ବାରାଣସୀରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: କୋଲକାତାରୁ ଶ୍ରୀନଗର ଅଭିିମୁଖେ ଉଡ଼ାଣ କରୁଥିବା ଏକ ଇଣ୍ଡିଗୋ ବିମାନ ବୁଧବାର ଉତ୍ତରପ୍ରଦେଶର ବାରାଣସୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନରୁ ଇନ୍ଧନ ଲିକ୍‌ ହେଉଥିବା ଜଣାପଡ଼ିବା ପରେ ବିମାନର ଜରୁରୀ ଅବତରଣ କରାଯାଇଥିଲା। ବିମାନରେ ଥିବା ସମସ୍ତ ୧୬୬ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଛି। ଏଲ୍‌ବିଏସ୍‌ଆଇ ବିମାନବନ୍ଦର ନିର୍ଦ୍ଦେଶକ ପୁନୀତ ଗୁପ୍ତା କହିଛନ୍ତି, ଇଣ୍ଡିଗୋ ଏୟାରଲାଇନ୍ସର ଫ୍ଲାଇଟ୍‌ ନମ୍ବର ୬୯୬୧ କୋଲକାତାରୁ ଶ୍ରୀନଗର ଅଭିମ‌ୁଖେ ଉଡ଼ାଣ […]

ବାରାଣସୀରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ
Samaya Live Picture
Published On

ନୂଆଦିଲ୍ଲୀ: କୋଲକାତାରୁ ଶ୍ରୀନଗର ଅଭିିମୁଖେ ଉଡ଼ାଣ କରୁଥିବା ଏକ ଇଣ୍ଡିଗୋ ବିମାନ ବୁଧବାର ଉତ୍ତରପ୍ରଦେଶର ବାରାଣସୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନରୁ ଇନ୍ଧନ ଲିକ୍‌ ହେଉଥିବା ଜଣାପଡ଼ିବା ପରେ ବିମାନର ଜରୁରୀ ଅବତରଣ କରାଯାଇଥିଲା। ବିମାନରେ ଥିବା ସମସ୍ତ ୧୬୬ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଛି। ଏଲ୍‌ବିଏସ୍‌ଆଇ ବିମାନବନ୍ଦର ନିର୍ଦ୍ଦେଶକ ପୁନୀତ ଗୁପ୍ତା କହିଛନ୍ତି, ଇଣ୍ଡିଗୋ ଏୟାରଲାଇନ୍ସର ଫ୍ଲାଇଟ୍‌ ନମ୍ବର ୬୯୬୧ କୋଲକାତାରୁ ଶ୍ରୀନଗର ଅଭିମ‌ୁଖେ ଉଡ଼ାଣ କରୁଥିବାବେଳେ ପାଇଲଟ ବିମାନରେ ଇନ୍ଧନ ଲିକ୍‌ ହେଉଥିବା ଜାଣିଥିଲେ ଏବଂ ତୁରନ୍ତ ଏଟିସି (ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ) ସହ ଯୋଗାଯୋଗ କରି ଜରୁରୀ ଅବତରଣ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। ଅନୁମତି ମିଳିବାପରେ ବିମାନ ଅପରାହ୍ନ ୪.୦ ସମୟରେ ରନ୍‌ୱେରେ ଜରୁରୀ ଅବତରଣ କରିଥିଲା।

Tags: