ଖୁବ୍ ଶିଘ୍ର ଭାରତ ଶୁକ୍ର ଗ୍ରହକୁ ପଠାଇବ ମହାକାଶଯାନ : ଇସ୍ରୋ ଅଧ୍ୟକ୍ଷ
ଦିଲ୍ଲୀ: ମେ ୦୪: ଭାରତ ଖୁବ୍ ଶିଘ୍ର ଶୁକ୍ର ଗ୍ରହକୁ ମହାକାଶଯାନ ପଠାଇବ । ଏଥିପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ ହୋଇସାରିଛି ବୋଲି ଆଜି ଇସ୍ରୋ(ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାଇନାଇଜେସନ୍) ଅଧ୍ୟକ୍ଷ ଏସ୍. ସୋମନାଥ ସୂଚନା ଦେଇଛନ୍ତି । ବିଷାକ୍ତ ଓ କ୍ଷୟକାରୀ ସ୍ୱଭାବବିଶିଷ୍ଟ ଶୁକ୍ର ଗ୍ରହର ବାୟୁମଣ୍ଡଳ ଉପରେ ଅଧ୍ୟୟନ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ । ଏନେଇ ଏକ ଦିବସୀୟ ସଭା ମଧ୍ୟ ଡକାଯାଇଥିଲା । ସଭାରେ ମହାକାଶ ଆଧାରିତ ଅଧ୍ୟୟନ ଆଲୋଚନା […]
ଦିଲ୍ଲୀ: ମେ ୦୪: ଭାରତ ଖୁବ୍ ଶିଘ୍ର ଶୁକ୍ର ଗ୍ରହକୁ ମହାକାଶଯାନ ପଠାଇବ । ଏଥିପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ ହୋଇସାରିଛି ବୋଲି ଆଜି ଇସ୍ରୋ(ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାଇନାଇଜେସନ୍) ଅଧ୍ୟକ୍ଷ ଏସ୍. ସୋମନାଥ ସୂଚନା ଦେଇଛନ୍ତି । ବିଷାକ୍ତ ଓ କ୍ଷୟକାରୀ ସ୍ୱଭାବବିଶିଷ୍ଟ ଶୁକ୍ର ଗ୍ରହର ବାୟୁମଣ୍ଡଳ ଉପରେ ଅଧ୍ୟୟନ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ ।

ଏନେଇ ଏକ ଦିବସୀୟ ସଭା ମଧ୍ୟ ଡକାଯାଇଥିଲା । ସଭାରେ ମହାକାଶ ଆଧାରିତ ଅଧ୍ୟୟନ ଆଲୋଚନା କରାଯାଇଥିଲା । ସଭାକୁ ନେଇ ସୋମନାଥ କହିଛନ୍ତି ଯେ, ଶୁକ୍ର ଗ୍ରହ ଅଭିଯାନ ପାଇଁ ମହାକାଶଯାନ ନିର୍ମାଣ ଏବଂ ଉଥକ୍ଷେପଣ ନିମନ୍ତେ ଭାରତର ସାମର୍ଥ୍ୟ ଅଛି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କିଛି ବର୍ଷ ହେବ ଏହି ଅଭିଯାନ ପାଇଁ କାମ ଚାଲିଛି । ଏଥିପାଇଁ ଆବଶ୍ୟକ ମିସନ୍ ପ୍ଲାନ୍ ପ୍ରସ୍ତୁତ ହୋଇସାରିଛି ଏବଂ କେତେ ଅର୍ଥ ଆବଶ୍ୟକ ହେବ, ତାହା ମଧ୍ୟ ଆକଳନ କରାଯାଇଛି ।

ଶୁକ୍ର କିଭଳି ଅନିୟନ୍ତ୍ରିତ ଆଗ୍ନେୟ ଗୋଲୋକ ପାଲଟିଲା ତାହା ଜାଣିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ସମେତ କେତେକ ଦେଶ ଶୁକ୍ର ଅଭିଯାନରେ ଯିବା ପାଇଁ ଯୋଜନା କରୁଛନ୍ତି ।




