ଲକ୍ଷେ ଟପିବ ସୁନା ଦର, ଏହାର କାରଣ ହେଉଛନ୍ତି ଟ୍ରମ୍ପ

ନୂଆଦିଲ୍ଲୀ:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଶ୍ୱବ୍ୟାପୀ ସୁନା ଦରକୁ ନିୟନ୍ତ୍ରଣ କରିବାକୁ ପ୍ରସ୍ତୁତି କରୁଥିବା ଚର୍ଚ୍ଚା ହେଉଛି। ଟ୍ରମ୍ପଙ୍କ ଯୋଗୁ ଭାରତରେ ୧ ଭରି ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ କରିବାର ଆଶଙ୍କା ଦେଖାଦେଇଛି। ନ୍ୟୁୟର୍କର ସୁନା ଭଣ୍ଡାର ଦ୍ୱିଗୁଣିତ ହୋଇଛି। ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ସେ ଲଣ୍ଡନର ଥ୍ରେଡ୍ ଷ୍ଟ୍ରିଟ୍ ତଳେ ଥିବା ବିଶ୍ୱର ସର୍ବବୃହତ ସୁନା ରିଜର୍ଭରୁ ଆମେରିକାର ସୁନା ମଗାଇବା ଆରମ୍ଭ କରିଛନ୍ତି। […]

ଲକ୍ଷେ ଟପିବ ସୁନା ଦର, ଏହାର କାରଣ ହେଉଛନ୍ତି ଟ୍ରମ୍ପ
Samaya Live Picture
Published On

ନୂଆଦିଲ୍ଲୀ:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଶ୍ୱବ୍ୟାପୀ ସୁନା ଦରକୁ ନିୟନ୍ତ୍ରଣ କରିବାକୁ ପ୍ରସ୍ତୁତି କରୁଥିବା ଚର୍ଚ୍ଚା ହେଉଛି। ଟ୍ରମ୍ପଙ୍କ ଯୋଗୁ ଭାରତରେ ୧ ଭରି ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ କରିବାର ଆଶଙ୍କା ଦେଖାଦେଇଛି।
ନ୍ୟୁୟର୍କର ସୁନା ଭଣ୍ଡାର ଦ୍ୱିଗୁଣିତ ହୋଇଛି। ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ସେ ଲଣ୍ଡନର ଥ୍ରେଡ୍ ଷ୍ଟ୍ରିଟ୍ ତଳେ ଥିବା ବିଶ୍ୱର ସର୍ବବୃହତ ସୁନା ରିଜର୍ଭରୁ ଆମେରିକାର ସୁନା ମଗାଇବା ଆରମ୍ଭ କରିଛନ୍ତି।
ଆମେରିକା ଯେଉଁଭଳି ଭାବରେ ସୁନା ଭଣ୍ଡାର ବୃଦ୍ଧି କରୁଛି, ସେଥିରୁ ସ୍ପଷ୍ଟ ଯେ, ଡୋନାଲ୍ଡ ଟ୍ରମ୍ପ ଆଗାମୀ ଦିନରେ ସୁନା ଆମଦାନି ଉପରେ ଶୁଳ୍କ ଲଗାଇପାରନ୍ତି। ଯଦି ଏହା ହୁଏ, ତେବେ ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇବା ସ୍ୱାଭାବିକ।  ଗତ କିଛି ମାସ ମଧ୍ୟରେ ଭାରତରେ ସୁନା ଆମଦାନି ୪୧ ପ୍ରତିଶତ ବୃଦ୍ଧି ପାଇଛି। ଏହି କାରଣରୁ, ଆଗାମୀ ଦିନରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ କରିପାରେ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।

Tags: