ଏବେ ସରକାରଙ୍କ ଅଧିନକୁ ଆସିବ ସୋସଆଲ ମିଡିଆ, ସରକାର ଚାହିଁଲେ ଅଚଳ କରିବେ ଆକାଉଣ୍ଟ
ଦିଲ୍ଲୀ : ଖୁବ୍ ଶିଘ୍ର ସୋସିଆଲ ମିଡିଆ ସରକାରଙ୍କ ଅଧିନକୁ ଆସିବ । ସରକାର ଚାହିଁଲେ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କ ଆକାଉଣ୍ଟ କିମ୍ବା ପୋଷ୍ଟକୁ ଅଚଳ ଓ ରଦ୍ଦ କରିପାରିବେ । ଏନେଇ ଆଜି ସୂଚନା ପ୍ରଯୁକ୍ତି ଆଇନ ଅଧିନରେ କେତେକ ନୂଆ ନିୟମ ଘୋଷଣା କରିଛି । ଏସବୁ ନୂଆ ନିୟମ ଯୋଗୁଁ ସୋସିଆଲ ମିଡିଆଗୁଡ଼ିକ ଉପରେ ସରକାରଙ୍କ ଅଧିକ ନିୟନ୍ତ୍ରଣ ଆସିଯିବ । ବିଭିନ୍ନ ସୋସିଆଲ ମିଡିଆ କମ୍ପାନି ଫେସବୁକ, ଇନଷ୍ଟାଗ୍ରାମ, ଟୁଇଟର ଓ […]
ଦିଲ୍ଲୀ : ଖୁବ୍ ଶିଘ୍ର ସୋସିଆଲ ମିଡିଆ ସରକାରଙ୍କ ଅଧିନକୁ ଆସିବ । ସରକାର ଚାହିଁଲେ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କ ଆକାଉଣ୍ଟ କିମ୍ବା ପୋଷ୍ଟକୁ ଅଚଳ ଓ ରଦ୍ଦ କରିପାରିବେ । ଏନେଇ ଆଜି ସୂଚନା ପ୍ରଯୁକ୍ତି ଆଇନ ଅଧିନରେ କେତେକ ନୂଆ ନିୟମ ଘୋଷଣା କରିଛି । ଏସବୁ ନୂଆ ନିୟମ ଯୋଗୁଁ ସୋସିଆଲ ମିଡିଆଗୁଡ଼ିକ ଉପରେ ସରକାରଙ୍କ ଅଧିକ ନିୟନ୍ତ୍ରଣ ଆସିଯିବ । ବିଭିନ୍ନ ସୋସିଆଲ ମିଡିଆ କମ୍ପାନି ଫେସବୁକ, ଇନଷ୍ଟାଗ୍ରାମ, ଟୁଇଟର ଓ ୟୁଟୁ୍ୟବ୍ର ନିଷ୍ପତ୍ତିକୁ ବଦଳାଇ କୌଣସି ପୋଷ୍ଟ ବା କଣ୍ଟେଣ୍ଟକୁ ସରକାର ହଟାଇ ପାରିବେ । ଏହାସହ ସରକାର କୌଣସି ସୋସିଆଲ ମିଡିଆ ଆକାଉଣ୍ଟକୁ ରଦ୍ଦ କରିପାରିବେ । ତେବେ ସରକାରଙ୍କ ଏହି ନିୟମକୁ ସୋସିଆଲ ମିଡିଆ କମ୍ପାନି ବିରୋଧ କରି କୋର୍ଟଙ୍କ ଆଶ୍ରୟ ନେବାର ସମ୍ଭାବନା ରହିଛି ।
ସୂଚନା ପ୍ରଯୁକ୍ତି ଆଇନ ଅଧିନର ନୂଆ ନିୟମ ଅନୁସାରେ-
* ଆସନ୍ତା ତିନି ମାସ ମଧ୍ୟରେ ସରକାର ଏକ ସୋସିଆଲ ମିଡିଆ ଅଭିଯୋଗ ଶୁଣାଣି କମିଟି ଗଠନ କରାଇବେ । ଏହି କମିଟିରେ ଜଣେ ଅଧ୍ୟକ୍ଷ ଓ ୨ ଜଣ ସଦସ୍ୟ ରହିବେ । ସେମାନଙ୍କୁ ସରକାର ନିଯୁକ୍ତ କରିବେ ।
* ସାମାଜିକ ଗଣମାଧ୍ୟମଗୁଡ଼ିକ ଦ୍ୱାରା ନିଯୁକ୍ତ ଅଭିଯୋଗ ଶୁଣାଣି ଅଧିକାରୀଙ୍କ ନିଷ୍ପତ୍ତିରେ ସ;ୁଷ୍ଟ ନଥିବା କୌଣସି ବ୍ୟକ୍ତି ଡିଜିଟାଲ୍ ମୋଡ୍ ମାଧ୍ୟମରେ ନିଜର ଅସନ୍ତୁଷ୍ଟ କିମ୍ବା ଅଭିଯୋଗ ସରକାରୀ କମିଟିକୁ ନିକଟରେ ଜାହିର କରିବପାରିବେ ।
* ଅଭିଯୋଗ ଆପିଲେଟ୍ କମିଟି ଦ୍ୱାରା ପାରିତ ହୋଇଥିବା ପ୍ରତ୍ୟେକ ଆଦେଶ ସମ୍ପୃକ୍ତ ମଧ୍ୟସ୍ଥିଙ୍କ ଦ୍ୱାରା ପାଳନ କରାଯିବ ଏବଂ ଏହାର େୱବସାଇଟରେ ସେହି ବିଷୟରେ ଏକ ରିପୋର୍ଟ ଅପଲୋଡ୍ କରାଯିବ ।
* ଯେକୌଣସି ଆବେଦନର ସମାଧାନ ୩୦ ଦିନ ମଧ୍ୟରେ କରାଯିବ ।




