ଗୋଳାବାରୁଦ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୨ ମୃତ ଏକାଧିକ ଆହତ

ଜବଲପୁର : ମଧ୍ୟପ୍ରଦେଶ ଜବଳପୁରରେ ଥିବା ଗୋଳାବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ଵିସ୍ଫୋରଣ । ଦୁର୍ଘଟଣାରେ ୨ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ୟ ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଆଜି ସକାଳ ୧୦.୩୦ ବେଳେ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ଖାମରିଆର ଫିଲିଂ ସେକ୍ସନ-୬ରେ ଏହି ବିସ୍ଫୋରଣ ଘଟିଥିଲା । ସମସ୍ତ ଆହତଙ୍କୁ ଜବଲପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଆଜି ସକାଳେ ଗୋଳାବାରୁଦ କାରଖାନାରେ ବୋମା ଭରିବା କାମ ଚାଲୁଥିବାବେଳେ ଏହି […]

Samaya Live Picture
Published On

ଜବଲପୁର : ମଧ୍ୟପ୍ରଦେଶ ଜବଳପୁରରେ ଥିବା ଗୋଳାବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ଵିସ୍ଫୋରଣ । ଦୁର୍ଘଟଣାରେ ୨ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ୟ ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଆଜି ସକାଳ ୧୦.୩୦ ବେଳେ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ଖାମରିଆର ଫିଲିଂ ସେକ୍ସନ-୬ରେ ଏହି ବିସ୍ଫୋରଣ ଘଟିଥିଲା । ସମସ୍ତ ଆହତଙ୍କୁ ଜବଲପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଆଜି ସକାଳେ ଗୋଳାବାରୁଦ କାରଖାନାରେ ବୋମା ଭରିବା କାମ ଚାଲୁଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା ​​। ବିସ୍ଫୋରଣ ଏତେ ଭୟଙ୍କର ରହିଥିଲା ଯେ ଫ୍ୟାକ୍ଟ୍ରିର କିଛି ଅଂଶ ଧ୍ବଂସ ସ୍ତୁପରେ ପରିଣତ ହୋଇଯାଇଥିଲା । ବର୍ତ୍ତମାନ ସୁଦ୍ଧା ଭଗ୍ନାବଶେଷ ତଳେ କିଛି କର୍ମଚାରୀ ଚାପି ହୋଇ ରତହିଥିବା ସୂଚନା ମିଳିଛି । ପୁଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ଊର୍ଦ୍ଧ୍ବାର କରିବାରେ ଲାଗିଛନ୍ତି। ତେବେ କେଉଁ କାରଣରୁ କାରଖାନାରେ ବିସ୍ଫୋରଣ ଘଟିଲା ତାହା ଜଣାପଡ଼ିନାହିଁ ।

Tags: