ହିମାଚଳପ୍ରଦେଶ : ଜନାଦେଶ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜୟରାମ ଠାକୁର

ଶିମଲା : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଜୟରାମ ଠାକୁର I ଆଜି ଚୂଡ଼ାନ୍ତ ନିର୍ବାଚନ ଫଳାଫଳ ଘୋଷଣା ସରିବା ପରେ ଜନାଦେଶକୁ ସ୍ୱୀକାର କରି ସେ ଏହି ନିଷ୍ପତି ନେଇଛନ୍ତି I ତେବେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ବିଜୟ ହୋଇଥିଲେ ମଧ୍ୟ ତାଙ୍କ ଦଳ ବିଜେପି ସରକାର ଗଠନ କରିବା ପାଇଁ ମ୍ୟାଜିକ ନମ୍ବର ୩୫ ଠାରୁ ପଛରେ ରହିବ ବୋଲି ବର୍ତ୍ତମାନ ସୁଦ୍ଧା ସରିଥିବା ଭୋଟ ଗଣତିରୁ ଏକପ୍ରକାରର ସ୍ପଷ୍ଟ ହୋଇଛି। ସୂଚନା ମୁତାବକ […]

Samaya Live Picture
Published On

ଶିମଲା : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଜୟରାମ ଠାକୁର I ଆଜି ଚୂଡ଼ାନ୍ତ ନିର୍ବାଚନ ଫଳାଫଳ ଘୋଷଣା ସରିବା ପରେ ଜନାଦେଶକୁ ସ୍ୱୀକାର କରି ସେ ଏହି ନିଷ୍ପତି ନେଇଛନ୍ତି I ତେବେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ବିଜୟ ହୋଇଥିଲେ ମଧ୍ୟ ତାଙ୍କ ଦଳ ବିଜେପି ସରକାର ଗଠନ କରିବା ପାଇଁ ମ୍ୟାଜିକ ନମ୍ବର ୩୫ ଠାରୁ ପଛରେ ରହିବ ବୋଲି ବର୍ତ୍ତମାନ ସୁଦ୍ଧା ସରିଥିବା ଭୋଟ ଗଣତିରୁ ଏକପ୍ରକାରର ସ୍ପଷ୍ଟ ହୋଇଛି।

ସୂଚନା ମୁତାବକ ହିମାଚଳ ପ୍ରଦେଶର ମୋଟ ୬୮ ଟି ଆସନ ମଧ୍ୟରୁ କଂଗ୍ରେସ ୨୭ଟିରେ ବିଜୟଲାଭ କରିଥିବା ବେଳେ ୧୨ ଟିରେ ଆଗୁଆ ରହିଛି । ସେହିଭଳି ବିଜେପି ୧୮ ଟିରେ ବିଜୟଲାଭ କରିଥିବା ବେଳେ ୮ଟି ଆସନରେ ଆଗୁଆ ରହିଛି । ହେଲେ ଫଳାଫଳ ଏକପ୍ରକାର କଂଗ୍ରେସ ସପକ୍ଷରେ ଯାଇଛି । ସେପଟେ ଆପ ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିବାବେଳେ, ସ୍ୱାଧୀନ ପ୍ରାଥୀ ଓ ଅନ୍ୟାନ ଦଳ ଖାତାକୁ ଯାଇଛି ୩ ଟି ଆସନ I

ତେଣୁ ବିଧିବଦ୍ଧ ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ବିଜେପି ନେତା ତଥା ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପରାଜୟ ସ୍ୱୀକାର କରିଛନ୍ତି। ଏଥିସହ ସେ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଥିବା ଘୋଷଣା କରିବା ସହିତ କହିଛନ୍ତି ମୁଁ ଜନାଦେଶକୁ ସ୍ୱୀକାର କରେ I

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଆମେ ରାଜନୀତି ବ୍ୟତୀତ ରାଜ୍ୟର ବିକାଶ ପାଇଁ ଛିଡା ହେବୁ। ଆମେ ଆମର ପରାଜୟ ଉପରେ ବିଶ୍ଳେଷଣ କରିବୁ ଏବଂ ପରବର୍ତ୍ତୀ ଅବସ୍ଥାରେ ଏଥିରେ ସୁଧାର ଆଣିବାକୁ ଚେଷ୍ଟା କରିବୁ I

Tags: