ମନ୍ଦିରରେ ଆତସବାଜି ପ୍ରଦର୍ଶନବେଳେ ଅଘଟଣ ଘଟି ଶତାଧିକ ଆହତ
ଥିରୁଅନନ୍ତପୁରମ୍ : ମନ୍ଦିରରେ ଆତସବାଜି ପ୍ରଦର୍ଶନବେଳେ ଅଘଟଣ । କେରଳ ନୀଳେଶ୍ବରମରେ ଥିବା ବୀରାକାଭୁ ମନ୍ଦିରରେ ଉତ୍ସଵ ସମୟରେ ଆତସବାଜି ପ୍ରଦର୍ଶନ କରାଯାଇଥିଲେ । ତେବେ ଏଥିରେ ବିସ୍ଫୋରଣ ଘଟି ୧୫୦ରୁ ଅଧିକ ଭକ୍ତ ଆହତ ହୋଇଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ମାନଙ୍କୁ କାସରଗଡ, କାନ୍ନୁର ଓ ମାଙ୍ଗାଳୁରୁର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଉତ୍ସବ ପାଳନ ବେଳେ ଏହି ଅଘଟଣ ଘଟିଛି । […]
ଥିରୁଅନନ୍ତପୁରମ୍ : ମନ୍ଦିରରେ ଆତସବାଜି ପ୍ରଦର୍ଶନବେଳେ ଅଘଟଣ । କେରଳ ନୀଳେଶ୍ବରମରେ ଥିବା ବୀରାକାଭୁ ମନ୍ଦିରରେ ଉତ୍ସଵ ସମୟରେ ଆତସବାଜି ପ୍ରଦର୍ଶନ କରାଯାଇଥିଲେ । ତେବେ ଏଥିରେ ବିସ୍ଫୋରଣ ଘଟି ୧୫୦ରୁ ଅଧିକ ଭକ୍ତ ଆହତ ହୋଇଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ମାନଙ୍କୁ କାସରଗଡ, କାନ୍ନୁର ଓ ମାଙ୍ଗାଳୁରୁର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଉତ୍ସବ ପାଳନ ବେଳେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନାନୁସାରେ,ଗତକାଲି ଅଞ୍ଜୁତମ୍ବାଲମ୍ ବିରାକାଭୁ ମନ୍ଦିରରେ ବାର୍ଷିକ କାଲିଆଟମ୍ ପର୍ବ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା । ଏହି ସମୟରେ ଆତସବାଜି ମଧ୍ୟ କରାଯାଉଥିଲା । ଏହି ସମୟରେ ଆତସବାଜିରୁ ନିଆଁ ଝୁଲ ଖସି ଗଛିତ ଥିବା ବିପୁଳ ପରିମାଣର ଆତସବାଜି ଉପରେ ପଡିବାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଦେଖୁ ଦେଖୁ ଏହା ଚାରିଆଡେ ବ୍ୟାପିଯାଇଥିଲା। ଏଥିରେ ପ୍ରାୟ ୧୫୦ରୁ ଅଧିକ ଲୋକ ଆହତ ହୋଇଥିବାବେଳେ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ମାଙ୍ଗାଲୁରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।




