ପୁଣି ୨୭୦୦ କମିଲା ସୁନା ଦର

ଭୁବନେଶ୍ଵର: ବିଗତ କିଛି ମାସ ହେବ ଦେଶରେ ହୁ ହୁ ହୋଇ ବଢ଼ୁଥବା ସୁନା ଦରରେ ଏବେ ଲାଗିଛି ବ୍ରେକ୍‌। ଘରୋଇ ବଜାରରେ ମାତ୍ର ଦୁଇ ଦିନରେ ସୁନା ମୂଲ୍ୟ ୨୭୦୦ ଟଙ୍କାରୁ ଅଧିକ ହ୍ରାସ ଘଟିଛି। ପୂର୍ବରୁ ୧୦ ଗ୍ରାମ ପିଛା ସୁନା ଦର ୧ ଲକ୍ଷ ଟଙ୍କା ଟପିବା ନେଇ ଆକଳନ କରାଯାଉଥିବା ବେଳେ ଏବେ ଦର ହଠାତ୍‌ ହ୍ରାସ ହୋଇଛି । ବର୍ଦ୍ଧିତ ସୁନା ଓ ରୂପା ଦରରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। […]

ପୁଣି ୨୭୦୦ କମିଲା ସୁନା ଦର
Samaya Live Picture
Published On

ଭୁବନେଶ୍ଵର: ବିଗତ କିଛି ମାସ ହେବ ଦେଶରେ ହୁ ହୁ ହୋଇ ବଢ଼ୁଥବା ସୁନା ଦରରେ ଏବେ ଲାଗିଛି ବ୍ରେକ୍‌। ଘରୋଇ ବଜାରରେ ମାତ୍ର ଦୁଇ ଦିନରେ ସୁନା ମୂଲ୍ୟ ୨୭୦୦ ଟଙ୍କାରୁ ଅଧିକ ହ୍ରାସ ଘଟିଛି। ପୂର୍ବରୁ ୧୦ ଗ୍ରାମ ପିଛା ସୁନା ଦର ୧ ଲକ୍ଷ ଟଙ୍କା ଟପିବା ନେଇ ଆକଳନ କରାଯାଉଥିବା ବେଳେ ଏବେ ଦର ହଠାତ୍‌ ହ୍ରାସ ହୋଇଛି ।

ବର୍ଦ୍ଧିତ ସୁନା ଓ ରୂପା ଦରରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଦୁଇ ଦିନରେ ୨୭୦୦ ଟଙ୍କା ଶସ୍ତା ହୋଇଛି ସୁନା । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୮୦ ଟଙ୍କା ହ୍ରାସ ପାଇବା ସହ ୯୦,୬୬୦ ଟଙ୍କା ରହିଥିଲା । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୯୦୦ ଟଙ୍କା ହ୍ରାସ ଘଟି ୮୩,୧୦୦ ଟଙ୍କା ରହିଥିଲା । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୮,୩୧୦ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୬୬,୪୮୦ ଟଙ୍କା ରହିଛି ।

Tags: