୧୦ଟି ୟୁଟୁ୍ୟବ ଚାନେଲ୍‌ର ୪୫ ଭିଡିଓକୁ ବ୍ଲକ୍‌ କଲା ଆଇବି ମନ୍ତ୍ରାଳୟ

ନୂଆଦିଲ୍ଲୀ : ଗୁଇନ୍ଦା ଏଜେନ୍‌ସିମାନଙ୍କଠାରୁ ମିଳିଥିବା ସୂଚନାକୁ ଆଧାର କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ୧୦ଟି ୟୁଟ୍ୟୁବ ଚାନେଲରେ ପ୍ରସାରିତ ୪୫ଟି ଭିଡିଓକୁ ବନ୍ଦ ବା ବ୍ଲକ୍‌ କରିବା ଲାଗି ସୋମବାର ନିର୍ଦ୍ଦେଶ ଦେଇଛି । ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥତା ମାର୍ଗଦର୍ଶିକା ଏବଂ ଡିଜିଟାଲ ଗଣମାଧ୍ୟମ ଆଚରଣ ସଂହିତା) ନିୟମାବଳୀ ୨୦୨୧ରେ ଥିବା ବ୍ୟବସ୍ଥା ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବ୍ଲକ୍‌ ହୋଇଥିବା ଭିଡିଓଗୁଡ଼ିକୁ ପ୍ରାୟ ୧ କୋଟି ୩୦ ଲକ୍ଷରୁ ଅଧିକ […]

Samaya Live Picture
Published On

ନୂଆଦିଲ୍ଲୀ : ଗୁଇନ୍ଦା ଏଜେନ୍‌ସିମାନଙ୍କଠାରୁ ମିଳିଥିବା ସୂଚନାକୁ ଆଧାର କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ୧୦ଟି ୟୁଟ୍ୟୁବ ଚାନେଲରେ ପ୍ରସାରିତ ୪୫ଟି ଭିଡିଓକୁ ବନ୍ଦ ବା ବ୍ଲକ୍‌ କରିବା ଲାଗି ସୋମବାର ନିର୍ଦ୍ଦେଶ ଦେଇଛି ।
ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥତା ମାର୍ଗଦର୍ଶିକା ଏବଂ ଡିଜିଟାଲ ଗଣମାଧ୍ୟମ ଆଚରଣ ସଂହିତା) ନିୟମାବଳୀ ୨୦୨୧ରେ ଥିବା ବ୍ୟବସ୍ଥା ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବ୍ଲକ୍‌ ହୋଇଥିବା ଭିଡିଓଗୁଡ଼ିକୁ ପ୍ରାୟ ୧ କୋଟି ୩୦ ଲକ୍ଷରୁ ଅଧିକ ଦର୍ଶକ ଦେଖିଥିଲେ । ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ଘୃଣା ଓ ବିଦେ୍ୱଷ ସୃଷ୍ଟି କରିବାର ମନ୍ଦ ଉଦ୍ଦେଶ୍ୟ ନେଇ ଏସବୁ ଭିଡିଓରେ ମିଥ୍ୟା ଖବର ଏବଂ ଜାଣିଶୁଣି ବଦଳା ଯାଇଥିବା ଭିଡିଓ ପ୍ରସାରିତ କରାଯାଉଥିଲା । ଏଥିରେ କେତେକ ମିଥ୍ୟା ଦାବି କରାଯାଇଥିଲା, ଯଥା : ସରକାର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟମାନଙ୍କର ଧାର୍ମିକ ଅଧିକାର ପ୍ରତ୍ୟାହାର କରି ନେଇଛନ୍ତି, ଧାର୍ମିକ ସମୁଦାୟ ବିରୋଧରେ ହିଂସାତ୍ମକ ଧମକ ଦିଆଯାଇଛି, ଭାରତରେ ଗୃହଯୁଦ୍ଧ ଘୋଷଣା କରାଯାଇଛି ଆଦି । ଏସବୁ ଭିଡ଼ିଓ ଦେଶରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ନଷ୍ଟ କରିବା ସହିତ ସାର୍ବଜନୀନ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିବାର ଆଶଙ୍କା ରହିଥିଲା ।

ସେହିପରି ଅଗ୍ନିପଥ ଯୋଜନା, ଭାରତୀୟ ସେନାବାହିନୀ, ଭାରତୀୟ ଜାତୀୟ ସୁରକ୍ଷା ବ୍ୟବସ୍ଥା, କାଶ୍ମୀର ଆଦି ପ୍ରସଙ୍ଗରେ ଦୁଷ୍ପ୍ରଚାର କରୁଥିବା କେତେକ ଭିଡ଼ିଓକୁ ମଧ୍ୟ ମନ୍ତ୍ରାଳୟ ପକ୍ଷରୁ ବ୍ଲକ୍‌ କରାଯାଇଛି । ଏସବୁ ଭିଡିଓରେ ପ୍ରସାରିତ ବିଷୟବସ୍ତୁ ସମ୍ପୂର୍ଣ୍ଣ ମିଥ୍ୟା ହୋଇଥିବା ବେଳେ ଏହା ଭାରତର ଜାତୀୟ ସୁରକ୍ଷା ଏବଂ ବିଦେଶୀ ରାଷ୍ଟ୍ର ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ କ୍ଷତିଗ୍ରସ୍ତ କରିବାର ଆଶଙ୍କା ରହିଥିବା ହୃଦବୋଧ ହୋଇଥିଲା । କେତେକ ଭିଡିଓରେ ଭାରତର ବାହ୍ୟ ସୀମାକୁ ତ୍ରୁଟିପୂର୍ଣ୍ଣ ଭାବେ ଦର୍ଶାଯାଇଥିଲା ଏବଂ ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ଭାରତୀୟ ଭୂଖଣ୍ଡ ଠାରୁ ବାହାରେ ବୋଲି ଉଲ୍ଲେଖ କରାଯାଇଥିଲା । ଭାରତୀୟ ମାନଚିତ୍ରର ଏଭଳି ତ୍ରୁଟିପୂର୍ଣ୍ଣ ପ୍ରଦର୍ଶନ ଦେଶର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ପାଇଁ କ୍ଷତିକାରକ ଥିଲା ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଯେଉଁ ସବୁ ୟୁଟ୍ୟୁବ ଚାନେଲର ବିଷୟବସ୍ତୁକୁ ବନ୍ଦ କରାଯାଇଛି ସେସବୁ ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା, ଦେଶର ସୁରକ୍ଷା, ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପ୍ରତି କ୍ଷତିକାରକ ଥିଲା । ଏହା ଦ୍ୱାରା ଦେଶରେ ସାର୍ବଜନୀନ ବ୍ୟବସ୍ଥା ଓ ଆଇନଶୃଙ୍ଖଳା ନଷ୍ଟ ହେବାର ଆଶଙ୍କା ରହିଥିଲା । ତଦନୁଯାୟୀ, ଏସବୁ ବିଷୟବସ୍ତୁ ସୂଚନା ପ୍ରଯୁକ୍ତି ଆଇନ, ୨୦୦ର ଧାରା ୬୯ ଏ ପରିଧି ମଧ୍ୟରେ ଆସୁଥିଲା ।