ମୋଦି ବିରୋଧୀ ବିବିସି ଡକ୍ୟୁମେଣ୍ଟାରୀ ହଟାଇବାକୁ ଟ୍ବିଟର, ୟୁଟ୍ୟୁବକୁ ନିର୍ଦେଶ ଦେଲେ ଭାରତ ସରକାର
ନୂଆଦିଲ୍ଲୀ : ୨୦୦୨ ମସିହା ଗୁଜରାଟ ଦଙ୍ଗାକୁ ନେଇ ବିବିସିର ମୋଦି ବିରୋଧୀ ଡକ୍ୟୁମେଣ୍ଟାରୀ ପ୍ରସାରଣ ବନ୍ଦ କରିବାକୁ ଭାରତ ସରକାରଙ୍କ କଡା ନିର୍ଦେଶ I ଏହାକୁ ସୋଶାଲ ମିଡିଆରୁ ତୁରନ୍ତ ହଟାଇବାକୁ ଟ୍ୱିଟର ଓ ୟୁଟ୍ୟୁବକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ଡକ୍ୟୁମେଣ୍ଟାରୀର ପ୍ରଥମ ଏପି ସୋଡ଼ ଗତ ୧୭ ତାରିଖରେ ପ୍ରସାରଣ ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା ଭାରତ I ଏହା ମୋଦିଙ୍କ ଛବିକୁ ମଳିନ କରିବାକୁ ଗୋଟିଏ ଷଡ଼ଯନ୍ତ୍ର […]
ନୂଆଦିଲ୍ଲୀ : ୨୦୦୨ ମସିହା ଗୁଜରାଟ ଦଙ୍ଗାକୁ ନେଇ ବିବିସିର ମୋଦି ବିରୋଧୀ ଡକ୍ୟୁମେଣ୍ଟାରୀ ପ୍ରସାରଣ ବନ୍ଦ କରିବାକୁ ଭାରତ ସରକାରଙ୍କ କଡା ନିର୍ଦେଶ I ଏହାକୁ ସୋଶାଲ ମିଡିଆରୁ ତୁରନ୍ତ ହଟାଇବାକୁ ଟ୍ୱିଟର ଓ ୟୁଟ୍ୟୁବକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ଡକ୍ୟୁମେଣ୍ଟାରୀର ପ୍ରଥମ ଏପି ସୋଡ଼ ଗତ ୧୭ ତାରିଖରେ ପ୍ରସାରଣ ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା ଭାରତ I ଏହା ମୋଦିଙ୍କ ଛବିକୁ ମଳିନ କରିବାକୁ ଗୋଟିଏ ଷଡ଼ଯନ୍ତ୍ର ବୋଲି କେନ୍ଦ୍ର ସରକାର କହିଛନ୍ତି। ଏଥିପାଇଁ ସୋଶାଲ ମିଡିଆ କମ୍ପାନୀଗୁଡ଼ିକୁ ଏହାକୁ ତୁରନ୍ତ ବ୍ଲକ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଏହାକୁ ଦେଖି ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବାବେଳେ ସୁପ୍ରିମକୋର୍ଟ ଓକିଲ ବିନୀତ ଜିନ୍ଦଲ ଏନେଇ ମାମଲା ରୁଜୁ କରିଛନ୍ତି। ବିନୀତ ତାଙ୍କ ମାମଲାରେ ଅଭିଯୋଗ କରିଛନ୍ତି ଯେ ମୋଦୀଙ୍କ ବିରୋଧରେ ବିବିସି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରି ଭାରତର ଏକତା ଓ ଅଖଣ୍ଡତା ଉପରେ ଆକ୍ରମଣ କରିଛି। ଭାରତର ଏକତା ଓ ଅଖଣ୍ଡତାକୁ ନଷ୍ଟ କରିବା ଲାଗି ବିବିସି ଉଦେଶ୍ୟମୂଳକ ଭାବେ ଏପରି କରିଛି। ଏହା ସହିତ ହିନ୍ଦୁଙ୍କ ବିରୋଧରେ ସମଗ୍ର ବିଶ୍ବର ମୁସଲମାନଙ୍କୁ ଉସୁକାଇବାକୁ ଚେଷ୍ଟା କରିଛି। ବିନୀତ ଆଇପିସି ଧାରା ୧୨୧, ୧୫୩, ୧୫୩ଏ ଓ ବି, ୨୯୫, ୨୯୮ ଓ ୫୦୫ରେ ଏତଲା ଦାୟର କରିଛନ୍ତି।
ଅନ୍ୟପଟେ ପୂର୍ବତନ ବୈଦେଶିକ ସଚିବ କନୱାଲ ସିବଲ କହିଛନ୍ତି ଯେ ଇଂରେଜମାନେ ବିଶ୍ବାସଯୋଗ୍ୟ ଲୋକ ନୁହନ୍ତି। ସିବଲ ୨୦୦୨ରେ ଭାରତର ବୈଦେଶିକ ସଚିବ ଥିଲେ ଯେତେବେଳେ କି ଗୁଜରାଟରେ ଦଙ୍ଗା ହୋଇଥିଲା। ଦଙ୍ଗା ଉପରେ ବ୍ରିଟେନର ସରକାର ଗୁପ୍ତ ତଦନ୍ତ କରିଥିଲେ। ସିବଲ ଏହା ଜାଣିପାରି ଥିଲେ ଓ ବ୍ରିଟେନର ଦୂତାବାସକୁ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବାକୁ ଚେତାବନୀ ଦେଇଥିଲେ। ଅନ୍ୟପଟେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ କହିଛନ୍ତି ଯେ ବିବିସିର ବୃତ୍ତଚିତ୍ର ଉଦ୍ଦେଶ୍ୟ ପ୍ରଣୋଦିତ। କାରଣ ବ୍ରିଟେନ ସର୍ବଦା ବିଭାଜନର ନୀତିକୁ ଆପଣାଇଥାଏ।
କେନ୍ଦ୍ରର ନିର୍ଦ୍ଦେଶ ପରେ ଅନେକ ଟ୍ୱିଟର ଆକାଉଣ୍ଟ ଓ ୟଟ୍ୟୁବରେ ରହିଥିବା ବିବିସିର ଡକ୍ୟୁମେଣ୍ଟାରୀ ଲିଙ୍କ ଡିଲିଟ ହୋଇଯାଇଛି। ସୂଚନାନୁସାରେ ବିବିସି ପକ୍ଷରୁ India: The Modi Question ନାଁରେ ଡକ୍ୟୁମେଣ୍ଟାରୀ ତିଆରି ହୋଇଥିଲା। ଏଥିରେ ତତ୍କାଳୀନ ବ୍ରିଟେନ ସରକାର କରିଥିବା ତଦନ୍ତ ରିପୋର୍ଟକୁ ଉଲ୍ଲେଖ କରାଯାଇଥିଲା। ଏଥିସହ ରିପୋର୍ଟରେ ହିନ୍ଦୁ ମୌଳବାଦୀ ଚିନ୍ତାଧାରାର ସଂଗଠନ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୁଜରାଟ ଦଙ୍ଗା ପାଇଁ ସିଧାସଳଖ ଦାୟୀ କରାଯାଇଥିବା ବିବିସି ତା’ର ଡକ୍ୟୁମେଣ୍ଟାରୀରେ ଦାବି କରିଛି।




