ମନ୍ଦିରରରେ ଭୟାବହ ଅଗ୍ନିକାଣ୍ଡ,୧୫ ଗୁରୁତର
ନୂଆଦିଲ୍ଲୀ : ପଞ୍ଜାବର ବର୍ଣ୍ଣାଲା ଜିଲ୍ଲାର ଧନୌଲାରେ ଥିବା ଏକ ହନୁମାନ ମନ୍ଦିରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ମନ୍ଦିର ରୋଷ ଘରେ ଥିବା ଲଙ୍ଗର ହଲରେ ଅଗ୍ନିକାଣ୍ଡ ଘଟି ୧୫ ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଥିବା ସୂଚନା ମିଳିଛି । ମଙ୍ଗଳବାର ସନ୍ଧ୍ୟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ରୋଷେଇ ଚାଲୁଥିବା ବେଳେ ପ୍ରଥମେ ବିରାଟ ତେଲ କରେଇରେ ନିଆଁ ଲାଗିଯାଇ ଚାରି ଆଡକୁ ବ୍ୟାପି ଯାଇଥିଲା । […]
ନୂଆଦିଲ୍ଲୀ : ପଞ୍ଜାବର ବର୍ଣ୍ଣାଲା ଜିଲ୍ଲାର ଧନୌଲାରେ ଥିବା ଏକ ହନୁମାନ ମନ୍ଦିରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ମନ୍ଦିର ରୋଷ ଘରେ ଥିବା ଲଙ୍ଗର ହଲରେ ଅଗ୍ନିକାଣ୍ଡ ଘଟି ୧୫ ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଥିବା ସୂଚନା ମିଳିଛି । ମଙ୍ଗଳବାର ସନ୍ଧ୍ୟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ରୋଷେଇ ଚାଲୁଥିବା ବେଳେ ପ୍ରଥମେ ବିରାଟ ତେଲ କରେଇରେ ନିଆଁ ଲାଗିଯାଇ ଚାରି ଆଡକୁ ବ୍ୟାପି ଯାଇଥିଲା । ଘଟଣାପରେ ତୁରନ୍ତ ଅଗ୍ନି ନିର୍ବାପକ ଯନ୍ତ୍ର ଦ୍ୱାରା ନିଆଁ ଲିଭାଇବାକୁ ଚେଷ୍ଟାକରଯାଇ ଅଗ୍ନିଶମ ଏବଂ ପୋଲିସକୁ ସୂଚନା ଦିଆଯାଇଥିଲା ।
ବର୍ଣ୍ଣାଲା ଡିଏସ୍ପି ସତବୀର ସିଂହଙ୍କ ସୂଚନା ଅନୁସାରେ, ଗତକାଲି ମଙ୍ଗଳବାର ହୋଇଥିବାରୁ ମନ୍ଦିରରେ ବହୁ ସଂଖ୍ୟକ ଭକ୍ତ ଉପସ୍ଥିତ ଥିଲେ। ଏହି ସମୟରେ ଏକ ଡିଜେଲ ଚୁଲିରେ ଲଙ୍ଗର ତିଆରି ଚାଲୁଥିବାବେଳେ ଚୁଲିରେ ଡିଜେଲ ଭର୍ତ୍ତିକରଯାଉଥିଲା , ସେହି ସମୟରେ କରେଇରେ ଥିବା ତେଲରେ ନିଆଁ ଲାଗିଯାଇଥିଲା ଏବଂ ତେଲ କାରିଟି ତଳେ ପଡିଯାଇଥିଲା । ଫଳରେ ସେଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ଯାହା ଫଳରେ ଲଙ୍ଗର ହଲରେ କାମ କରୁଥିବା ୧୫ ଜଣ ଭକ୍ତ ପୋଡ଼ି ଆହତ ହୋଇଛନ୍ତି ଯାହାକୁ ଧନୌଲାର ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଫରିଦକୋଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପଞ୍ଜାବ ସରକାର ସମସ୍ତ ସ୍ୱାସ୍ଥ୍ୟ ଖର୍ଚ୍ଚ ବହନ କରିବେ ବୋଲି ସୂଚନା ମିଛି ।




