କେନ୍ଦ୍ର କର୍ମଚାରୀଙ୍କ DA ବୃଦ୍ଧି
ନୂଆଦିଲ୍ଲୀ : କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦି ସରକାରଙ୍କ ଦୀପାବଳି ଭେଟି । ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା । ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ ମିଳିଛି। ଉଭୟ କର୍ମଚାରୀ ଏବଂ ପେନସନ ଉପଭୋକ୍ତାଙ୍କୁ ଏହା ପ୍ରଦାନ କରାଯିବ । ଫଳରେ ମହଙ୍ଗା ଭତ୍ତା ୫୦ ପ୍ରତିଶତରୁ ବୃଦ୍ଧି ପାଇ ୫୩% ରେ ପହଞ୍ଚିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ୩ ପ୍ରତିଶତ ବୃଦ୍ଧି ସହିତ ଡିଏ ସହିତ ପେନଶନ ଭୋଗୀ ଙ୍କ ଡିଆରକୁ […]
ନୂଆଦିଲ୍ଲୀ : କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦି ସରକାରଙ୍କ ଦୀପାବଳି ଭେଟି । ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା । ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ ମିଳିଛି। ଉଭୟ କର୍ମଚାରୀ ଏବଂ ପେନସନ ଉପଭୋକ୍ତାଙ୍କୁ ଏହା ପ୍ରଦାନ କରାଯିବ । ଫଳରେ ମହଙ୍ଗା ଭତ୍ତା ୫୦ ପ୍ରତିଶତରୁ ବୃଦ୍ଧି ପାଇ ୫୩% ରେ ପହଞ୍ଚିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ୩ ପ୍ରତିଶତ ବୃଦ୍ଧି ସହିତ ଡିଏ ସହିତ ପେନଶନ ଭୋଗୀ ଙ୍କ ଡିଆରକୁ ବୃଦ୍ଧି କରାଯିବ, ଯାହା ଜୁଲାଇ ୧,୨୦୨୪ରୁ କାର୍ଯ୍ୟକାରୀ ହେବ । କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମ୍ୱାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ।
କେନ୍ଦ୍ରୀୟ କର୍ମଚାରୀଙ୍କୁ ଡିଏ ଏବଂ ପେନସନଭୋଗୀଙ୍କୁ ଡିଆର୍ ମିଳେ । ବର୍ତ୍ତମାନ ସୁଦ୍ଧା ଡିଏ ମୂଳ ବେତନର ୫୦ ପ୍ରତିଶତ ମିଳୁଥିଲା । ଆଜିର ଘୋଷଣା ପରେ ଏହା ୫୩ ପ୍ରତିଶତ ହୋଇଛି । ଅନେକ ଦିନରୁ ଡିଏ ବୃଦ୍ଧି ହୋଇନଥିଲା । ତେଣୁ ଦୀପାବଳି ପୂର୍ବରୁ ସରକାର ଡିଏ ବଢାଇ ପାରନ୍ତି ବୋଲି କୁହାଯାଉଥିଲା । ଏହା ପୂର୍ବରୁ ୨୦୨୪ ମାର୍ଚ୍ଚରେ କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବଢାଇଥିଲେ ।
ସରକାରୀ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଉଥିବା ମହଙ୍ଗା ଭତ୍ତା ସର୍ବଭାରତୀୟ ଖାଉଟି ମୂଲ୍ୟ ସୂଚକାଙ୍କ ଆଧାରରେ ଧାର୍ଯ୍ୟ କରାଯାଇଥାଏ। ୩% ମହଙ୍ଗା ଭତ୍ତା ବୃଦ୍ଧି କରାଯିବା ଫଳରେ ବର୍ତ୍ତମାନ ୧ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନ ଉପୋଭକ୍ତା ଏଥିରୁ ଲାଭାନ୍ବିତ ହେବେ।




