ଜାମ୍ମୁ କାଶ୍ମୀର ବିଧାନସଭାରେ ମୁଥ ମରାମରି

ଶ୍ରୀନଗର : ଜମ୍ମୁକାଶ୍ମୀର ବିଧାନସଭାରେ ହାଇ ଡ୍ରାମା । ଧାରା ୩୭୦କୁ ପୁଣି କାର୍ଯ୍ୟକାରୀ କରିବାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ହଙ୍ଗାମା ଦେଖିବାକୁ ମିଳିଛି । ଧାରା ୩୭୦ କୁ ପୁନଃ ଲାଗୁ କରିବାକୁ ନେଇ ବିଧାନ ସଭା କକ୍ଷ ରଣକ୍ଷେତ୍ରରେ ପରିଣତ ହୋଇଥିଲା । ଗୁରୁବାର ବିଧାନସଭାରେ ଧାରା ୩୭୦ ପୁନଃ ଲାଗୁ କରିବା ପାଇଁ ଜଣେ ବିଧାୟକ ଏକ ପ୍ଲା କାର୍ଡ ଦେଖାଇବାରୁ ହଙ୍ଗାମା ହୋଇଛି । ବୁଧବାର ଜମ୍ମୁ-କଶ୍ମୀର ବିଧାନସଭାରେ […]

Samaya Live Picture
Published On

ଶ୍ରୀନଗର : ଜମ୍ମୁକାଶ୍ମୀର ବିଧାନସଭାରେ ହାଇ ଡ୍ରାମା । ଧାରା ୩୭୦କୁ ପୁଣି କାର୍ଯ୍ୟକାରୀ କରିବାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ହଙ୍ଗାମା ଦେଖିବାକୁ ମିଳିଛି । ଧାରା ୩୭୦ କୁ ପୁନଃ ଲାଗୁ କରିବାକୁ ନେଇ ବିଧାନ ସଭା କକ୍ଷ ରଣକ୍ଷେତ୍ରରେ ପରିଣତ ହୋଇଥିଲା । ଗୁରୁବାର ବିଧାନସଭାରେ ଧାରା ୩୭୦ ପୁନଃ ଲାଗୁ କରିବା ପାଇଁ ଜଣେ ବିଧାୟକ ଏକ ପ୍ଲା କାର୍ଡ ଦେଖାଇବାରୁ ହଙ୍ଗାମା ହୋଇଛି । ବୁଧବାର ଜମ୍ମୁ-କଶ୍ମୀର ବିଧାନସଭାରେ ଏକ ପ୍ରସ୍ତାବ ପାରିତ ହୋଇଥିଲା । ତେବେ ଏହାକୁ ନେଇ ଆଜି ବିଧାନସଭାରେ ଆଲୋଚନା ଚାଲିଥିବା ବେଳେ ଗୃହ ମଧ୍ୟରେ ବିଧାୟକ ମାନେ ଠେଲାପେଲା ସହ ଧସ୍ତାଧସ୍ତି ହୋଇଛନ୍ତି। କେବଳ ଠେଲାପେଲା ନୁହେଁ ନିଜ ନିୟନ୍ତ୍ରଣ ହରାଇଲେ ଶାସକ ଓ ବିରୋଧୀ ଦଳର ନେତା ମୁଥ ମରାମରି ହେବା ସହ ପୋଷ୍ଟର ମଧ୍ୟ ଚିରିଛନ୍ତି। ଯାହା ଫଳରେ ବିଧାନସଭା ପରିସର ଏକ ପ୍ରକାର ରଣକ୍ଷେତ୍ର ପାଲଟିଯାଇଥିଲା। ଆଉ ଏହାପରେ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

ଧାରା ୩୭୦କୁ ପୁନଃଲାଗୁ କରିବା ଏବଂ ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ପାହ୍ୟା ମାନ୍ୟତା ଦାବିରେ ବିଧାୟକ ଖୁର୍ଶିଦ ଶେଖ ପ୍ରଥମେ ଏକ ପ୍ଲା କାର୍ଡ ଧରି ପ୍ରଦର୍ଶନ କରିଥିଲେ। ଏହି ସମୟରେ ବିଜେପି ବିଧାୟକ ସୁନୀଲ ଶର୍ମା ତାଙ୍କ ନିକଟକୁ ଆସି ଉକ୍ତ ବ୍ୟାନରଟିକୁ ଛଡ଼ାଇନେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା। କେନ୍ଦ୍ର ସରକାର ୨୦୧୯ ମସିହାରେ ଧାରା ୩୭୦ ଉଚ୍ଛେଦ କରିଥିଲେ । ତେବେ ବିଧାନସଭାର ତୃତୀୟ ଦିନର ଅଧିବେଶନରେ ଶାସକ ଦଳ ପକ୍ଷରୁ ଏହାକୁ ପୁନଃ ଲାଗୁ କରିବା ଲାଗି ଐତିହାସିକ ପ୍ରସ୍ତାବ ପାରିତ କରାଯାଇଥିବା କହିଛି ନ୍ୟାସନାଲ କନଫେରେନ୍ସ । ନୂଆ ସରକାର କହିଛନ୍ତି, ଧାରା ୩୭୦ ପୁନଃ ଲାଗୁ କରିବାର ଆବଶ୍ୟକତା ରହିଛି । ସେପଟେ ବିଜେପି କହିଛି ଏହା ଦେଶ ବିରୋଧୀ ଏଜେଣ୍ଡା । ଉତ୍ତେଜନା ପରେ ବାଚସ୍ପତି ବିଧାନସଭା ପ୍ରକ୍ରିୟାକୁ କିଛି ସମୟ ପାଇଁ ସ୍ଥଗିତ ରଖିଥିଲେ।

ଜାମ୍ମୁ କାଶ୍ମୀର ବିଧାନସଭାରେ ଉତ୍ତେଜନା ପରେ ଗୃହର ପ୍ରକ୍ରିୟା ୧୫ ମିନିଟ୍ ପାଇଁ ସ୍ଥଗିତ ରଖାଯାଇଥିଲା। ଗୃହ ସ୍ଥଗିତ ରହିବା ପରେ ମଧ୍ୟ ବିଜେପି ସଦସ୍ୟମାନେ ଏହାର ପ୍ରତିବାଦ ଜାରି ରଖିଥିଲେ।

Tags: