ଧାନବାଦରେ ଭୟାବହ ଅଗ୍ନିକାଣ୍ଡ, ୨୦ ମୃତ

ଝାରଖଣ୍ଡ : ଝାଡ଼ଖଣ୍ଡର ଧାନବାଦରେ ଏକ ଆପାର୍ଟମେଣ୍ଟ ରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୦ ମୃତ। ଧIନବାଦ ସହରର ଯୋଡ଼ା ଫାଟକସ୍ଥିତ ଆଶୀର୍ବାଦ ଟାୱାରରେ ଘଟିଥିଲା ଏହି ଅଗ୍ନିକାଣ୍ଡ । ମୃତକଙ୍କ ମଧ୍ୟରେ ୧୦ଜଣ ମହିଳା ଓ ୩ଜଣ ଶିଶୁ ଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୨ଜଣ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି। ଗୁରୁତର ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ସୂଚନାନୁସାରେ ମଙ୍ଗଳବାର ସନ୍ଧ୍ୟାରେ ଆଶୀର୍ବାଦ ଟାୱାରରେ ଏକ ବିବାହ […]

Samaya Live Picture
Published On

ଝାରଖଣ୍ଡ : ଝାଡ଼ଖଣ୍ଡର ଧାନବାଦରେ ଏକ ଆପାର୍ଟମେଣ୍ଟ ରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୦ ମୃତ। ଧIନବାଦ ସହରର ଯୋଡ଼ା ଫାଟକସ୍ଥିତ ଆଶୀର୍ବାଦ ଟାୱାରରେ ଘଟିଥିଲା ଏହି ଅଗ୍ନିକାଣ୍ଡ । ମୃତକଙ୍କ ମଧ୍ୟରେ ୧୦ଜଣ ମହିଳା ଓ ୩ଜଣ ଶିଶୁ ଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୨ଜଣ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି। ଗୁରୁତର ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

ସୂଚନାନୁସାରେ ମଙ୍ଗଳବାର ସନ୍ଧ୍ୟାରେ ଆଶୀର୍ବାଦ ଟାୱାରରେ ଏକ ବିବାହ ଉତ୍ସବ ଚାଲିଥିବାବେଳେ ଅଗ୍ନିକାଣ୍ଡ ଘଟିଛି । ତେବେ ମୃତାହତଙ୍କ ସଂଖ୍ୟା ଅଧିକ ହୋଇପାରେ ବୋଲି ଜଣାପଡ଼ିଛି। ଏହି ବିବାହ ଭୋଜିରେ ବହୁ ସଂଖ୍ୟକ ଲୋକ ଯୋଗ ଦେଇଥିଲେ। ନିଆଁ ଲାଗିଯିବା ପରେ ଲୋକେ ବାହାରକୁ ବାହାରି ପାରିନଥିଲେ। ଫଳରେ ଦଳାଚକଟାରେ ଅନେକ ଆହତ ହୋଇଛନ୍ତି।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଚଳାଇଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏହା ସହ ନିକଟରେ ଥିବା ଏକ ଘରୋଇ ଡାକ୍ତରଖାନାର ଦମକଳକୁ ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ଲଗା ଯାଇ ନିଆଁକୁ ଆୟତ୍ତ କରାଯାଇଥିଲା। ଗୋଟିଏ ସିଲିଣ୍ଡର ଫାଟି ଯିବାରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବୀତ କରାଯାଇଛି। ଆହତ ବ୍ୟକ୍ତିଙ୍କ ଉଦ୍ଧାର ପରେ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।

ଧାନବାଦ ଏସପି ସଞ୍ଜୀବ କୁମାରଙ୍କ ସୂଚନାନୁସାରେ ଅଗ୍ନିକାଣ୍ଡର ତଦନ୍ତ ଚାଲିଛି । ବର୍ତ୍ତମାନ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ଗୁରୁତର ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସାମାନ୍ୟ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଛାଡି ଦିଆ ଯାଇଛି। ତେବେ ଅଗ୍ନିକାଣ୍ଡ ଆପାର୍ଟମେଣ୍ଟର ଦୁଇ ମହଲାରେ ହୋଇଥିବାବେଳେ,ତା’ଉପର ମହଲାରୁ ଲୋକ ତଳକୁ ଓହ୍ଲାଇବାବେଳେ ସିଡ଼ି ଉପରେ ପଡ଼ିଯିବା ପରେ କିଛି ଲୋକ ଆହତ ହୋଇଥିଲେ ବୋଲି ଏସପି କହିଛନ୍ତି I

Tags: