ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ରାଷ୍ଟ୍ରପତିଙ୍କୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ:ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଚହଳ ପଡିଛି। ଏସବୁ ଭିତରେ ଅନେକ ଉଚ୍ଚସ୍ତରୀୟ ବୈଠକ ଚାଲିଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହ। ଅମିତ ଶାହଙ୍କ ଅଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଅନ୍ୟପଟେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସବୁ ଭାରତୀୟଙ୍କ ଭିସା ରଦ୍ଦ କରିଛି ପାକିସ୍ତାନ। ମାତ୍ର ୪୮ ଘଣ୍ଟା ମଧ୍ଯରେ ଭାରତୀୟଙ୍କୁ ପାକିସ୍ତାନ ଛାଡିବା ନିର୍ଦ୍ଦେଶ ଦେଇଛି ପାକ୍। ତାହାସହ ପାକିସ୍ତାନ ଆକାଶମାର୍ଗ ଦେଇ ଭାରତୀୟ ବିମାନ […]

ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ରାଷ୍ଟ୍ରପତିଙ୍କୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହ
Samaya Live Picture
Published On

ନୂଆଦିଲ୍ଲୀ:ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଚହଳ ପଡିଛି। ଏସବୁ ଭିତରେ ଅନେକ ଉଚ୍ଚସ୍ତରୀୟ ବୈଠକ ଚାଲିଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହ। ଅମିତ ଶାହଙ୍କ ଅଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର।

ଅନ୍ୟପଟେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସବୁ ଭାରତୀୟଙ୍କ ଭିସା ରଦ୍ଦ କରିଛି ପାକିସ୍ତାନ। ମାତ୍ର ୪୮ ଘଣ୍ଟା ମଧ୍ଯରେ ଭାରତୀୟଙ୍କୁ ପାକିସ୍ତାନ ଛାଡିବା ନିର୍ଦ୍ଦେଶ ଦେଇଛି ପାକ୍। ତାହାସହ ପାକିସ୍ତାନ ଆକାଶମାର୍ଗ ଦେଇ ଭାରତୀୟ ବିମାନ ମଧ୍ଯ ଯାଇପାରିବ ନାହିଁ ବୋଲି ଜଣା ପଡିଛି ।
ପାକିସ୍ତାନ NSC ବୈଠକରୁ ଏହା ଜଣାଯାଇଛି। ଫଳରେ ସେପଟେ ଭାରତ ସରକାର ମଧ୍ଯ ୭୨ ଘଣ୍ଟା ମଧ୍ଯରେ ପାକିସ୍ତାନ ନାଗରିକଙ୍କୁ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ପାକିସ୍ତାନୀଙ୍କ ମେଡିକାଲ ଭିସାକୁ ମଧ୍ଯ ରଦ୍ଦ କରି ଦେଇଛନ୍ତି ଭାରତ ସରକାର।

Tags: