ସ୍ୱାସ୍ଥ୍ୟ ବୀମାରୁ ହଟିପାରେ ଟିକସ : ରାଜସ୍ଥାନରେ ହେବାକୁ ଥିବା ଜିଏସଟି ପରିଷଦ ବୈଠକରେ ନିଆ ଯାଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ:ସ୍ୱାସ୍ଥ୍ୟ ବୀମାକାରୀଙ୍କୁ ମିଳିପାରେ ବଡ଼ ଆଶ୍ବସ୍ତି।ହଟିପାରେ ସ୍ୱାସ୍ଥ୍ୟ ବୀମା ଉପରୁ ଟିକସ।ଡିସେମ୍ବର ୨୧ ଓ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜିଏସଟି ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇ ପାରେ ବୋଲି ଚର୍ଚ୍ଚା ହେଉଛି। ଏବେ ସ୍ୱାସ୍ଥ୍ୟ ବୀମା ଉପରେ ୧୮ ପ୍ରତିଶତ ଟିକସ ଲାଗୁଛି।ପୂର୍ବରୁ ବହୁଥର ଟିକସ ହଟେଇବା ନେଇ ଦାବି ହୋଇ ଆସୁଛି। ଯଦି ସ୍ୱାସ୍ଥ୍ୟ ବୀମା ଉପରୁ ଟିକସ ହଟେ ତା ହେଲେ ବୀମାକାରୀ ବଡ଼ ଉପକୃତ ହେବେ। ବରିଷ୍ଠ ନାଗରିକ […]

Samaya Live Picture
Published On

ନୂଆଦିଲ୍ଲୀ:ସ୍ୱାସ୍ଥ୍ୟ ବୀମାକାରୀଙ୍କୁ ମିଳିପାରେ ବଡ଼ ଆଶ୍ବସ୍ତି।ହଟିପାରେ ସ୍ୱାସ୍ଥ୍ୟ ବୀମା ଉପରୁ ଟିକସ।ଡିସେମ୍ବର ୨୧ ଓ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜିଏସଟି ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇ ପାରେ ବୋଲି ଚର୍ଚ୍ଚା ହେଉଛି। ଏବେ ସ୍ୱାସ୍ଥ୍ୟ ବୀମା ଉପରେ ୧୮ ପ୍ରତିଶତ ଟିକସ ଲାଗୁଛି।ପୂର୍ବରୁ ବହୁଥର ଟିକସ ହଟେଇବା ନେଇ ଦାବି ହୋଇ ଆସୁଛି। ଯଦି ସ୍ୱାସ୍ଥ୍ୟ ବୀମା ଉପରୁ ଟିକସ ହଟେ ତା ହେଲେ ବୀମାକାରୀ ବଡ଼ ଉପକୃତ ହେବେ। ବରିଷ୍ଠ ନାଗରିକ ତଥା ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭରେଜ କିଣିଥିବା ଲୋକଙ୍କୁ ଟିକସ ଉପରେ ରିହାତି ମିଳିପାରେ ବୋଲି ଅନୁମାନ ହେଉଛି।

ପୂର୍ବରୁ ସ୍ୱାସ୍ଥ୍ୟ ବୀମା ଉପରେ ଟିକସ ହଟେଇବା ନେଇ କେନ୍ଦମନ୍ତ୍ରୀ ନୀତିନ ଗଡ଼କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଥିଲେ। ବିଭିନ୍ନ ସମୟରେ ମଧ୍ୟ ଟିକସ ହଟିବା ପ୍ରସଙ୍ଗରେ ଦାବି ହୋଇ ଆସୁଛି।ତେଣୁ ରାଜସ୍ଥାନରେ ହେବାକୁ ଥିବା ଜିଏସଟି ପରିଷଦ ବୈଠକରେ ସ୍ୱାସ୍ଥ୍ୟ ବୀମା ଉପରେ ଟିକସ ହଟେଇବା ନେଇ ନିଷ୍ପତ୍ତି ନିଆ ଯାଇପାରେ।

Tags: