ରାଜସ୍ଥାନରୁ ଆଇଏସଆଇ ଏଜେଣ୍ଟ ଗିରଫ

ଜୟପୁର : ରାଜସ୍ଥାନ ଜୈସାଲମେରରୁ ଗିରଫ ହେଲା ଜଣେ ଆଇଏସଆଇ ଏଜେଣ୍ଟ । ଅଭିଯୁକ୍ତର ନାଁ ପଠାନ ଖାନ । ସେ ପାକିସ୍ତାନ ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ ବା ଆଇଏସଆଇରେ ଗୁପ୍ତଚର ଭାବେ କାର୍ଯ୍ୟ କରୁଥିଲା । ସ୍ଥାନୀୟ ପୋଲିସକୁ ଏବିଷୟରେ ଗୁପ୍ତ ସୂଚନା ମିଳିବା ପରେ ଜୈସଲମେରରୁ ତାକୁ ଗିରଫ କରାଯାଇଛି । ବିଏସଏଫର ଗୁପ୍ତ ସୂଚନା ସବୁ ପାକିସ୍ତାନ ଏଜେନ୍ସିକୁ ଦେଉଥିଲା ପଠାନ ଖାନ । ତେବେ ଏକ ମାସ ପୂର୍ବରୁ ପଠାନକୁ ଅଟକ […]

ରାଜସ୍ଥାନରୁ ଆଇଏସଆଇ ଏଜେଣ୍ଟ ଗିରଫ
Samaya Live Picture
Published On

ଜୟପୁର : ରାଜସ୍ଥାନ ଜୈସାଲମେରରୁ ଗିରଫ ହେଲା ଜଣେ ଆଇଏସଆଇ ଏଜେଣ୍ଟ । ଅଭିଯୁକ୍ତର ନାଁ ପଠାନ ଖାନ । ସେ ପାକିସ୍ତାନ ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ ବା ଆଇଏସଆଇରେ ଗୁପ୍ତଚର ଭାବେ କାର୍ଯ୍ୟ କରୁଥିଲା । ସ୍ଥାନୀୟ ପୋଲିସକୁ ଏବିଷୟରେ ଗୁପ୍ତ ସୂଚନା ମିଳିବା ପରେ ଜୈସଲମେରରୁ ତାକୁ ଗିରଫ କରାଯାଇଛି । ବିଏସଏଫର ଗୁପ୍ତ ସୂଚନା ସବୁ ପାକିସ୍ତାନ ଏଜେନ୍ସିକୁ ଦେଉଥିଲା ପଠାନ ଖାନ । ତେବେ ଏକ ମାସ ପୂର୍ବରୁ ପଠାନକୁ ଅଟକ ରଖାଯାଇ ତା’ ବିରୁଦ୍ଧରେ ଅଫିସିଆଲ୍ ସିକ୍ରେଟ୍ସ ଆକ୍ଟ, ୧୯୨୩ର ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା। ଆଜି ତାଙ୍କୁ ଆନୁଷ୍ଠାନିକ ଭାବରେ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ,୨୦୧୩ରେ ସେ ପାକିସ୍ତାନ ଯାଇଥିଲା। ସେଠାରେ ଆଇଏସଆଇ ର ଜାଲରେ ପଡ଼ିଥିଲା। ଟଙ୍କା ଲୋଭରେ ଅନେକ ଗୁପ୍ତତଥ୍ୟ ସେ ପାକିସ୍ତାନକୁ ଦେଇଥିବା ଜଣାପଡ଼ିଛି।
ଅଭିଯୁକ୍ତ ପଠାଣ ଖାନ ଜୈସଲମେରର ବାସିନ୍ଦା। ପାକିସ୍ତାନର ଗୁଇନ୍ଦା ସଂସ୍ଥାଗୁଡ଼ିକ ଦ୍ୱାରା ରାଜସ୍ଥାନରେ ହେଉଥିବା ସମସ୍ତ କାର୍ଯ୍ୟକଳାପ ପଠାନ ଖାନ ତତ୍ତ୍ୱାବଧାନରେ ହେଉଥିବା ସୂଚନା ମିଳିଛି । ଏନେଇ ଜୟପୁରର ରାଜ୍ୟ ସ୍ୱତନ୍ତ୍ର ଶାଖା ପଠାଣ ଖାନଙ୍କ ଉପରେ ସନ୍ଦେହ କରିଥିଲା। ପଠାନ ଖାନଙ୍କ କାର୍ଯ୍ୟକଳାପ ସନ୍ଦେହ ଜନକ ହେବାରୁ ତାଙ୍କୁ ଗିରଫ କରାଯାଇଥିଲା।

ପଠାନ ଖାନଙ୍କ ଉପରେ ପାକିସ୍ତାନକୁ ସୂଚନା ପଠାଉଥିବା ଅଭିଯୋଗ ଥିବା ସ୍ଥାନଗୁଡ଼ିକୁ ଭାରତୀୟ ସେନା ପ୍ରାୟତଃ ପରିଦର୍ଶନ କରିଥାଏ। ସୀମାନ୍ତ ଅଞ୍ଚଳ ହୋଇଥିବାରୁ, ସେଠାରେ ଭାରତୀୟ ସେନାର ସୈନିକମାନେ ନିୟୋଜିତ ହୁଅନ୍ତି ଏବଂ ସାମରିକ ଅଭ୍ୟାସ କରିବା ପାଇଁ ନିରନ୍ତର ଅପରେସନ୍ କରାଯାଏ।

ଅନ୍ୟପଟେ, ଝାଡ଼ଖଣ୍ଡରୁ ଏକ ଆତଙ୍କବାଦୀକୁ ଗିରଫ କରଯାଇଛି। ଝାଡ଼ଖଣ୍ଡ ଏଟିଏସ୍ ତାକୁ ଗିରଫ କରିଛି। ଅଭିଯୁକ୍ତର ନାଁ ହେଲା ଅମର ୟଶର୍ । ସେ ହେଉଛି ହିଜ୍ ଉତ୍ ତାହିର୍ ର ସଦସ୍ୟ। ଆଗରୁ ସେ ଇଣ୍ଡିଆନ ମୁଜହିଦ୍ଦିନରେ କାମ କରୁଥିଲା। ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ତାକୁ ୧୦ ବର୍ଷ ଜେଲ୍ ହୋଇଥିଲା। ଝାଡ଼ଖଣ୍ଡର ଧାନବାଦରୁ ତାକୁ ଗିରଫ କରାଯାଇଛି।

Tags: