ଭାରତ ଛୁଇଁଲା ୧୦୦ କୋଟି ଟିକାକରଣ ମାଇଲ ଖୁଣ୍ଟ: ଡାକ୍ତର ଓ ନର୍ସଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ଅକ୍‌ଟୋବର ୨୧: ଆଜି ଭାରତ ଟିକାକରଣରେ ଅନ୍ୟ ଦେଶକୁ ପଛରେ ପକାଇ ଇତିହାସ ରଚିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୧୦୦ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି । ୯ ମାସ ପୂର୍ବରୁ ଭାରତରେ ଆରମ୍ଭ ହୋଇଥିଲା ଟିକାକରଣ ଅଭିଯାନ । ଆଜି ତାହା ୧୦୦କୋଟି ପହଞ୍ଚିଛି । ଆଜିର ଭାରତ ଏହି ବିରଳ ରେକର୍ଡ କରିଥିବାରୁ ସମଗ୍ର ଦେଶରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହେବ […]

Samaya Live Picture
Published On

ଦିଲ୍ଲୀ: ଅକ୍‌ଟୋବର ୨୧: ଆଜି ଭାରତ ଟିକାକରଣରେ ଅନ୍ୟ ଦେଶକୁ ପଛରେ ପକାଇ ଇତିହାସ ରଚିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୧୦୦ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି । ୯ ମାସ ପୂର୍ବରୁ ଭାରତରେ ଆରମ୍ଭ ହୋଇଥିଲା ଟିକାକରଣ ଅଭିଯାନ । ଆଜି ତାହା ୧୦୦କୋଟି ପହଞ୍ଚିଛି ।

ଆଜିର ଭାରତ ଏହି ବିରଳ ରେକର୍ଡ କରିଥିବାରୁ ସମଗ୍ର ଦେଶରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହେବ । ସେହି ଉତ୍ସବରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ଆଲୋଚନା କରିବା ସହ ତାଙ୍କୁ ଉତ୍ସାହିତ କରିବେ । ଲାଲ କିଲ୍ଲାଠାରେ ଦେଶର ସବୁଠାରୁ ବଡ଼ ପତାକା ଉତ୍ତୋଳନ ହେବ । ଟ୍ରେନ୍‌, ବିମାନ ଓ ଜାହଜରେ ଲାଉଡସ୍ପିକର ଜରିଆରେ ଏନେଇ ଘୋଷଣା କରାଯିବ । ସ୍ପାଇଡ୍‌ ଜେଟ୍‌ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସ୍ୱାସ୍ଥ୍ୟ ଓ ବିମାନମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉପସ୍ଥିତ ରହିବେ । ଏହି ଖୁସିରେ ସଙ୍ଗୀତଜ୍ଞ ତଥା ଗୀତିକାର କୈଳାସ ଖେର ତାଙ୍କର ନୂଆ ଗୀତ ଓ ଅଡିଓ ଭିଜୁଆଲ୍‌ ଫିଲ୍ମ ଲଞ୍ଚ କରିବେ ।
ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିଇଟରେ ଡାକ୍ତର ଓ ନର୍ସଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି- ୧୦୦ କୋଟି ଡୋଜ ଟିକାକରଣ ମାଇଲ ଖୁଣ୍ଟ ହାସଲ ଦିଗରେ ଅନବରତ କାର୍ଯ୍ୟ କରିଥିବା ଆମ ଡାକ୍ତର, ନର୍ସ ଏବଂ ଅନ୍ୟ ସମସ୍ତଙ୍କୁ କୃତଜ୍ଞତା ଦେଉଛି । ଏହା ଆମର ବିଜ୍ଞାନ, ଉଦ୍ୟୋଗ ଏବଂ ୧୩୦ କୋଟି ଭାରତୀୟଙ୍କ ସାମୂହିକ ଉଦ୍ୟମର ବିଜୟ ।
୧୦୦ କୋଟି ଡୋଜ ଟିକାକରଣର ମାଇଲ ଖୁଣ୍ଟ ଅତିକ୍ରମ କରିଥିବାରୁ ଭାରତକୁ ଅଭିନନ୍ଦନ । ଆମ ଡାକ୍ତର, ନର୍ସ ଏବଂ ଏହି ସଫଳତା ହାସଲ କରିବା ଦିଗରେ ଉଦ୍ୟମ କରିଥିବା ସମସ୍ତଙ୍କୁ କୃତଜ୍ଞତା ।