ବିନା ଭିସାରେ ରୁଷିଆ ବୁଲି ପାରିବେ ଭାରତୀୟ

ନୂଆଦିଲ୍ଲୀ : ଭାରତୀୟଙ୍କ ପାଇଁ ଖୁସି ଖବର । ଆଉ ପାଦେ ଆଗେଇଲା ଭାରତ ଏବଂ ଋଷିଆ ମଧ୍ୟରେ ଥିବା ବନ୍ଧୁତା । ଏଣିକି ଆହୁରି ଅଧିକ ନିବିଡ଼ ହେବ ଏହି ଦୁଇ ଦେଶ ମଧ୍ୟରେ ସମ୍ପର୍କ । ଋଷିଆକୁ ଫ୍ରିରେ ବୁଲିପାରିବେ ଭାରତୀୟ । ଅର୍ଥାତ ବିନା ଭିସାରେ ଋଷ ବୁଲିପାରିବେ ଭାରତୀୟ । ୨୦୨୫ ମାର୍ଚ୍ଚ ସୁଦ୍ଧା ଏହି ସୁବିଧା ମିଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଅଗଷ୍ଟ ୨୦୨୩ […]

Samaya Live Picture
Published On

ନୂଆଦିଲ୍ଲୀ : ଭାରତୀୟଙ୍କ ପାଇଁ ଖୁସି ଖବର । ଆଉ ପାଦେ ଆଗେଇଲା ଭାରତ ଏବଂ ଋଷିଆ ମଧ୍ୟରେ ଥିବା ବନ୍ଧୁତା । ଏଣିକି ଆହୁରି ଅଧିକ ନିବିଡ଼ ହେବ ଏହି ଦୁଇ ଦେଶ ମଧ୍ୟରେ ସମ୍ପର୍କ । ଋଷିଆକୁ ଫ୍ରିରେ ବୁଲିପାରିବେ ଭାରତୀୟ । ଅର୍ଥାତ ବିନା ଭିସାରେ ଋଷ ବୁଲିପାରିବେ ଭାରତୀୟ । ୨୦୨୫ ମାର୍ଚ୍ଚ ସୁଦ୍ଧା ଏହି ସୁବିଧା ମିଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଅଗଷ୍ଟ ୨୦୨୩ ଠାରୁ ଭାରତୀୟ ମାନେ ଇ-ଭିସା ଜରିଆରେ ରୁଷ ଯାଇପାରୁଛନ୍ତି ।

ରିପୋର୍ଟ ମୁତାବକ ଗତ ଜୁନ ମାସରେ ଉଭୟ ଦେଶ ମଧ୍ୟରେ ଏହି ଭିସା ସମ୍ବନ୍ଧୀୟ ଦ୍ବିପାକ୍ଷିକ ବୁଝାମଣା ହୋଇଥିଲା । ୨୦୨୩ ଅଗଷ୍ଟରେ ଋଷ ଦ୍ବାରା ଇ-ଭିସାର ଆରମ୍ଭ କରାଯାଇଥିଲା । ଯେଉଁ ପ୍ରକ୍ରିୟା ପୁରା ହେବାପାଇଁ ପାଖାପାଖି ୪ ଦିନ ସମୟ ଲାଗୁଥିଲା । ତେବେ ଋଷ ତରଫରୁ ଯେତେ ଇ – ଭିସା ଜାରି କରାଯାଇଥିଲା ସେଥିରେ ଥିବା ୫ଟି ଶ୍ରେଷ୍ଠ ଦେଶ ମଧ୍ୟରୁ ଭାରତର ନାଁ ମଧ୍ୟ ସାମିଲ ଥିଲା । ଏଥିପାଇଁ ଭାରତୀୟଙ୍କୁ ଋଷ ପକ୍ଷରୁ ୯ ହଜାର ୫୦୦ ଇ-ଭିସା ଦେଇଥିଲେ ।

ଯାହାକି ଆବେଦନର ମାତ୍ର ୪ ଦିନ ମଧ୍ୟରେ ମିଳିପାରୁଛି। ତେବେ ଆଗକୁ ଭିସା-ଫ୍ରି ଘୋଷଣା ହେଲେ ଏହାର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ । ଏଭଳି ହେଲେ ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟନ ସଂପର୍କ ସୁଦୃଢ଼ ହେବ ବୋଲି ଆଶା ରଖାଯାଇଛି ।ଏବେ ଭାରତୀୟ ପାସପୋର୍ଟ ଥିଲେ ବିଶ୍ୱର ୬୨ଟି ଦେଶକୁ ବିନା ଭିସାରେ ଯାତ୍ରା କରିହେଉଛି। ସେପଟେ ଏବେ ରୁଷକୁ ଚୀନ୍ ଓ ଇରାନ ନାଗରିକ ମାନେ ବିନା ଭିସାରେ ଯାଇପାରୁଛନ୍ତି।

ରିପୋର୍ଟ ଅନୁସାରେ ୨୦୨୩ରେ ୬୦ ହଜାର ଭାରତୀୟ ପର୍ଯ୍ୟଟନ ପାଇଁ ଏବଂ ବିଜେନେସ କାର୍ଯ୍ୟରେ ଋଷ ଯାଇଥିଲେ । ଯାହା ୨୦୨୨ ତୁଳନାରେ ୨୬ ପ୍ରତିଶତ ଅଧିକ ଅଟେ । ତେଣୁ ଋଷ ଭାରତ ସହ ଏସଂପର୍କରେ ବୁଝାମଣା କରିବା ପରେ ଋଷ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

Tags: