ୍ରୁ-୫ଜି ସେବାକୁ ବ୍ୟବହାର କରୁଛନ୍ତି । ଏନ୍ସିଆର୍‌ ଅଞ୍ଚଳରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ପରେ ଜିଓର ଗ୍ରାହକମାନଙ୍କୁ ଜିଓ େୱଲକମ୍‌ ଅଫର ଅଧୀନରେ ଆମନ୍ତ୍ରଣ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଯିବ ।

ଏହି ଅଫରରେ ଗ୍ରହକମାନଙ୍କୁ ଅସୀମିତ ୫ଜି ଡାଟା ଏବଂ ୧ ଜିବିପିଏସ୍‌ ପର୍ଯ୍ୟନ୍ତ ସ୍ପିଡ୍‌ ମିଳିବ । ଏଥିପାଇଁ ଗ୍ରାହକମାନଙ୍କୁ କୌଣସି ଅତିରିକ୍ତ ଶୁÂ ଦେବାକୁ ପଡ଼ିବ ନାହିଁ । ରିଲାଏନ୍ସ ଜିଓର ପ୍ରବକ୍ତା କହିଛନ୍ତି ଯେ, ଦେଶର ରାଜଧାନୀ ଏବଂ ଏନ୍ସିଆରର ଅଞ୍ଚଳର ଅଧିକାଂଶ ସ୍ଥାନରେ ଜିଓ ଟ୍ରୁ-୫ଜି ସେବା ପହଞ୍ଚାଇବା ଆମ ପାଇଁ ଗର୍ବର ବିଷୟ । ଜିଓ ଏହାର ଟ୍ରୁ-୫ଜି ସେବାକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରୁଛି ଏବଂ ଏହି ଅଂଚଳର ଏକ ବଡ଼ ଭାଗରେ ପୂର୍ବରୁ ଏହା ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିସାରିଛି । ସମଗ୍ର ଦିଲ୍ଲୀ-ଏନ୍ସିଆର୍‌ ଅଞ୍ଚଳରେ ୫ଜି ସେବା ପ୍ରଦାନ କରିବାରେ ଜିଓ ହେଉଛି ଏକମାତ୍ର ଟେଲିକମ୍‌ ଅପରେଟର । ସମସ୍ତ ଭାରତୀୟଙ୍କ ନିକଟରେ ଜିଓ ଟ୍ରୁ-୫ଜି ସେବା ପହଞ୍ଚାଇବା ଲାଗି ଜିଓର ଇଞ୍ଜିନିୟରମାନେ ନିରବଚ୍ଛିନ୍ନ ଭାବେ ଚବିଶ ଘଣ୍ଟା କାର୍ଯ୍ୟ କରୁଛନ୍ତି, କାରଣ ଏହି ପ୍ରଯୁକ୍ତି ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବ ।