‘ହିଣ୍ଡେନ୍ ବର୍ଗ’ ରିପୋର୍ଟକୁ ନେଇ ସଂସଦରେ ହଟ୍ଟଗୋଳ, ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
ନୂଆଦିଲ୍ଲୀ : ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନ୍ ବର୍ଗ ରିପୋର୍ଟକୁ ନେଇ ସଂସଦ ରେ ହଟ୍ଟଗୋଳ I ଏହା ପରେ ଉଭୟ ଗୃହ କୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି ଓମ ବିର୍ଲା । ଗୃହ ଆରମ୍ଭରେ ଆଦାନି ଗ୍ରୁପ୍ ବିରୋଧରେ ଅନୁସନ୍ଧାନ କରି ହିଣ୍ଡେନ୍ ବର୍ଗ ରିପୋର୍ଟକୁ ନେଇ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ପ୍ରବଳ ହଟ୍ଟଗୋଲ କରିଥିଲା I ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବ ପରେ ବାଚସ୍ପତି ଓମ […]
ନୂଆଦିଲ୍ଲୀ : ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନ୍ ବର୍ଗ ରିପୋର୍ଟକୁ ନେଇ ସଂସଦ ରେ ହଟ୍ଟଗୋଳ I ଏହା ପରେ ଉଭୟ ଗୃହ କୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି ଓମ ବିର୍ଲା । ଗୃହ ଆରମ୍ଭରେ ଆଦାନି ଗ୍ରୁପ୍ ବିରୋଧରେ ଅନୁସନ୍ଧାନ କରି ହିଣ୍ଡେନ୍ ବର୍ଗ ରିପୋର୍ଟକୁ ନେଇ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ପ୍ରବଳ ହଟ୍ଟଗୋଲ କରିଥିଲା I
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବ ପରେ ବାଚସ୍ପତି ଓମ ବିର୍ଲା ଜାମ୍ବିଆର ଏକ ସଂସଦୀୟ ପ୍ରତିନିଧୀ ଦଳକୁ ସ୍ୱାଗତ କରିବା ସହ ପ୍ରଶ୍ନ କାଳ ଆରମ୍ଭ କରିବା ମାତ୍ରେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେଇଥିଲେ। ବାଚସ୍ପତି ସଦସ୍ୟମାନଙ୍କୁ ଅଯଥା ଦାବି ନକରିବାକୁ କହିଥିଲେ। ସେ କହିଥିଲେ ଯେ ସଂସଦ ପ୍ରକ୍ରିୟାର ପ୍ରଶ୍ନ କାଳ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତେବେ ସଦସ୍ୟମାନେ ହଟଗୋଳ ଜାରି ରଖିବାରୁ ବାଚସ୍ପତି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ସ୍ଥଗିତ ରଖିଥିଲେ। ହିଣ୍ଡେନ୍ବର୍ଗ ରିପୋର୍ଟ ଏବଂ ଅଦାନୀ ଗ୍ରୁପ୍ ସେୟାର୍ର ମୂଲ୍ୟ ହ୍ରାସ ବିଷୟରେ ଆଲୋଚନା କରିବାକୁ ବିରୋଧୀ ଦଳ ଦାବି କରିବାରୁ ସଂସଦରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ଫଳରେ ସଂସଦର ଉଭୟ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।
ସେହିପରି ମିଳିତ ବିରୋଧୀ ଦଳ ରାଜ୍ୟସଭାରେ ଆଦାନୀ ଗୋଷ୍ଠୀ ବିରୋଧରେ ଠକେଇ ଅଭିଯୋଗ ଉଠାଇବାକୁ ଚେଷ୍ଟା କରି ଆଲୋଚନା ପାଇଁ ଦାବି କରୁଥିବା ବେଳେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହାକୁ ପ୍ରତ୍ୟାଖ୍ୟାନ କରି ତାଲିକାଭୁକ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଚାହିଁଥିଲେ। ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳର ସାଂସଦମାନେ ଏହାକୁ ବିରୋଧ କରିଥିଲେ ଫଳରେ ରାଜ୍ୟସଭାକୁ ମଧ୍ୟ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।
ସୂଚନାନୁସାରେ ହିଣ୍ଡେନବର୍ଗ ରିସର୍ଚ୍ଚ ହେଉଛି ସର୍ଟ ସେଲିଙ୍ଗ୍ରେ ପାରଦର୍ଶିତା ଥିବା ନ୍ୟୁୟର୍କର ଗୋଟିଏ କ୍ଷୁଦ୍ର କମ୍ପାନି Iହିଣ୍ଡେନବର୍ଗ ରିସର୍ଚ୍ଚ ଦ୍ୱାରା ନିକଟରେ ଆଦାନୀ ଗ୍ରୁପ ବିରୋଧରେ ଷ୍ଟକ୍ ମନିପୁଲେସନ୍ ଏବଂ ଠକେଇ ଅଭିଯୋଗ ହୋଇଛି। ଏହି ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପର ସେୟାରଗୁଡ଼ିକ ବଜାରରେ ତୀବ୍ର ହ୍ରାସ ଘଟିଛି। ମାତ୍ର ଦୁଇ ସପ୍ତାହରେ ଅଦାନୀ ମଧ୍ୟ ୨୦ ବିଲିୟନ୍ ଡଲାର୍ ବା ସମୁଦାୟ ସମ୍ପତ୍ତିର ଏକପଞ୍ଚମାଂଶ ହରାଇଛି I ଅନ୍ୟପକ୍ଷରେ, ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନି ଗ୍ରୁପ୍ ୪୧୩ ପୃଷ୍ଠାରେ ନିଜର ପ୍ରତିକ୍ରିୟା ଦେଇଛି I ଆଦାନୀଙ୍କ ଉତ୍ତର ପରେ ହିଣ୍ଡେନବର୍ଗ ପୁଣି ଥରେ ଆକ୍ରମଣ କରିଛି I ହିଣ୍ଡେନବର୍ଗ ରିପୋର୍ଟ ଉପରେ ଆଦାନୀ ଗ୍ରୁପ୍ ଅନେକ ପ୍ରଶ୍ନ ଉଠାଇଛି I ତେବେ ଅତୀତରେ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ମଧ୍ୟ ବିବାଦ ଲାଗି ରହିଛି।




