ଥମିନି ମଧ୍ୟପ୍ରାଚ୍ୟ ଯୁଦ୍ଧ:ଯୁଦ୍ଧ ଭୂଇଁରେ ଖାଦ୍ୟ ଅଭାବ,ଲୋକେ ଆଉଟ ପାଉଟ

ବେରୁଦ:ମଧ୍ୟପ୍ରାଚ୍ୟ ନିଆଁ ଲିଭିନି। ଥମିନି ଯୁଦ୍ଧ। ଆଉ କେତେଦିନ ଯୁଦ୍ଧ ଲାଗି ରହିବ ତାର ହିସାବ କାହା ପାଖରେ ନାହିଁ। ଦିନକୁ ଦିନକୁ ଯୁଦ୍ଧର ଭୟ ଭୟତା ବଢିଚାଲିଛି। ଇସ୍ରାଏଲ ଆକ୍ରମଣରେ ପୁଣି ଥରି ଉଠିଛି ଗାଜା । ଏୟାର ଷ୍ଟ୍ରାଇକ୍‌ ଓ ବୋମାମାଡ଼ରେ ଅତି କମରେ ୫୦ରୁ ଅଧିକ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ଲେବାନନ ସହ ଅସ୍ତ୍ରବିରାମ ଚୁକ୍ତି ପରେ ଏବେ ଇସ୍ରାଏଲ ଟାର୍ଗେଟରେ ହମାସ ଆତଙ୍କବାଦୀ। ସେମାନଙ୍କୁ ଟାର୍ଗେଟ କରି ଭୟଙ୍କର […]

Samaya Live Picture
Published On

ବେରୁଦ:ମଧ୍ୟପ୍ରାଚ୍ୟ ନିଆଁ ଲିଭିନି। ଥମିନି ଯୁଦ୍ଧ। ଆଉ କେତେଦିନ ଯୁଦ୍ଧ ଲାଗି ରହିବ ତାର ହିସାବ କାହା ପାଖରେ ନାହିଁ। ଦିନକୁ ଦିନକୁ ଯୁଦ୍ଧର ଭୟ ଭୟତା ବଢିଚାଲିଛି। ଇସ୍ରାଏଲ ଆକ୍ରମଣରେ ପୁଣି ଥରି ଉଠିଛି ଗାଜା । ଏୟାର ଷ୍ଟ୍ରାଇକ୍‌ ଓ ବୋମାମାଡ଼ରେ ଅତି କମରେ ୫୦ରୁ ଅଧିକ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି ।

ଲେବାନନ ସହ ଅସ୍ତ୍ରବିରାମ ଚୁକ୍ତି ପରେ ଏବେ ଇସ୍ରାଏଲ ଟାର୍ଗେଟରେ ହମାସ ଆତଙ୍କବାଦୀ। ସେମାନଙ୍କୁ ଟାର୍ଗେଟ କରି ଭୟଙ୍କର ଆକ୍ରମଣ କରୁଛି ଇସ୍ରାଏଲ ସେନା। ଗାଜାର ଏକାଧିକ ସ୍ଥାନରେ ଆକ୍ରମଣ କରିଛି ଇସ୍ରାଏଲ ସେନା। ଆକାଶମାର୍ଗରୁ ହୋଇଛି ଭୟଙ୍କର ବୋମା ବର୍ଷା। ଯେଉଁଥିରେ ଅନେକଙ୍କ ଜୀବନ ଯିବା ସହିତ ଶହେରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଅନ୍ୟପଟେ ଯୁଦ୍ଧ ଭୂଇଁରେ ଖାଦ୍ୟ ଅଭାବ ଦେଖା ଗଲଣି। ଦୀର୍ଘ ଦିନରୁ ଯୁଦ୍ଧ ଚାଲିଥିବାରୁ ଗାଜାରେ ସୃଷ୍ଟି ହୋଇଛି ଭୟଙ୍କର ଦୁର୍ଭିକ୍ଷ। ସେଠାରେ ୨ ଲକ୍ଷରୁ ଅଧିକ ଲୋକ ଫସି ରହିଥିବା ବେଳେ ଖାଦ୍ୟ ସଙ୍କଟ ଦେଖା ଯାଇଛି। ଯାହାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଚେତାବନୀ ଦେଇଛି ମିଳିତ ଜାତିସଂଘ ସୂଚନା ଅନୁଯାୟୀ ୨୦୨୩ ଅକ୍ଟୋବରଠାରୁ ଇସ୍ରାଏଲ ହମାସ ଯୁଦ୍ଧ ଲାଗିରହିଛି। ଯେଉଁଥିରେ ପ୍ରାୟ ଗାଜାରେ ହଜାର ହଜାର ପାଲେଷ୍ଟାଇନଙ୍କ ମୃତ୍ୟୁ ହୋଇ ସାରିଲାଣି।ଆଗକୁ ମଧ୍ୟ ଆହୁରି ଜୀବନ ଯିବା ସହ ଦୁର୍ଭିକ୍ଷର ସଙ୍କଟ ମାଡି ଆସିବ ବୋଲି ଅନୁମାନ କରାଯାଉଛି।

Tags: