ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଭାରତରେ ଯୋଗ ଦେବେ ଇଜିପଫର୍ ରାଷ୍ଟ୍ରପତି
ଦିଲ୍ଲୀ: ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ରେ ହେବାକୁ ଥିବା ଦେଶର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥିବା ହେବା ପାଇଁ ଭାରତ ଇଜିପଫର ରାଷ୍ଟ୍ରପତି ଅବ୍ଦୁଲ୍ ଫତା ଅଲ୍-ସିସିଙ୍କୁ ନିମନ୍ତ୍ରଣ କରିଛି । କାଇରୋ ସହିତ ରାଜନୈତିକ ଓ ସାମରିକ ସମ୍ପର୍କ ସୁଦୃଢ଼ କରିବା ଉଦ୍ୟମର ଏହା ହେଉଛି ଏକ ଅଂଶବିଶେଷ । ଆରବର ସବୁଠୁ ଜନବହୁଳ ରାଷ୍ଟ୍ର ଇଜିପଫ ହେଉଛି ଆଫ୍ରିକା ମହାଦେଶର ଦ୍ୱିତୀୟ ବୃହତ୍ ଅର୍ଥନୀତି । ଚଳିତ ବର୍ଷ ଉଭୟ ଦେଶ ସେମାନଙ୍କ କୂଟନେତିକ […]
ଦିଲ୍ଲୀ: ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ରେ ହେବାକୁ ଥିବା ଦେଶର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥିବା ହେବା ପାଇଁ ଭାରତ ଇଜିପଫର ରାଷ୍ଟ୍ରପତି ଅବ୍ଦୁଲ୍ ଫତା ଅଲ୍-ସିସିଙ୍କୁ ନିମନ୍ତ୍ରଣ କରିଛି । କାଇରୋ ସହିତ ରାଜନୈତିକ ଓ ସାମରିକ ସମ୍ପର୍କ ସୁଦୃଢ଼ କରିବା ଉଦ୍ୟମର ଏହା ହେଉଛି ଏକ ଅଂଶବିଶେଷ । ଆରବର ସବୁଠୁ ଜନବହୁଳ ରାଷ୍ଟ୍ର ଇଜିପଫ ହେଉଛି ଆଫ୍ରିକା ମହାଦେଶର ଦ୍ୱିତୀୟ ବୃହତ୍ ଅର୍ଥନୀତି । ଚଳିତ ବର୍ଷ ଉଭୟ ଦେଶ ସେମାନଙ୍କ କୂଟନେତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରିଛନ୍ତି ।
ସୂଚନା ଥାଉଯେ, ଚଳିତ ବର୍ଷ ପ୍ରାରମ୍ଭରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକଫର୍ ଏସ୍. ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଇଜିପଫ ଗସ୍ତ କରିଥିଲେ । ଗସ୍ତ ସମୟରେ ଉଭୟ ମନ୍ତ୍ରୀ ଇଜିପଫର ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ସେତେବେଳେ ଜୟଶଙ୍କର ରାଷ୍ଟ୍ରପତି ସିସିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ‘ବିଶେଷ ବାର୍ତ୍ତା’ ହସ୍ତାନ୍ତର କରିଥିଲେ । ୨୦୧୬ ସେପେଫମ୍ବରରେ ମଧ୍ୟ ଇଜିପଫ ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଥିଲେ । ଭାରତର ତେଜସ୍ ଫାଇଟର ଜେଟ୍ କିଣିବାକୁ ଇଜିପଫ ଆଗ୍ରହୀ ଥିବା ସୂଚନା ମିଳିଛି ।
ସୂଚନା ଥାଉଯେ, ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଆମେରିକାର ରାଷ୍ଟ୍ରପତି ବାରାକ୍ ଓବାମା(୨୦୧୫), ଫ୍ରାନ୍ସ୍ର ରାଷ୍ଟ୍ରପତି ଫ୍ରାଙ୍କୋଇଜ୍ ହଲାଣ୍ଡେ(୨୦୧୬), ୟୁଏଇର ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନ(୨୦୧୭), ‘ଏଏସ୍ଇଏଏନ୍’ର ସମସ୍ତ ନେତା(୨୦୧୮), ଦକ୍ଷିଣ ଆଫ୍ରିକାର ସିରିଲ ରାମାଫୋସା (୨୦୧୯) ଏବଂ ବ୍ରାଜିଲର ଜାଇର୍ ବୋଲ୍ସୋନାରୋଙ୍କୁ ୨୦୨୦ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଭାରତ ଆମନ୍ତ୍ରଣ କରାଯାଇଛି ।




