ଜୈନ ସମ୍ପ୍ରଦାୟ ନିର୍ବାଣ ମହୋତ୍ସବ,ମଞ୍ଚ ଭାଙ୍ଗି ୭ ମୃତ ୩୦ ରୁ ଅଧିକ ଆହତ

ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ବାଗପତରେ ବଡ ଅଘଟଣ । ଜୈନ ସମ୍ପ୍ରଦାୟ ଭଗବାନ ଆଦିନାଥଙ୍କ ନିର୍ବାଣ ଲଡୁ ମହୋତ୍ସବ ସମୟରେ ଭୁଷୁଡ଼ିଲା ମଞ୍ଚ । ୬୫ ଫୁଟ ଉଚ୍ଚର ମଞ୍ଚ ଭୁଷୁଡି ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ଘଟି ଥିବେଳେ ମଞ୍ଚ ତଳେ ଚାପି ହୋଇ ୩୦ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ମଙ୍ଗଳବାର ସକାଳ ସକାଳ ୮ଟା ସମୟରେ ବାରୌତ ସହର କୋତୱାଲି ଅଞ୍ଚଳର ଗାନ୍ଧୀ ରୋଡରେ ଏହି ଅଘଟଣ […]

Samaya Live Picture
Published On

ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ବାଗପତରେ ବଡ ଅଘଟଣ । ଜୈନ ସମ୍ପ୍ରଦାୟ ଭଗବାନ ଆଦିନାଥଙ୍କ ନିର୍ବାଣ ଲଡୁ ମହୋତ୍ସବ ସମୟରେ ଭୁଷୁଡ଼ିଲା ମଞ୍ଚ । ୬୫ ଫୁଟ ଉଚ୍ଚର ମଞ୍ଚ ଭୁଷୁଡି ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ଘଟି ଥିବେଳେ ମଞ୍ଚ ତଳେ ଚାପି ହୋଇ ୩୦ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ମଙ୍ଗଳବାର ସକାଳ ସକାଳ ୮ଟା ସମୟରେ ବାରୌତ ସହର କୋତୱାଲି ଅଞ୍ଚଳର ଗାନ୍ଧୀ ରୋଡରେ ଏହି ଅଘଟଣ ଘଟିଛି । ମୃତ୍ୟୁ ସଂଖ୍ୟା ଅଧିକ ବଢିବା ଆଶଙ୍କା କରାଯାଉଛି ।

ଅନ୍ୟପକ୍ଷେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଉପଲବ୍ଧ ନ ଥିବାରୁ ଆହତମାନଙ୍କୁ ଇ-ରିକ୍ସାରେ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ଖବର ପାଇ ପୋଲିସ ଫୋର୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତଙ୍କ ମଧ୍ୟରେ ୧୫ଜଣ ପୋଲିସ କର୍ମଚାରୀ ଥିବା ଜଣାପଡିଛି । ଏଡିଏମ ପଙ୍କଜ ବର୍ମା ୭ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସ୍ପଷ୍ଟ କରିଛନ୍ତି ।
ପ୍ରଶାସନ ଘଟଣା ଯାଂଚର ନିର୍ଦ୍ଧେଶ ଦେଇଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମେଡିକାଲରେ ଆହତ ମାନଙ୍କ ଉତ୍ତମ ଚିକିତ୍ସା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାକୁ ନେଇ ପ୍ରଶାସନ ଆୟୋଜକଙ୍କୁ ଘେରିଛି । କୁହାଯାଉଛି ଅସ୍ଥାୟୀ ସିଡିରେ ଭକ୍ତମାନଙ୍କ ପ୍ରବଳ ଭିଡ ଯୋଗୁଁ ମଞ୍ଚ ଭୁଷୁଡିଥିଲା । ସୁରକ୍ଷା ଦୃଷ୍ଟି କୋଣରୁ ଆୟୋଜକ କିଛି ବି ବ୍ୟବସ୍ଥା ଗ୍ରହଣ କରିନଥିଲେ ବୋଲି ପ୍ରଶାସନ ପ୍ରକାଶ କରିଛି ।

Tags: