୩ ଦିନ ଭିତରେ କ୍ୟାବ ଅଟୋ ସର୍ଭିସ ବନ୍ଦ କରିବାକୁ ସରକାରଙ୍କ ନିର୍ଦ୍ଦେଶ

ବେଙ୍ଗାଲୁରୁ : କର୍ଣ୍ଣାଟକ ପରିବହନ ବିଭାଗ ବେଙ୍ଗାଲୁରୁରେ ଶୁକ୍ରବାର ଠାରୁ ଅନ୍ଲାଇନ୍ କ୍ୟାବ ଅଟୋ ଚାଳକଙ୍କୁ ବ୍ୟାନ କରିଛନ୍ତି I ଲୋକଙ୍କ ଅଭିଯୋଗ ପରେ ଓଲା,ୟୁବେର ସହିତ ରା଼ପିଡୋ କମ୍ପାନୀର ଅଟୋ ସେବାକୁ ୬ ମାସ ପାଇଁ ସ୍ଥଗିତ ରଖିବାକୁ କର୍ଣ୍ଣାଟକ ସରକାର ନିର୍ଦ୍ଦେଶ ଦେଇଛନ୍ତି I ସୂଚନାନୁସାରେ ଏହି ଅନ୍ଲାଇନ କାର,ଅଟୋ ଓ ବାଇକ୍‌ ମାଧ୍ୟମରେ ଯାତ୍ରୀଙ୍କୁ ସୁବିଧା ମୂଲ୍ୟରେ ଯାତ୍ରା ସେବା ଯୋଗାଉଥିବା କମ୍ପାନୀଗୁଡ଼ିକ ଯାତ୍ରୀ ମାନଙ୍କୁ ମାତ୍ରାଧିକ ହଇରାଣ କରୁଥିବାର ଅଭିଯୋଗ ହେଇ […]

Samaya Live Picture
Published On

ବେଙ୍ଗାଲୁରୁ : କର୍ଣ୍ଣାଟକ ପରିବହନ ବିଭାଗ ବେଙ୍ଗାଲୁରୁରେ ଶୁକ୍ରବାର ଠାରୁ ଅନ୍ଲାଇନ୍ କ୍ୟାବ ଅଟୋ ଚାଳକଙ୍କୁ ବ୍ୟାନ କରିଛନ୍ତି I ଲୋକଙ୍କ ଅଭିଯୋଗ ପରେ ଓଲା,ୟୁବେର ସହିତ ରା଼ପିଡୋ କମ୍ପାନୀର ଅଟୋ ସେବାକୁ ୬ ମାସ ପାଇଁ ସ୍ଥଗିତ ରଖିବାକୁ କର୍ଣ୍ଣାଟକ ସରକାର ନିର୍ଦ୍ଦେଶ ଦେଇଛନ୍ତି I

ସୂଚନାନୁସାରେ ଏହି ଅନ୍ଲାଇନ କାର,ଅଟୋ ଓ ବାଇକ୍‌ ମାଧ୍ୟମରେ ଯାତ୍ରୀଙ୍କୁ ସୁବିଧା ମୂଲ୍ୟରେ ଯାତ୍ରା ସେବା ଯୋଗାଉଥିବା କମ୍ପାନୀଗୁଡ଼ିକ ଯାତ୍ରୀ ମାନଙ୍କୁ ମାତ୍ରାଧିକ ହଇରାଣ କରୁଥିବାର ଅଭିଯୋଗ ହେଇ ଆସୁଥିଲା I ଅଭିଯୋଗ ଅନୁସାରେ,ଏହି କମ୍ପାନୀଗୁଡ଼ିକ ଗ୍ରାହକଙ୍କ ଠାରୁ ଅଧିକ ଭଡ଼ା ଆଦାୟ କରୁଛନ୍ତି। ଏଥିରେ ସର୍ବନିମ୍ନ ପରିବହନ ମୂଲ୍ୟ ୧୦୦ ରହୁଛି। ଯାତ୍ରୀ ୨ କିମି ଯାତ୍ରା କଲେ ବି ସେମାନଙ୍କୁ ୧୦୦ ଟଙ୍କା ଦେବାକୁ ପଡ଼ୁଛି। ଏଥିରେ ଅତିଷ୍ଠ ହୋଇ ରାଜ୍ୟ ପରିବହନ ବିଭାଗ ନିକଟରେ ଅଭିଯୋଗ ହେଇଥିଲା I ତେଣୁ ଏହି ପରିବହନ ସେବା ଯୋଗାଉଥିବା କମ୍ପାନୀକୁ ରାଜ୍ୟରେ ୩ ଦିନ ଭିତରେ ଅଟୋ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହିତ ଯାତ୍ରୀଙ୍କ ଅଭିଯୋଗ ଅନୁସାରେ, ଆପ୍‌ କମ୍ପାନୀଗୁଡ଼ିକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ କାରଣ ଦର୍ଶାଅ ନୋଟିସ ମଧ୍ୟ ଲାଗୁ କରାଯାଇଛି। ତେବେ ନିୟମ ଅନୁସାରେ, ରାଜ୍ୟରେ ୧ କିମି ପ୍ରତି ୧୫ ଟଙ୍କା ଓ ୨ କିମି ପ୍ରତି ୩୦ ଟଙ୍କା ଭଡ଼ା ନେବା କଥା । ହେଲେ କମ୍ପାନୀ ଯାତ୍ରୀଙ୍କ ପାଖରୁ ୧୦୦ ଟଙ୍କା ଆଦାୟ କରୁଛି। ଏଥିପାଇଁ କମ୍ପାନୀଗୁଡ଼ିକୁ ସରକାରଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି।

ଏହି ଅଭିଯୋଗକୁ ଓଲା-ଓବେର କମ୍ପାନୀ ପକ୍ଷରୁ ଅସ୍ୱୀକାର କରାଯାଇଛି। ନିକଟରେ ଭାରତରେ ଅଟୋ ରିକ୍ସା ସେବାକୁ ନେଇ ଓବେର ପକ୍ଷରୁ ଟେଲିଭିଜନରେ ଏକ ବିଜ୍ଞାପନ ପ୍ଲେ ହୋଇଥିଲା। ସେହିପରି ବେଙ୍ଗାଲୁରୁରେ ଅଟୋ ସେବା ଯୋଗାଉଥିବା ‘ରାପିଡୋ’ କହିଛି ଯେ, ଟ୍ରାନ୍ସପୋର୍ଟ ଲାଗି ବେଙ୍ଗାଲୁରୁ ସେମାନଙ୍କ ପାଇଁ ବେଆଇନ ନୁହଁ। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଅମେ ଭଡ଼ା ସ୍ଥିର କରିଛୁ। ଉପଭୋକ୍ତାଙ୍କ ଉପରେ ଆମେ ଅଧିକ ଭଡ଼ା ଚାର୍ଜ କରୁ ନାହୁଁ ବୋଲି ସେଫେଇ ଦିଆଯାଇଛି।

Tags: