ଆସାମରେ ଜାପାନୀ ଇନସେଫାଲାଇଟିସ୍‌ ଆତଙ୍କ: ୪୮ ମୃତ ଓ ୩ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଗ୍ୱାହାଟୀ: ଆସାମରେ ଏବେ ଜାପାନୀ ଇନସେଫାଲାଇଟିସ୍‌ ଆତଙ୍କ ଦେଖାଦେଇଛି । ଏପର୍ଯ୍ୟନ୍ତ ଏଥିରେ ୩୦୨ ଜଣ ଆକ୍ରାନ୍ତ ହୋଇସାରିଥିବାବେଳେ ୪୮ଜଣ ଏଥିରେ ପ୍ରାଣ ହରାଇସାରିଥିବା ସୂଚନା ରହିଛି । ଏବେ ପୁଣି ୮ଟି ନୂଆ ମାମଲା ସାମନାକୁ ଆସିଛି, ଯେଉଁଥିରୁ ଜଣେ ପ୍ରାଣ ହରାଇଥିବା ଜଣାପଡିଛି । ଆସାମରେ ଜାପାନୀ ଇନସେଫାଲାଇଟିସ୍‌ ରୋଗୀଙ୍କ ସଂଖ୍ୟା ବଢିବଢି ଚାଲିଛି । ଏହା ପୂର୍ବରୁ ଗତ ଶୁକ୍ରବାର ମଧ୍ୟ ୭ଟି ନୂଆ ମାମଲା ଆସିଥିଲା । ଯାହା ମଧ୍ୟରୁ ୩ଜଣଙ୍କର […]

Samaya Live Picture
Published On

ଗ୍ୱାହାଟୀ: ଆସାମରେ ଏବେ ଜାପାନୀ ଇନସେଫାଲାଇଟିସ୍‌ ଆତଙ୍କ ଦେଖାଦେଇଛି । ଏପର୍ଯ୍ୟନ୍ତ ଏଥିରେ ୩୦୨ ଜଣ ଆକ୍ରାନ୍ତ ହୋଇସାରିଥିବାବେଳେ ୪୮ଜଣ ଏଥିରେ ପ୍ରାଣ ହରାଇସାରିଥିବା ସୂଚନା ରହିଛି । ଏବେ ପୁଣି ୮ଟି ନୂଆ ମାମଲା ସାମନାକୁ ଆସିଛି, ଯେଉଁଥିରୁ ଜଣେ ପ୍ରାଣ ହରାଇଥିବା ଜଣାପଡିଛି । ଆସାମରେ ଜାପାନୀ ଇନସେଫାଲାଇଟିସ୍‌ ରୋଗୀଙ୍କ ସଂଖ୍ୟା ବଢିବଢି ଚାଲିଛି । ଏହା ପୂର୍ବରୁ ଗତ ଶୁକ୍ରବାର ମଧ୍ୟ ୭ଟି ନୂଆ ମାମଲା ଆସିଥିଲା । ଯାହା ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଥିଲା ।

ଆସାମରେ ଜାପାନୀ ଇନସେଫାଲାଇଟିସ୍‌ ଆତଙ୍କ: ୪୮ ମୃତ ଓ ୩ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଆସାମର ଦକ୍ଷିଣ ସଲମାର ଦୀମା ହସାଓ ଓ କାର୍ବି ଆଙ୍ଗଲୋଙ୍ଗ ଅଞ୍ଚଳକୁ ବାଦଦେଇ ଅନ୍ୟ ସବୁ ଅଞ୍ଚଳ ଏଥିରେ ପ୍ରଭାବିତ ହୋଇଛନ୍ତି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ନାଗାଓଁ । ଏଠାରେ ୪୪ଟି ଜାପାନୀ ଇନସେଫାଲାଇଟିସ୍‌ ରୋଗୀ ଥିବା ଜଣାପଡିଛି । ଏହାପରେ ଜୋରହାଟରୁ ୩୯ ଓ ଗୋଲାଘାଟରୁ ୩୪ ଟି ମାମଲା ଆସିଛି । ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାରେ ଆକ୍ୟୁଟ୍‌ ଇନସେଫାଲାଇଟିସ୍‌ ସିଣ୍ଡ୍ରୋମ୍‌ ଓ ଜାପାନୀ ଇନସେଫାଲାଇଟିସ୍‌ର ଚିକିତ୍ସା ପାଇଁ ରାପିଡ୍‌ ରେସପନ୍ସ ଟିମ୍‌ଗୁଡିକର ଗଠନ କରାଯାଇଛି ।

ଆସାମରେ ଜାପାନୀ ଇନସେଫାଲାଇଟିସ୍‌ ଆତଙ୍କ: ୪୮ ମୃତ ଓ ୩ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଜାପାନୀ ଇନସେଫାଲାଇଟିସ୍‌ ଏକ ଗମ୍ଭୀର ରୋଗ, ଯାହାର ଭୂତାଣୁକୁ ‘ଜେଇ’ ବୋଲି କୁହାଯାଏ । ଏହା ଏସିଆ ଓ ପଶ୍ଚିମ ପ୍ରଶାନ୍ତ କ୍ଷେତ୍ରର ସଙ୍କ୍ରମିତ ମଶାଙ୍କ ଯୋଗୁଁ ବ୍ୟାପୀଥାଏ । ଏହି ମଶା କାମୁଡିଲେ ଜ୍ୱର ହେବା ସହ ସିଧାସଳଖ ମସ୍ତିଷ୍କ ଉପରେ ପ୍ରଭାବ ପଡିଥାଏ । ଏହି କ୍ଷେତ୍ରରେ ରୋଗୀକୁ ତୁରନ୍ତ ଚିକିତ୍ସା କରାଇବା ନିହାତି ଜରୁରୀ । ସୂଚନା ମୁତାବକ, ୨୦୧୪ରୁ ୨୦୨୦ ମଧ୍ୟରେ ଆସାମରେ ଏଥି ଯୋଗୁଁ ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏହାପରେ ଦେଶର ଆଦିବାସୀ ଅଧ୍ୟୁଷିତ ଇଲାକାରେ ମଧ୍ୟ ଏହାର କିଛି କିଛି ପ୍ରଭାବ ଦେଖିବାକୁ ମିଳେ ।