କୁପୱାଡ଼ାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ ,୨ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁପୱାଡ଼ା ଜିଲ୍ଲାରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେନାର ଏକ ସତର୍କ ଟିମ୍‌ ଏଲ୍‌ଓସି ନିକଟରେ ସନ୍ଦେହଜନକ ଗତିବିଧି ଚିହ୍ନଟ କରିବାପରେ ଅପରେସନ୍‌ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଇଥିଲେ ଏବଂ ଏଥିରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ପ୍ରବଳ ତୁଷାର ପାତ ପାଇଁ ମା‌ଉଣ୍ଟେନ୍‌ ପାସ୍‌ ବନ୍ଦ ହେବା ପୂର୍ବରୁ ଜମ୍ମୁ କାଶ୍ମୀରର ଏଲ୍‌ଓସି ନିକଟରେ ସୁରକ୍ଷାକର୍ମୀମାନେ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିବାପାଇଁ ୨୪ […]

କୁପୱାଡ଼ାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ ,୨ ଆତଙ୍କବାଦୀ ନିପାତ
Samaya Live Picture
Published On

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁପୱାଡ଼ା ଜିଲ୍ଲାରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେନାର ଏକ ସତର୍କ ଟିମ୍‌ ଏଲ୍‌ଓସି ନିକଟରେ ସନ୍ଦେହଜନକ ଗତିବିଧି ଚିହ୍ନଟ କରିବାପରେ ଅପରେସନ୍‌ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଇଥିଲେ ଏବଂ ଏଥିରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ପ୍ରବଳ ତୁଷାର ପାତ ପାଇଁ ମା‌ଉଣ୍ଟେନ୍‌ ପାସ୍‌ ବନ୍ଦ ହେବା ପୂର୍ବରୁ ଜମ୍ମୁ କାଶ୍ମୀରର ଏଲ୍‌ଓସି ନିକଟରେ ସୁରକ୍ଷାକର୍ମୀମାନେ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିବାପାଇଁ ୨୪ ଘଣ୍ଟା ସତର୍କ ରହିଛନ୍ତି। ମିଳିଥିବା ସୂଚନାନୁଯାୟୀ ମାଉଣ୍ଟେନ୍‌ ପାସ୍‌ ଗୁଡ଼ିକ ବନ୍ଦ ହେବା ପୂର୍ବରୁ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ ପାଇଁ ପିଓକେ ଲଞ୍ଚପ୍ୟାଡ୍‌ରେ ଅପେକ୍ଷା କରି ରହିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ପାଖାପାଖି ୧୦୦ ଆତଙ୍କବାଦୀ ପିଓକେ ଲଞ୍ଚପ୍ୟାଡ୍‌‌ରେ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି। ସେନା, ସୁରକ୍ଷାବାହିନୀ ଏବଂ ଜମ୍ମୁ କାଶ୍ମୀର ପୁଲିସ ପକ୍ଷରୁ ଆତଙ୍କବାଦୀ ନିରୋଧ ଅପରେସନ୍‌ ଜୋରଦାର କରାଯାଇଛି।

Tags: