ଘର ଭାଙ୍ଗିବା ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଛି – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବୁଲଡୋଜର ଆକ୍ସନକୁ ନେଇ ସୁପ୍ରିମକୋର୍ଟଙ୍କ କଡା ତାଗିଦ । କେବଳ ଅଭିଯୋଗ ଆଧାରରେ ଭଙ୍ଗାଯାଇ ପାରିବ ନାହିଁ ଘର । ଘର ଭାଙ୍ଗିବା ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଛି । ସରକାରୀ କ୍ଷମତାର ମନମାନି ଚଳିବ ନାହିଁ।’ ଘର ଭାଙ୍ଗିବାର ୧୫ ଦିନ ପୂର୍ବରୁ ନୋଟିସ ଦିଆଯିବ । ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ମଧ୍ୟ ନୋଟିସ ଦିଆଯିବ । ଘର ଭାଙ୍ଗିବା ସମୟରେ ଭିଡିଓଗ୍ରାଫି କରାଯିବ । ନହେଲେ ନିଆଯିବ କଡା ଆକ୍ସନ । ଏନେଇ […]

Samaya Live Picture
Published On

ନୂଆଦିଲ୍ଲୀ : ବୁଲଡୋଜର ଆକ୍ସନକୁ ନେଇ ସୁପ୍ରିମକୋର୍ଟଙ୍କ କଡା ତାଗିଦ । କେବଳ ଅଭିଯୋଗ ଆଧାରରେ ଭଙ୍ଗାଯାଇ ପାରିବ ନାହିଁ ଘର । ଘର ଭାଙ୍ଗିବା ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଛି । ସରକାରୀ କ୍ଷମତାର ମନମାନି ଚଳିବ ନାହିଁ।’ ଘର ଭାଙ୍ଗିବାର ୧୫ ଦିନ ପୂର୍ବରୁ ନୋଟିସ ଦିଆଯିବ । ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ମଧ୍ୟ ନୋଟିସ ଦିଆଯିବ । ଘର ଭାଙ୍ଗିବା ସମୟରେ ଭିଡିଓଗ୍ରାଫି କରାଯିବ । ନହେଲେ ନିଆଯିବ କଡା ଆକ୍ସନ । ଏନେଇ ଗାଇଡଲାଇନ ଜାରି କଲେ ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ ଦୁଇ ଜଣ ବିଚାରପତିଙ୍କ ବେଞ୍ଚ ସରକାରଙ୍କ ମନମୁଖୀ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି । ଘରଗୁଡ଼ିକୁ ମନଇଚ୍ଛା ଭାଙ୍ଗିବା ଆଇନର ଉଲ୍ଲଂଘନ ବୋଲି କହିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଆଇନ କୌଣସି ରାଜ୍ୟ ପାଇଁ ନୁହେଁ ଏହା ସମଗ୍ର ଦେଶ ପାଇଁ । ସୁପ୍ରିମକୋର୍ଟ କହିଛନ୍ତି ଦୋଷୀ କିମ୍ବା ଅପରାଧିକ ମାମଲାରେ ଅଭିଯୁକ୍ତଙ୍କ ଘର କୌଣସି ଆଧାରରେ ଭଙ୍ଗାଯିବନି । କାରଣ ଜଣେ ଦୋଷୀଙ୍କ ପାଇଁ ସମଗ୍ର ପରିବାର ଦଣ୍ଡ ପାଇବା ଉଚିତ ନୁହେଁ ।

ଜଷ୍ଟିସ୍ ଗବାଇ କବି ପ୍ରଦୀପଙ୍କ ଏକ କବିତାକୁ ଉଦାହରଣ ଦେଇ କହିଛନ୍ତି ଯେ ଘର ଏକ ସ୍ୱପ୍ନ, ଯାହାକୁ କେବେ ଭାଙ୍ଗିବା ଉଚିତ ନୁହେଁ। ବିଚାରପତି ଆହୁରି ମଧ୍ୟ କହିଛନ୍ତି ଯେ ଅପରାଧପାଇଁ ଦଣ୍ଡ ଘର ଭାଙ୍ଗିବା ହୋଇପାରିବ ନାହିଁ । କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହେବା କିମ୍ବା ଦୋଷୀ ହେବା ଘର ଭାଙ୍ଗିବାର ଆଧାର ନୁହେଁ।

ସେପ୍ଟେମ୍ବର ୧୭ରେ ସୁପ୍ରିମକୋର୍ଟ ବୁଲଡୋଜର ଆକ୍ସନକୁ ନିଷିଦ୍ଧ କରିଥିଲେ । ଅନେକ ରାଜ୍ୟରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ଆବେଦନ କରାଯାଇଥିଲା । ଜାମିଆତ୍ ଉଲେମା-ଇ-ହିନ୍ଦ ମଧ୍ୟ ଆବେଦନକାରୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥିଲେ। ରାୟ ଦେବାବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ସ୍ପଷ୍ଟ ଯେ କ୍ଷମତାର ବ୍ୟବହାରକୁ ଅନୁମତି ଦିଆଯାଇପାରିବ ନାହିଁ । ଯେତେବେଳେ ଜଣେ ନାଗରିକ ଆଇନ ଭଙ୍ଗ କରିଛନ୍ତି, ଆଇନ ଶୃଙ୍ଖଳା ରକ୍ଷା ତଥା ସେମାନଙ୍କୁ ବେଆଇନ କାର୍ଯ୍ୟରୁ ରକ୍ଷା କରିବା ପାଇଁ କୋର୍ଟ ରାଜ୍ୟ ଉପରେ ଦାୟିତ୍ୱ ଦେଇଛନ୍ତି ।

Tags: