ସୁଧୁରୁଛି ଭାରତ-ଆମେରିକା ବାଣିଜ୍ୟିକ ସମ୍ପର୍କ: ଅର୍ଥମନ୍ତ୍ରୀ

ସମୟ ଲାଇଭ୍‍, ୧୮/୧୦: ଭାରତ ଓ ଆମେରିକା ମଧ୍ୟରେ ଏଣିକି ବ୍ୟାପାରିକ ମତଭେଦ ଦୂର ହେବ। ଖୁବ୍‍ଶୀଘ୍ର ଉଭୟ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟିକ ଓ ବ୍ୟବସାୟିକ ବୁଝାମଣା ହେବାକୁ ଯାଉଛି। ଏନେଇ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ୱାଶିଂଟନରେ ଅନୁଷ୍ଠିତ ଅର୍ନ୍ତରାଷ୍ଟ୍ରୀୟ ମୂଦ୍ରାକୋଷ ଓ ବିଶ୍ୱବ୍ୟାଙ୍କର ବାର୍ଷିକ ବୈଠକରେ ଯୋଗଦେବା ଅବସରରେ ଉଭୟ ରାଷ୍ଟ୍ର ମଧ୍ୟର ଥିବା ବାଣିଜ୍ୟିକ ସମ୍ବନ୍ଧ ଉପରେ ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନର ଉତ୍ତରରେ ସୀତାରମଣ ଭାରତୀୟ ଗଣମାଧ୍ୟମକୁ […]

Samaya Live Picture
Published On

ସମୟ ଲାଇଭ୍‍, ୧୮/୧୦: ଭାରତ ଓ ଆମେରିକା ମଧ୍ୟରେ ଏଣିକି ବ୍ୟାପାରିକ ମତଭେଦ ଦୂର ହେବ। ଖୁବ୍‍ଶୀଘ୍ର ଉଭୟ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟିକ ଓ ବ୍ୟବସାୟିକ ବୁଝାମଣା ହେବାକୁ ଯାଉଛି। ଏନେଇ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ୱାଶିଂଟନରେ ଅନୁଷ୍ଠିତ ଅର୍ନ୍ତରାଷ୍ଟ୍ରୀୟ ମୂଦ୍ରାକୋଷ ଓ ବିଶ୍ୱବ୍ୟାଙ୍କର ବାର୍ଷିକ ବୈଠକରେ ଯୋଗଦେବା ଅବସରରେ ଉଭୟ ରାଷ୍ଟ୍ର ମଧ୍ୟର ଥିବା ବାଣିଜ୍ୟିକ ସମ୍ବନ୍ଧ ଉପରେ ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନର ଉତ୍ତରରେ ସୀତାରମଣ ଭାରତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଥିଲେ ଅର୍ଥନୀତି ମନ୍ତ୍ରଣାଳୟ ଉଭୟ ରାଷ୍ଟ୍ର ମଧ୍ୟ ବ୍ୟାପାରିକ ସମ୍ପର୍କ ସୁଧାରିବା ପାଇଁ କାର୍ଯ୍ୟ କରୁଛି। ଏଣୁ ଖୁବ୍‍ଶୀଘ୍ର ବୁଝାମଣା ହେବା ସହ ଉଭୟ ରାଷ୍ଟ୍ର ଏହାର ଳାଭ ଉଠାଇପାରିବେ। ସେହିପରି ଆମେରିକା ବାଣିଜ୍ୟିକ ମନ୍ତ୍ରୀ ୱିଲ୍ସର ରସ୍‍ ମଧ୍ୟ ଏ ଦିଗରେ ତତ୍ପରତା ଦେଖାଇଥିବା ସୀତାରମଣ କହିଛନ୍ତି।

Tags: