ଏକା ଦିନରେ ହିଁ ଝୁଲିବେ ଫାଶୀ ଖୁଣ୍ଟରେ !

ସମୟ ଲାଇଭ,୫/୨: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ୭ ଦିନ ସମୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ସପ୍ତାହକ ମଧ୍ୟରେ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୪ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବାକୁ କୋର୍ଟ ଅନୁମତି ଦେଇନାହାନ୍ତି । ଫଳରେ ଏକାଥରକେ ସମସ୍ତ ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ। ନିର୍ଭୟା ମାମଲାରେ କେନ୍ଦ୍ର ସରକାର ଓ ତିହାର ଜେଲ କର୍ତ୍ତୃପକ୍ଷଙ୍କ ଆବେଦନ ଉପରେ ଶୁଣାଣି କରି […]

Samaya Live Picture
Published On

ସମୟ ଲାଇଭ,୫/୨: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ୭ ଦିନ ସମୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ସପ୍ତାହକ ମଧ୍ୟରେ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୪ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବାକୁ କୋର୍ଟ ଅନୁମତି ଦେଇନାହାନ୍ତି । ଫଳରେ ଏକାଥରକେ ସମସ୍ତ ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ। ନିର୍ଭୟା ମାମଲାରେ କେନ୍ଦ୍ର ସରକାର ଓ ତିହାର ଜେଲ କର୍ତ୍ତୃପକ୍ଷଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ଗତ ରବିବାର କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ବୁଧବାର କୋର୍ଟ ତାଙ୍କ ରାୟ ପ୍ରକାଶ କରିଛନ୍ତି।

ସୂଚନା ଥାଉ କି, ଯେଉଁମାନଙ୍କର ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇନି ସେମାନଙ୍କୁ ଛାଡ଼ି ଅନ୍ୟ ଦୋଷୀଙ୍କୁ ଫାଶୀ ଦେବାକୁ କେନ୍ଦ୍ର ସରକାର କୋର୍ଟରେ ଆବେଦନ କରିଥିଲେ। ଦୋଷୀ ନ୍ୟାୟିକ ବ୍ୟବସ୍ଥାର ଭୁଲ୍‌ ଫାଇଦା ଉଠାଇ ଫାଶୀ ଘୁଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି କେନ୍ଦ୍ର ସରକାର ତାଙ୍କ ଆବେଦନରେ କହିଥିଲେ।

Tags: