୨ ଟି ପର୍ଯ୍ୟାୟରେ ଝାରଖଣ୍ଡ ନିର୍ବାଚନ,ନଭେମ୍ୱର ୨୦ ମହାରାଷ୍ଟ୍ର ମତଦାନ
ଭୁବନେଶ୍ୱର : ବାଜିଲା ନିର୍ବାଚନୀ ବିଗୁଲ । ଦେଶର ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ମଙ୍ଗଳବାର ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ରାଜୀବ କୁମାର। ଏଥିପାଇଁ ଦିଲ୍ଲୀର ବିଜ୍ଞାନ ଭବନରେ ଭାରତୀୟ ନିର୍ବାଚନ କମିଶନର ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ହୋଇଥିଲା । ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ସହ ୩ ଲୋକସଭା ଏବଂ ୫୦ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ […]
ଭୁବନେଶ୍ୱର : ବାଜିଲା ନିର୍ବାଚନୀ ବିଗୁଲ । ଦେଶର ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ମଙ୍ଗଳବାର ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ରାଜୀବ କୁମାର। ଏଥିପାଇଁ ଦିଲ୍ଲୀର ବିଜ୍ଞାନ ଭବନରେ ଭାରତୀୟ ନିର୍ବାଚନ କମିଶନର ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ହୋଇଥିଲା । ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ସହ ୩ ଲୋକସଭା ଏବଂ ୫୦ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରାଯାଇଛି ।
– ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁସାରେ ନଭେମ୍ୱର ୨୦ରେ ମହାରାଷ୍ଟ୍ର ବିଧାନସଭା ପାଇଁ ଭୋଟିଂ ହେବ । ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ନଭେମ୍ବର ୨୩ରେ ହେବ ଭୋଟ୍ ଗଣତି।
ଅନ୍ୟପଟେ, ୮୧ ବିଧାନସଭା ଆସନ ପାଇଁ ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ନଭେମ୍ବର ୧୩ ଓ ନଭେମ୍ବର ୨୦ରେ ଝାଡ଼ଖଣ୍ଡରେ ଭୋଟିଂ ହେବ ଏବଂ ଏଠାରେ ମଧ୍ୟ ନଭେମ୍ବର ୨୩ରେ ଫଳାଫଳ ପ୍ରକାଶ ପାଇବ ।
ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ୨୦୨୪ ନଭେମ୍ୱର ୨୬ରେ ଶେଷ ହେବାକୁ ଯାଉଛି । ସେହିପରି ଝାଡ଼ଖଣ୍ଡ ବିଧାନସଭାର କାର୍ଯ୍ୟକାଳ ୨୦୨୫ ଜାନୁଆରୀ ୫ରେ ଶେଷ ହେବ ।




