ଆସନ୍ତାକାଲି ମହାକାଶ ଯାତ୍ରାକରିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା

ନୂଆଦିଲ୍ଲୀ : ଜୁନ୍ ୨୫ ତାରିଖରେ ମହାକାଶ ଯାତ୍ରା କରିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ୬ ଥର ସ୍ଥଗିତ ହେବା ପରେ, ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା ପାଇଁ ଆସନ୍ତାକାଲି ମିଶନର ଯାତ୍ରା ସ୍ଥିର କରାଯାଇଛି। ଏହି ମିଶନକୁ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ କରାଯିବ। ଭାରତୀୟ ସମୟ ୧୨ଟା ୧୦ ମିନିଟରେ ଉତକ୍ଷେପଣ କରାଯିବ। ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ISSକୁ ଯାଇ ଇତିହାସ ରଚିବେ ଭାରତୀୟ ମହାକାଶଚାରୀ ତଥା ବାୟୁସେନା […]

ଆସନ୍ତାକାଲି ମହାକାଶ ଯାତ୍ରାକରିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
Samaya Live Picture
Published On

ନୂଆଦିଲ୍ଲୀ : ଜୁନ୍ ୨୫ ତାରିଖରେ ମହାକାଶ ଯାତ୍ରା କରିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ୬ ଥର ସ୍ଥଗିତ ହେବା ପରେ, ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା ପାଇଁ ଆସନ୍ତାକାଲି ମିଶନର ଯାତ୍ରା ସ୍ଥିର କରାଯାଇଛି। ଏହି ମିଶନକୁ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ କରାଯିବ। ଭାରତୀୟ ସମୟ ୧୨ଟା ୧୦ ମିନିଟରେ ଉତକ୍ଷେପଣ କରାଯିବ। ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ISSକୁ ଯାଇ ଇତିହାସ ରଚିବେ ଭାରତୀୟ ମହାକାଶଚାରୀ ତଥା ବାୟୁସେନା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା ।

ନାସା ଅନୁଯାୟୀ ଏହା ଚତୁର୍ଥ ଘରୋଇ ମହାକାଶଚାରୀ ମିଶନ। ଏହାକୁ ୬ ଥର ସ୍ଥଗିତ ରଖାଯାଇଛି। ପୂର୍ବରୁ ଏହି ମିଶନକୁ ମେ ୨୯ ତାରିଖରେ ଆରମ୍ଭ କରାଯିବାର ଯୋଜନା ଥିଲା, କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏହାପରେ ପାଗ ଖରାପ ଯୋଗୁଁ ଏହାକୁ ୮ ଜୁନ୍ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ପରେ, ଫାଲକନ୍-୯ ରକେଟ୍ର ବୁଷ୍ଟରରେ ତରଳ ଅମ୍ଳଜାନ ଲିକ୍ ହେବା ଯୋଗୁଁ ତାରିଖକୁ ଜୁନ୍ ୧୦ ଏବଂ ତା’ପରେ ଜୁନ୍ ୧୧କୁ ଘୁଞ୍ଚାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହାକୁ ଜୁନ୍ ୧୯ ଏବଂ ପରେ ଜୁନ୍ ୨୨ କୁ ଘୁଞ୍ଚାଇ ଦିଆଯାଇଥିଲା। ଏତେଥର ସ୍ଥଗିତ ରଖାଯିବା ପରେ ଆସନ୍ତାକାଲି ସଫଳତା ପୂର୍ବକ ମିଶନ ଲଞ୍ଚ ହେଉ ବୋଲି ସମସ୍ତ ଭାରତୀୟ ଆଶା ରଖିଛନ୍ତି ।

ଏହି ମିଶନରେ ଶୁଭାଂଶୁଙ୍କ ସହ ଆମେରିକୀୟ ମହାକାଶଚାରୀ ପେଗୀ ହ୍ବିଟସନ୍, ପୋଲାଣ୍ଡର ସ୍ଲାଓଜ୍ ଉଜନାଲସ୍କୀ ଏବଂ ହଙ୍ଗେରୀର ମେକାନିକାଲ ଇଞ୍ଜିନିୟର ଟିବୋର କ୍ରୁ ମେମ୍ବର ଭାବେ ରହିଛନ୍ତି । ୧୪ ଦିନିଆ ମିଶନ ସମୟରେ ମହାକାଶଚାରୀ ISSରେ ବିଶ୍ୱବ୍ୟାପୀ ଜନସମ୍ପର୍କ କାର୍ଯ୍ୟକ୍ରମ, ମାଇକ୍ରୋଗ୍ରାଭିଟି ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବେ। ଅକ୍ସିଅମ୍ ସ୍ପେସ୍, ସ୍ପେସ୍ X ଏବଂ ଇସ୍ରୋର ଏହା ମିଳିତ ଅଭିଯାନ । ୧୯୮୪ରେ ମହାକାଶ ଯାତ୍ରା କରିଥିଲେ ରାକେଶ ଶର୍ମା । ୪୦ ବର୍ଷ ପରେ ଶୁଭାଂଶୁଙ୍କ ଏହା ଦ୍ବିତୀୟ ମାନବ ମହାକାଶ ଅଭିଯାନ ।

Tags: