ସେମିଫାଇନାଲ ଦ୍ୱାର ଦେଶରେ ଭାରତ,୫୬ ରନ ରେ ନେଦରଲାଣ୍ଡ ପରାସ୍ତ
ସିଡନୀ:ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପରେ ବିଜୟ ଯାତ୍ରା ଜାରି ରଖିଛି । ଆଜି ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଆଜି ଭାରତ-ନେଦରଲାଣ୍ଡ ମଧ୍ୟରେ ମୁକାବିଲା ହୋଇଥିଲା। ଏହି ମୁକାବିଲା ଭାରତରେ ବିଜୟୀ ହୋଇଛି । ଆଜିର ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ଭାରତ ୧୭୯ ରନ୍ କରିଥିଲା। ୧୮୦ ରନ୍ ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ନେଦରଲ୍ୟାଣ୍ଡ […]
ସିଡନୀ:ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପରେ ବିଜୟ ଯାତ୍ରା ଜାରି ରଖିଛି । ଆଜି ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଆଜି ଭାରତ-ନେଦରଲାଣ୍ଡ ମଧ୍ୟରେ ମୁକାବିଲା ହୋଇଥିଲା। ଏହି ମୁକାବିଲା ଭାରତରେ ବିଜୟୀ ହୋଇଛି ।
ଆଜିର ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ଭାରତ ୧୭୯ ରନ୍ କରିଥିଲା। ୧୮୦ ରନ୍ ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ନେଦରଲ୍ୟାଣ୍ଡ I ଜବାବରେ ୯ ୱିକେଟ ହରାଇ ୧୨୩ ରନ୍ କରି ଅଲ ଆଉଟ ହୋଇଥିଲା I
ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଦଳକୁ ପ୍ରଥମ ସଫଳତା ଦେଇଥିଲେ। ମାତ୍ର ୨.୨ ବଲରେ ନେଦରଲାଣ୍ଡର ବିକ୍ରିଜିତ ସିଂହ(୧)ଙ୍କ ୱିକେଟ ଯାଇଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା ନେଦରଲାଣ୍ଡ।
୪,୨ ଓଭରରେ ମାସ୍କ ଦାଓଦ(୧୬),୯.୨ ଓଭରରେ ବାସ ଡି ଲିଡେ(୧୬), ୧୨.୧ ଓଭରରେ କଲିନ ଆକେରମାନ(୧୭), ୧୨.୪ ଓଭର ଟମ କୁପର(୯), ୧୫,୪ ଓଭର ଟିମ ପ୍ରିଙ୍ଗିଲ, ୧୬.୩ ଓଭରରେ ସ୍କଟ୍ ଏଡୱାର୍ଡ(୫),୧୭.୫ ଓଭରରେ ଲୋଗନ ଭାନ ବୀକ(୩) ଓ ୧୭.୬ ଓଭରରେ ଫ୍ରାଡ୍ କ୍ଲାସେନଙ୍କ ୱିକେଟ୍ ଯାଇଥିଲା। ଶେଷ ବେଳକୁ ପଲ୍ ଭାନ ମିକିରେନ ଓ ଶହରିଜ ଅହମ୍ମଦ ବ୍ୟାଟିଂ ନଟ୍ ଆଉଟ ରହିଥିଲେ।
ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, ରବିଚନ୍ଦ୍ରନ ଅଶ୍ୱିନୀ ଓ ଅକ୍ସର ପଟେଲ ଦୁଇଟି ଲେଖାଏ ୱିକେଟ୍ ନେଇଥିଲେ। ସେହିପିର ମହମ୍ମଦ ସାମୀଙ୍କୁ ଗୋଟିଏ ୱିକେଟ୍ ମିଳିଥିବା ବେଳେ ଆଜି ହାର୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ବି ସଫଳତା ମିଳି ନଥିଲା। ଟାର୍ଗେଟ୍ ଥିଲା ।




