ପାକିସ୍ତାନ ସହ ବାଣିଜ୍ୟିକ ସମ୍ପର୍କ ଛିନ୍ନ କଲା ଭାରତ
ନୂଆଦିଲ୍ଲୀ : ପହଲଗାମ ଆକ୍ରମଣ ପରେ ଗୋଟିଏ ପରେ ଗୋଟିଏ ପ୍ରତିଶୋଧ ନେଉଛି ଭାରତ । ଆଜି ପାକିସ୍ତାନ ବିରୋଧରେ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଭାରତ ସରକାର । ଭାରତ ପକ୍ଷରୁ ପାକିସ୍ତାନରୁ ଆମଦାନୀ ରପ୍ତାନୀ ବନ୍ଦ କରାଯାଇଛି । ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ, ରପ୍ତାନୀ ନିଷେଧ କରିଛନ୍ତି ଭାରତ ସରକାର । ପାକିସ୍ତାନରୁ କୌଣସି ସାମଗ୍ରୀ ଭାରତକୁ ଆସିବ ନାହିଁ, ସେହିପରି ଭାରତରୁ କୌଣସି ସାମଗ୍ରୀ ପାକିସ୍ତାନକୁ ଯିବ ନାହିଁ […]
ନୂଆଦିଲ୍ଲୀ : ପହଲଗାମ ଆକ୍ରମଣ ପରେ ଗୋଟିଏ ପରେ ଗୋଟିଏ ପ୍ରତିଶୋଧ ନେଉଛି ଭାରତ । ଆଜି ପାକିସ୍ତାନ ବିରୋଧରେ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଭାରତ ସରକାର । ଭାରତ ପକ୍ଷରୁ ପାକିସ୍ତାନରୁ ଆମଦାନୀ ରପ୍ତାନୀ ବନ୍ଦ କରାଯାଇଛି । ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ, ରପ୍ତାନୀ ନିଷେଧ କରିଛନ୍ତି ଭାରତ ସରକାର । ପାକିସ୍ତାନରୁ କୌଣସି ସାମଗ୍ରୀ ଭାରତକୁ ଆସିବ ନାହିଁ, ସେହିପରି ଭାରତରୁ କୌଣସି ସାମଗ୍ରୀ ପାକିସ୍ତାନକୁ ଯିବ ନାହିଁ । ଏନେଇ ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ ଭାରତ ପାକିସ୍ତାନ ରୁ ସମସ୍ତ ସାମଗ୍ରୀର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆମଦାନୀକୁ ତୁରନ୍ତ ପ୍ରଭାବରୁ ନିଷିଦ୍ଧ କରିଛି । ବିଜ୍ଞପ୍ତିରେ କୁହାଯାଇଛି ଯେ ଜାତୀୟ ସୁରକ୍ଷା ଏବଂ ସାର୍ବଜନୀନ ନୀତିର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନେଇଛି DGFT । ଏହି ପ୍ରତିବନ୍ଧକର ଯେକୌଣସି ବ୍ୟତିକ୍ରମ ପାଇଁ ଭାରତ ସରକାରଙ୍କ ଅନୁମୋଦନ ଆବଶ୍ୟକ ହେବ । ଜାତୀୟ ସୁରକ୍ଷା ଏବଂ ଜନ ସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି । ତେବେ ଅତ୍ୟାବଶ୍ୟକୀୟ ପରିସ୍ଥିରେ ଯଦି ଆମଦାନୀ ଜରୁରୀ ହୁଏ,ତେବେ ଏ ସମ୍ପର୍କରେ ଆଗୁଆ ଭାରତ ସରକାରଙ୍କ ଅନୁମତି ନେବା ଜରୁରୀ ବୋଲି କୁହାଯାଉଛି ।
ପୂର୍ବରୁ ପ୍ରତ୍ୟକ୍ଷ ବାଣିଜ୍ୟ କାରାବାର ବନ୍ଦ ଥିଲା, କିନ୍ତୁ ଏବେ ପରୋକ୍ଷରେ ବାଣିଜ୍ୟ ମଧ୍ୟ ବନ୍ଦ ହୋଇଯାଇଛି। ଏହା ପାକିସ୍ତାନ ପାଇଁ ଏକ ବଡ଼ ଆଘାତ ସାବ୍ୟସ୍ତ ହେବ। ଭାରତର ବାଣିଜ୍ୟ ମନ୍ତ୍ରଣାଳୟ ଭାରତରୁ ଆମଦାନି କିମ୍ବା ରପ୍ତାନି କରାଯିବ ନାହିଁ ଏପରି ଉତ୍ପାଦଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରାଯାଇଛି।




