ବାୟୁସେନା ଯୁଦ୍ଧ ବିମାନ ସୁଖୋଇ-୩୦ରେ ଉଡ଼ିଲେ ମହାମହିମ ରାଷ୍ଟ୍ରପତି
ନୂଆଦିଲ୍ଲୀ :ବାୟୁସେନା ଯୁଦ୍ଧ ବିମାନ ସୁଖୋଇ-୩୦ରେ ବସି ଉଡିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସାମ ସ୍ଥିତ ତେଜପୁର ବାୟୁସେନା ଷ୍ଟେସନରୁ କୋ ପାଇଲଟ୍ ସିଟରେ ସେ ଉଡ଼ାଣ ଭରିଛନ୍ତି ରାଷ୍ଟ୍ରପତି । ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଯୁଦ୍ଧବିମାନ ସୁଖୋଇରେ ଚଢ଼ିବା କ୍ଷେତ୍ରରେ ଦ୍ରୌପଦୀ ହେଉଛନ୍ତି ଦେଶର ଦ୍ବିତୀୟ ମହିଳା ରାଷ୍ଟ୍ରପତି । ପୂର୍ବରୁ ୨୦୦୯ରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ପୁଣେ ଏୟାରଫୋର୍ସ ବେସରୁ ସୁଖୋଇରେ ଚଢ଼ିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ତେଜପୁରରେ […]
ନୂଆଦିଲ୍ଲୀ :ବାୟୁସେନା ଯୁଦ୍ଧ ବିମାନ ସୁଖୋଇ-୩୦ରେ ବସି ଉଡିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସାମ ସ୍ଥିତ ତେଜପୁର ବାୟୁସେନା ଷ୍ଟେସନରୁ କୋ ପାଇଲଟ୍ ସିଟରେ ସେ ଉଡ଼ାଣ ଭରିଛନ୍ତି ରାଷ୍ଟ୍ରପତି । ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଯୁଦ୍ଧବିମାନ ସୁଖୋଇରେ ଚଢ଼ିବା କ୍ଷେତ୍ରରେ ଦ୍ରୌପଦୀ ହେଉଛନ୍ତି ଦେଶର ଦ୍ବିତୀୟ ମହିଳା ରାଷ୍ଟ୍ରପତି । ପୂର୍ବରୁ ୨୦୦୯ରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ପୁଣେ ଏୟାରଫୋର୍ସ ବେସରୁ ସୁଖୋଇରେ ଚଢ଼ିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ତେଜପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ରାଷ୍ଟ୍ରପତିଙ୍କୁ ତେଜପୁର ଏୟାରଫୋର୍ସ ଷ୍ଟେସନରେ ଗାର୍ଡ ଅଫ୍ ଅନର ଦିଆଯାଇଛି । ସୁଖୋଇ-୩୦ ହେଉଛି ଭାରତୀୟ ବାୟୁସେନାର ବିଶିଷ୍ଟ ଯୁଦ୍ଧ ବିମାନ । ଏହା ଘଣ୍ଟାକୁ ୨ ହଜାର କିଲୋମିଟରରୁ ଅଧିକ ଗତି କରିପାରେ । ଏହାର କମ୍ବାଟ ରେଞ୍ଜ ହେଉଛି ୩ ହଜାର କିଲୋମିଟର । ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ରହିଛି । ବ୍ରହ୍ମୋସ୍ ପରି ସୁପର ସୋନିକ କ୍ଷେପଣାସ୍ତ୍ର ମଧ୍ୟ ରହିଛି ।
ଗତକାଲି ରାଷ୍ଟ୍ରପତି କାଜିରଙ୍ଗା ନ୍ୟାସନାଲ ପାର୍କରେ ଆୟୋଜିତ ଗଜ ଉତ୍ସବରେ ଯୋଗଦେଇଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ଗତ ୬ ତାରିଖରୁ ଆସାମ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ସୁଖୋଇରେ ଉଡିବା ନେଇ ପୂର୍ବରୁ ସୂଚନା ଦେଇଥିଲେ ପ୍ରତିରକ୍ଷା ବିଭାଗ ପିଆରଓ କର୍ଣ୍ଣେଲ ମହେନ୍ଦ୍ର ରାଓ୍ବତ ।




