ଭାରତୀୟ ମୁଦ୍ରାରେ ରହିବ ଟାଗୋର ଓ କଲାମଙ୍କ ଫଟୋ
ନୂଆଦିଲ୍ଲୀ: ଜୁନ ୬: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ ଘୋଷଣା । ପ୍ରଥମ ଥର ପାଇଁ ନୋଟରେ ଫଟୋ ବଦଳାଇବାକୁ ନେଇ ବିଚାର କରୁଛନ୍ତି ଆରବିଆଇ । ଭାରତୀୟ ନୋଟରେ ମହାତ୍ମା ଗାନ୍ଧୀଙ୍କ ସହ ରବୀନ୍ଦ୍ରନାଥ ଟାଗୋର ଏବଂ ଡ. ଏପିଜେ ଅବଦୁଲ କଲାମଙ୍କ ଫଟୋ ରହିବା ନେଇ ବିଚାର କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ନୋଟରେ କେବଳ ମହାତ୍ମା ଗାନ୍ଧୀଙ୍କ ଫଟୋ ଦେଖିବାକୁ ମିଳୁଛି । ଏବେ ଗାନ୍ଧୀଙ୍କ ସହ ରବୀନ୍ଦ୍ରନାଥ ଟାଗୋର ଏବଂ […]
ନୂଆଦିଲ୍ଲୀ: ଜୁନ ୬: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ ଘୋଷଣା । ପ୍ରଥମ ଥର ପାଇଁ ନୋଟରେ ଫଟୋ ବଦଳାଇବାକୁ ନେଇ ବିଚାର କରୁଛନ୍ତି ଆରବିଆଇ । ଭାରତୀୟ ନୋଟରେ ମହାତ୍ମା ଗାନ୍ଧୀଙ୍କ ସହ ରବୀନ୍ଦ୍ରନାଥ ଟାଗୋର ଏବଂ ଡ. ଏପିଜେ ଅବଦୁଲ କଲାମଙ୍କ ଫଟୋ ରହିବା ନେଇ ବିଚାର କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ନୋଟରେ କେବଳ ମହାତ୍ମା ଗାନ୍ଧୀଙ୍କ ଫଟୋ ଦେଖିବାକୁ ମିଳୁଛି । ଏବେ ଗାନ୍ଧୀଙ୍କ ସହ ରବୀନ୍ଦ୍ରନାଥ ଟାଗୋର ଏବଂ ଏପିଜେ ଅବଦୁଲ କଲାମଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳିପାରେ । କୁହାଯାଉଛି ଯେ, ଆରବିଆଇ କିଛି ନୋର ସିରିଜରେ ଟାଗୋର ଏବଂ କଲାମଙ୍କ ଫଟୋ ବ୍ୟବହାର କରିବାକୁ ବିଚାର କରୁଛନ୍ତି । ରିପୋର୍ଟ ଅନୁସାରେ ଅର୍ଥ ମନ୍ତ୍ରଣାଳୟ ଏବଂ ଆରବିଆଇ ଖୁବ୍ଶୀଘ୍ର ଏ ନେଇ ପଦକ୍ଷେପ ନେଇପାରନ୍ତି । ଅର୍ଥ ମନ୍ତ୍ରଣାଳୟ ଏବଂ ଆରବିଆଇ ଅଧୀନ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ୍ ମିଣ୍ଟିଂ କର୍ପୋରେସନ ଅଫ୍ ଇଣ୍ଡିଆ ପକ୍ଷରୁ ଗାନ୍ଧୀ, ଟାଗୋର ଓ କଲାମଙ୍କ ୱାଟରମାର୍କ ଫଟୋର ନମୁନାର ଦୁଇଟି ଅଲଗା ଅଲଗା ସେଟ୍ ଦିଲ୍ଲୀ ଆଇଆଇଟି ଏମୋରିଟସ ପ୍ରଫେସର ଦିଲ୍ଲୀପ ଟି ଶାହାନୀଙ୍କୁ ପଠାଇ ଦିଆଯାଇଛି । ପ୍ରଫେସର ଶାହାନୀଙ୍କୁ ଦୁଇଟି ସେଟରୁ ଗୋଟିଏ ସେଟ୍ ବାଛି ସରକାରଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି । ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଏହାର ଶେଷ ନିଷ୍ପତ୍ତି ନିଆଯିବ । ଉଲ୍ଲେଖଯୋଗ୍ୟ ଯେ, ବ୍ୟାଙ୍କ୍ ନୋଟରେ ଏକାଧିକ ଅଙ୍କର ୱାଟରମାର୍କକୁ ସାମିଲ କରିବା ସମ୍ଭାବନାର ପତ୍ତା ଲଗାଇବା ପାଇଁ ଏହି ପଦକ୍ଷେପ ନିଆଯାଉଛି ।




