ଜୟପୁରରେ ଭୟାବହ ଅଗ୍ନିକାଣ୍ଡ ୪୦ ଗାଡି ଭସ୍ମ ୫ ଜୀବନ୍ତ ଦଗ୍ଧ

ଜୟପୁର : ଶୁକ୍ରବାର ସକାଳେ ରାଜସ୍ଥାନ ଜୟପୁରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଏଥିରେ ୪୦ଟି ଗାଡି ଜଳିଯିବା ସହ ଘଟଣାସ୍ଥଳରେ ୫ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଆଜି ଭୋରରୁ ଭାନକ୍ରୋଟାସ୍ଥିତ ଜୟପୁର-ଅଜମେର ଜାତୀୟ ରାଜପଥ ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ଥିବା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକରେ ବିସ୍ଫୋରଣ ହୋଇଛି। ସିଏନଜି ଟ୍ରକ ସହ ଏଲପିଜି ଟ୍ୟାଙ୍କର ଧକ୍କା ହେବା ଫଳରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ସୂଚନାନୁସାରେ,ଆଜି ସକାଳେ […]

Samaya Live Picture
Published On

ଜୟପୁର : ଶୁକ୍ରବାର ସକାଳେ ରାଜସ୍ଥାନ ଜୟପୁରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଏଥିରେ ୪୦ଟି ଗାଡି ଜଳିଯିବା ସହ ଘଟଣାସ୍ଥଳରେ ୫ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଆଜି ଭୋରରୁ ଭାନକ୍ରୋଟାସ୍ଥିତ ଜୟପୁର-ଅଜମେର ଜାତୀୟ ରାଜପଥ ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ଥିବା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକରେ ବିସ୍ଫୋରଣ ହୋଇଛି। ସିଏନଜି ଟ୍ରକ ସହ ଏଲପିଜି ଟ୍ୟାଙ୍କର ଧକ୍କା ହେବା ଫଳରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି ।

ସୂଚନାନୁସାରେ,ଆଜି ସକାଳେ ସାଢେ ୫ଟା ସମୟରେ ପ୍ରଥମେ ସିଏନଜି ଟ୍ରକ ଏବଂ ଅନ୍ୟ ଏକ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଭୟଙ୍କର ଧକ୍କା ପରେ ସିଏନଜି ଟ୍ରକରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଏହା ପରେ ଗୋଟିଏ ପରେ ଗୋଟିଏ ଅନେକ ବିସ୍ଫୋରଣ ଘଟିଥିଲା । ନିକଟସ୍ଥ ଯାନବାହାନ ମଧ୍ୟ ଏହା ଦ୍ୱାରା ଧକ୍କା ହୋଇଥିଲା । ଫଳରେ ନିଆଁ ବ୍ୟାପିଯାଇ ୪୦ ରୁ ଅଧିକ ଗାଡି ଭସ୍ମୀଭୂତ ହୋଇଯାଇଥିଲା । ଆଖପାଖରେ ଥିବା ଗ୍ୟାସ୍‌ ଟ୍ୟାଙ୍କରଗୁଡ଼ିକ ନିଆଁ ଦ୍ୱାରା କବଳିତ ହେବାରୁ ଜୟପୁର ଏକ୍ସପ୍ରେସ୍‌ ହାଇୱେ ପୂରା ଜାମ୍‌ ହୋଇଯାଇଛି ।

ଅଗ୍ନିକାଣ୍ଡରେ ଏକ ଯାତ୍ରୀବାହୀ ବସ୍ରେ ମଧ୍ୟ ନିଆଁ ଲାଗିଯାଇଥିଲା । ଯାତ୍ରୀମାନେ କୌଣସି ପ୍ରକାରେ ବସରୁ ଓହ୍ଲାଇ ସେମାନଙ୍କ ଜୀବନ ରକ୍ଷା କରିଥିଲେ । ନିଆଁରେ ପୋଡିଯାଇଥିବା ଲୋକଙ୍କୁ ଡାକ୍ତରଖାନା ନିଆଯାଇଛି । ଗାଡିରେ ଫସି ରହିଥିବା ଲୋକଙ୍କୁ ଫାୟାର ଫାଇଟର୍ସ, ସିଭିଲ ଡିଫେନ୍ସ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ବାହାରକୁ ନିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଆହତ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Tags: