ଗୋବିନ୍ଦାଙ୍କ ଦେହରେ ଗୁଳି
ମୁମ୍ବାଇ : ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଦେହରେ ଗୁଳି। ଅସାବଧାନତାରୁ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଫୁଟି ଆହତ ହୋଇଥିବା ସୂଚନା ମିଳିଛି । ଭୁଲବଶତଃ ବନ୍ଧୁକରୁ ଗୁଳିଟି ଗୋବିନ୍ଦାଙ୍କ ଗୋଡ଼ରେ ବାଜିବରୁ ପ୍ରବଳ ରକ୍ତଶ୍ରାବ ହୋଇଥିଲା । ତାଙ୍କୁ ତୁରନ୍ତ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ଗୋବିନ୍ଦାଙ୍କ ଗୋଡ଼ରୁ ଗୁଳିଟି ବାହାର କରିଦେଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା ସୂଚନା ଦେଇଛନ୍ତି […]
ମୁମ୍ବାଇ : ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଦେହରେ ଗୁଳି। ଅସାବଧାନତାରୁ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଫୁଟି ଆହତ ହୋଇଥିବା ସୂଚନା ମିଳିଛି । ଭୁଲବଶତଃ ବନ୍ଧୁକରୁ ଗୁଳିଟି ଗୋବିନ୍ଦାଙ୍କ ଗୋଡ଼ରେ ବାଜିବରୁ ପ୍ରବଳ ରକ୍ତଶ୍ରାବ ହୋଇଥିଲା । ତାଙ୍କୁ ତୁରନ୍ତ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ଗୋବିନ୍ଦାଙ୍କ ଗୋଡ଼ରୁ ଗୁଳିଟି ବାହାର କରିଦେଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା ସୂଚନା ଦେଇଛନ୍ତି ।
ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନାଙ୍କ ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୪ଟା ୪୫ରେ ଏହି ଘଟଣା ଘଟିଛି। ଗୋବିନ୍ଦା କୋଲକାତା ଯିବାକୁ ପ୍ରସ୍ତୁତ ହେଉଥିଲେ। ତାଙ୍କ ଲାଇସେନ୍ସପ୍ରାପ୍ତ ରିଭଲଭରକୁ ରଖୁଥିବା ବେଳେ ଏହା ତାଙ୍କ ହାତରୁ ଖସି ପଡିଥିଲା। ଆଉ ଗୁଳି ତାଙ୍କ ଗୋଡରେ ବାଜିଥିଲା। ପ୍ରବଳ ରକ୍ତସ୍ରାବ ମଧ୍ୟ ହୋଇଥିଲା। ତାଙ୍କୁ ତୁରନ୍ତ କ୍ରିତି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଗୁଳିଟିକୁ କାଢି ଦେଇଛନ୍ତି ଏବଂ ତାଙ୍କ ଅବସ୍ଥା ଭଲ ଅଛି। ସେ ବର୍ତ୍ତମାନ ଡାକ୍ତରଖାନାରେ ଅଛନ୍ତି।




